ଟି-ଟ୍ୱେଣ୍ଟି ବିଶ୍ୱକପ‌୍ ଜିତିବା ପାଇଁ ଭାରତ ଏକ ଦୃଢ଼ ଦାବିଦାର: ୟୁସୁଫ

କରାଚି: ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ କହିଛନ୍ତି ଯେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ‌୍ ଜିତିବା ପାଇଁ ଭାରତ ଏକ ଦୃଢ଼ ଦାବିଦାର। କାରଣ ଭାରତୀୟ ଦଳ ବଢ଼ିଆ ବ୍ୟାଟିଂ କରୁଛି। ୟୁସୁଫ କହିଛନ୍ତି,“ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ‌୍ ଜିତିବା ପାଇଁ ଭାରତ ହେଉଛି ଦୃଢ଼ ଦାବିଦାର। ସେମାନଙ୍କର ବ୍ୟାଟିଂ ଲାଇନ‌୍ ଖୁବ‌୍ ଦୃଢ଼। ସେମାନେ ବଡ଼ ସ୍କୋର ଗୁଡ଼ିକୁ ପିଛା କରିବାର କ୍ଷମତା ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ‌ରେ ସେମାନେ ଏହାର ଏକ ଉଦାହରଣ […]

mohamad yusuf

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 07:27 AM IST

କରାଚି: ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ କହିଛନ୍ତି ଯେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ‌୍ ଜିତିବା ପାଇଁ ଭାରତ ଏକ ଦୃଢ଼ ଦାବିଦାର। କାରଣ ଭାରତୀୟ ଦଳ ବଢ଼ିଆ ବ୍ୟାଟିଂ କରୁଛି।

ୟୁସୁଫ କହିଛନ୍ତି,“ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ‌୍ ଜିତିବା ପାଇଁ ଭାରତ ହେଉଛି ଦୃଢ଼ ଦାବିଦାର। ସେମାନଙ୍କର ବ୍ୟାଟିଂ ଲାଇନ‌୍ ଖୁବ‌୍ ଦୃଢ଼। ସେମାନେ ବଡ଼ ସ୍କୋର ଗୁଡ଼ିକୁ ପିଛା କରିବାର କ୍ଷମତା ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ‌ରେ ସେମାନେ ଏହାର ଏକ ଉଦାହରଣ ଦେଇଛନ୍ତି। ଏହି ମ୍ୟାଚ୍‌ଟି ଭାରତ ହାରି ଯାଇଥିଲେ ବି ୧୯୦ରୁ ଅଧିକ ରନ୍‌ର ପିଛା କରିବାରେ ସେମାନଙ୍କ ଦକ୍ଷତାକୁ ଦେଖାଇଥିଲେ। ଏହି ମ୍ୟାଚରେ ସେମାନେ ମାତ୍ର ୪-୫ ରନ‌ରେ ହାରି ଯାଇଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ଟି-ଟ୍ୱେଣ୍ଟି ବିଶ‍କପ୍‌ରେ ଭାରତ ପାଇଁ ଆଉ ଏକ ବଡ଼ ଫାଇଦା ହେଉଛି ଯେ ସେମାନେ ଘରୋଇ ପରିବେଶରେ ଖେଳିବେ। କେହି ଭୁଲି ଯିବା ଉଚିତ‌୍ ନୁହେଁ ଯେ ଭାରତ ଏକ ମାତ୍ର ଦେଶ ଯିଏ କି ଘରୋଇ ପଡ଼ିଆରେ ୨୦୧୧ ବିଶ୍ୱକପ‌୍ (ଦିନିକିଆ) ଜିତିଥିଲା।

ସେ କହିଛନ୍ତି,“ଏଥର ଟି-ଟ୍ୱେଣ୍ଟି  ବିଶ୍ୱକପ‌୍ ମ୍ୟାଚ‌୍ ‍ଗୁଡ଼ିକରେ ହାଇସ୍କୋର ହେବ। ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଓ ଅଭ୍ୟାସ ମ୍ୟାଚ୍ ଗୁଡ଼ିକରେ ହାଇସ୍କୋର ଦେଖିବାକୁ ମିଳିଛି। ତେଣୁ ମୁଖ୍ୟ ମ୍ୟାଚ‌୍ ‍ଗୁଡ଼ିକ ବି ଏଥିରୁ ବାଦ‌୍ ପଡ଼ିବ ନାହିଁ।”

ମ୍ୟାଚ‌୍ ଜିତିବାକୁ ହେଲେ ପାକିସ୍ତାନୀ ବୋଲରଙ୍କୁ କଷ୍ଟ କରିବାକୁ ପଡ଼ିବ ବୋଲି କହିଛନ୍ତି ୟୁସୁଫ। ସେ କହିଛନ୍ତି ଯେ ଅନ୍ୟ ଟପ‌୍ ଟିମ‌୍ ଗୁଡ଼ିକ ଟସ‌୍ ଜିଣି ପ୍ରଥମେ ବ୍ୟାଟିଂ କଲେ ସେମାନଙ୍କୁ ୧୪୦ରୁ୧୫୦ ରନ‌୍ ମଧ୍ୟରେ ଚାପି ରଖିବାକୁ ଅବା ଅଲ‌୍ଆଉଟ‌୍ କରିବାକୁ ବୋଲରମାନଙ୍କୁ ଉଦ୍ୟମ କରିବାକୁ ହେବ।

Related story