ମାର୍ଚ୍ଚ ୩୦ ତାରିଖରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମି ଫାଇନାଲ୍। ଏହି ମ୍ୟାଚ୍ ଦିଲ୍ଲୀର ଫିରୋଜଶାହ କୋଟ୍ଲା ଷ୍ଟାଡିୟମ୍ରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ।
ସେହିପରି ମାର୍ଚ୍ଚ ୩୧ ତାରିଖରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯିବ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।
ସେମି ଫାଇନାଲ୍ରେ ପହଞ୍ଚି ଥିବା ଏହି ଚାରୋଟି ଦଳ ମଧ୍ୟରୁ ନ୍ୟୁଜିଲାଣ୍ଡକୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଟୁର୍ଣ୍ଣାମେଣ୍ଟର ସୁପର୍ଟେନ୍ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ହାରିଛନ୍ତି। ଇଂଲଣ୍ଡ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ଗତକାଲି ଏକ ମ୍ୟାଚ୍ରେ ଆଶ୍ଚର୍ଯ୍ୟଜନକ ଭାବେ ୱେଷ୍ଟଇଣ୍ଡିଜ୍ଠାରୁ ହାରି ଯାଇଥିଲା।
ଗ୍ରୁପ୍ ୧ରେ ଥିବା ୱେଷ୍ଟଇଣ୍ଡିଜ୍ ୪ଟି ମ୍ୟାଚ୍ ଖେଳି ୩ ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୬ ପଏଣ୍ଟ ପାଇଛି। ସେହିପରି ଏହି ଗ୍ରୁପ୍ରେ ଥିବା ଇଂଲଣ୍ଡ ୪ଟି ମ୍ୟାଚ୍ରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୬ ପଏଣ୍ଟ ପାଇଛି। ଗ୍ରୁପ୍ ୨ରେ ଥିବା ନ୍ୟୁଜିଲାଣ୍ଡ ଚାରୋଟିରୁ ଚାରୋଟି ମ୍ୟାଚ୍ ଜିତି ୮ ପଏଣ୍ଟ ପାଇଛି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇଛି।
ଏପ୍ରିଲ୍ ୩ ତାରିଖରେ କୋଲକାତାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।