ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ମୁକାବିଲା

ଧର୍ମଶାଳା: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶୁକ୍ରବାର ଦୁଇଟି ମ୍ୟାଚ୍ ଖେଳା ଯିବ। ଗୋଟିଏ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ୟଟି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡର ଏହା ଦ୍ୱିତୀୟ ମ୍ୟାଚ୍। ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ୧୨୬ ରନ୍ କରିଥିବା ବେଳେ […]

new-zealand

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 05:42 AM IST

ଧର୍ମଶାଳା: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶୁକ୍ରବାର ଦୁଇଟି ମ୍ୟାଚ୍ ଖେଳା ଯିବ। ଗୋଟିଏ ମ୍ୟାଚ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ୟଟି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟ ଅନୁଷ୍ଠିତ ହେବ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡର ଏହା ଦ୍ୱିତୀୟ ମ୍ୟାଚ୍। ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ୧୨୬ ରନ୍ କରିଥିବା ବେଳେ ଭାରତୀୟ ଦଳ ମାତ୍ର ୭୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।  ଏଣୁ ଦଳର ମନବୋଳ ଦୃଢ଼ ରହିଛି। ଅନ୍ୟପକ୍ଷରେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ପ୍ରଥମ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ।

ସେହିପରି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟସ୍ଥ ମ୍ୟାଚ୍ ମୁମ୍ବାଇରେ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହେବ। ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ମ୍ୟାଚ୍ ହୋଇଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ମୁକାବିଲାକୁ ଓହ୍ଲାଇବ। ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌କୁ ଜିତି ପ୍ରାରମ୍ଭରୁ ସ୍ଥିତିକୁ ମଜଭୁତ୍‌ କରିବା ଲକ୍ଷ୍ୟରେ ରହିଥିବା ବେଳେ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ୍‌କୁ ନିଶ୍ଚିତ ଜିତିବାକୁ ଚେଷ୍ଟା କରିବ। କାରଣ ଇଂଲଣ୍ଡ ଗତ ୧୬ ତାରିଖରେ ଏହାର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିଯାଇଛି। ଇଂଲଣ୍ଡ ଉକ୍ତମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୮୨ ରନ୍ କରିଥିଲା। ତେବେ ୱେଷ୍ଟଇଣ୍ଡିଜ୍‌ର ଗେଲ୍ ଇଂଲଣ୍ଡର ଜିତିବା ଆଶାକୁ ଧୂଳିସାତ୍ କରି ଦେଇଥିଲେ। ସେ ୪୮ଟି ବଲ୍‌ରୁ ୫ଟି ଚୌକା ଓ ୧୧ଟି ଛକା ସହାୟତାରେ ଅପରାଜିତ ୧୦୦ ରନ୍ କରି ଥିଲେ।

Related story