ଏହି ଛୋଟିଆ ଦେଶ ଭାଙ୍ଗିଲା ୧୨ ବର୍ଷ ତଳର ଟି-୨୦ ରେକର୍ଡ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୟୁରୋପର ଏକ ଛୋଟିଆ ଦେଶ ରୋମାନିଆ ଏଭଳି ଏକ କାରନାମା କରିଛି, ଯାହା ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦେଶ କରିପାରିନାହାନ୍ତି। ରୋମାନିଆ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ତୁର୍କୀକୁ ୧୭୩ ରନରେ ହରାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ନିଜ ନାଁରେ କରିଛି। ରୋମାନିଆ ଶ୍ରୀଲଙ୍କା ନାଁରେ ଥିବା ୧୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି। ଏହି ମ୍ୟାଚରେ ରୋମାନିଆ ପ୍ରଥମେ ବ୍ୟାଟିଂ କରି […]

romania

Ranjit Kumar Jena
  • Published: Saturday, 31 August 2019
  • , Updated: 31 August 2019, 05:31 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୟୁରୋପର ଏକ ଛୋଟିଆ ଦେଶ ରୋମାନିଆ ଏଭଳି ଏକ କାରନାମା କରିଛି, ଯାହା ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦେଶ କରିପାରିନାହାନ୍ତି। ରୋମାନିଆ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ତୁର୍କୀକୁ ୧୭୩ ରନରେ ହରାଇ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ନିଜ ନାଁରେ କରିଛି। ରୋମାନିଆ ଶ୍ରୀଲଙ୍କା ନାଁରେ ଥିବା ୧୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି।

ଏହି ମ୍ୟାଚରେ ରୋମାନିଆ ପ୍ରଥମେ ବ୍ୟାଟିଂ କରି ଶିବକୁମାର ପେରିୟାଲୱାରଙ୍କ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୬ ରନ୍ କରିଥିଲା। ଜବାବରେ ରୋମାନିଆ ବୋଲରମାନେ ତୁର୍କୀ ଟିମକୁ ମାତ୍ର ୫୩ ରନରେ ଅଲଆଉଟ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ରୋମାନିଆ ପୂର୍ବରୁ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ ବିଜୟର ରେକର୍ଡ ଶ୍ରୀଲଙ୍କା ନାଁରେ ଥିଲା।

୨୦୦୭ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା ୧୭୨ ରନରେ କେନିୟାକୁ ପରାସ୍ତ କରିଥିଲା। ରୋମାନିଆର ବ୍ୟାଟ୍ସମ୍ୟାନ୍ ପେରିୟାଲୱାର୍ ମାତ୍ର ୪୦ ବଲରେ ୧୦୫ ରନର ଅପରାଜିତ ଇନିଂସ୍ ଖେଳିଥିଲେ। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଏହି ବ୍ୟାଟ୍ସମ୍ୟାନ୍ ନିଜ ଇନିଂସରେ ୧୨ ଚୌକା ଓ ୬ ଛକା ମାରିଛନ୍ତି।

ପେରିୟାଲୱାର୍ ପେସାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍। ଏହାସହ ସେ ରୋମାନିଆ ପକ୍ଷରୁ ଟି-୨୦ କ୍ରିକେଟରେ ଶତକ ମାରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ଜନ୍ମ ତାମିଲନାଡୁର ଶିବକାଶୀରେ ହୋଇଥିଲା। ପେରିୟାଲୱାର୍ ଭାରତରେ ମଧ୍ୟ ଅଣ୍ଡର୍-୧୫ ଓ ଅଣ୍ଡର-୨୨ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଛନ୍ତି। କିନ୍ତୁ ବି-ଟେକ୍ ଶେଷ କରିବା ପରେ ସେ ରୋମାନିଆ ଚାଲିଯାଇଥିଲେ। ରୋମାନିଆରେ ସେ କ୍ଲବରେ ଯୋଗ ଦେଇଥିଲେ ଏବଂ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

Related story