ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ବର୍ଷା ସାଜିଲା ବାଧକ, ନେଦରଲାଣ୍ଡ ବିଶ୍ୱକପ୍‌ରୁ ବାହାର

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଶୁକ୍ରବାର ଧର୍ମଶାଳା ଏଚ୍‌ପିସିଏ ଷ୍ଟାଡିୟମରେ ନେଦରଲାଣ୍ଡ ଓ ଓମାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଖେଳାଯାଇ ପାରିନାହିଁ। ମ୍ୟାଚ୍‌ ଖେଳା ନ ଯିବାରୁ ନେଦରଲାଣ୍ଡା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାହାର ହୋଇଯାଇଛି। ଆଜି ପ୍ରଥମେ ଓମାନ ଟସ୍‌ ଜିତି ନେଦରଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ହେଲେ ବର୍ଷା ହେବାରୁ ଖେଳ ଆରମ୍ଭ ହୋଇ ପାରି ନ ଥିଲା। ସେହିପରି ଧର୍ମଶାଳା ଏଚ୍‌ପିସିଏ ଷ୍ଟାଡିୟମରେ ବାଂଲାଦେଶ ଓ ଆୟରଲାଣ୍ଡ ମଧ୍ୟରେ ହେବା ଥିବା […]

dharamshala-rain

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 06:20 PM IST

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଶୁକ୍ରବାର ଧର୍ମଶାଳା ଏଚ୍‌ପିସିଏ ଷ୍ଟାଡିୟମରେ ନେଦରଲାଣ୍ଡ ଓ ଓମାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଖେଳାଯାଇ ପାରିନାହିଁ। ମ୍ୟାଚ୍‌ ଖେଳା ନ ଯିବାରୁ ନେଦରଲାଣ୍ଡା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାହାର ହୋଇଯାଇଛି। ଆଜି ପ୍ରଥମେ ଓମାନ ଟସ୍‌ ଜିତି ନେଦରଲାଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ହେଲେ ବର୍ଷା ହେବାରୁ ଖେଳ ଆରମ୍ଭ ହୋଇ ପାରି ନ ଥିଲା।

ସେହିପରି ଧର୍ମଶାଳା ଏଚ୍‌ପିସିଏ ଷ୍ଟାଡିୟମରେ ବାଂଲାଦେଶ ଓ ଆୟରଲାଣ୍ଡ ମଧ୍ୟରେ ହେବା ଥିବା ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ବର୍ଷ ଯୋଗୁଁ ହୋଇପାରି ନ ଥିଲା।

Related story