କୋଭିଡ୍‌-୧୯: ୧୫ ବର୍ଷୀୟା ଶୁଟର୍ ଦେଲେ ୩୦ହଜାର ଟଙ୍କା

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଭାରତର ଅନେକ କ୍ରୀଡ଼ାବିତ୍ ସହାୟତାର ହାତ ବଢ଼ାଉଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତର ଯୁବ ଶୁଟର୍ ଇଶା ସିଂହ। ଦେଶର ସର୍ବକନିଷ୍ଠ କ୍ରୀଡ଼ାବିତ୍ ଭାବେ ପରିଚିତ ଏହି ୧୫ ବର୍ଷୀୟା ଶୁଟର୍ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୩୦ହଜାର ଟଙ୍କା ଦାନ କରିଛନ୍ତି। ଏ ନେଇ ଇଶା କହିଛନ୍ତି, ‘ମୁଁ ମୋ ଜମାରୁ ୩୦ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର୍ ଫଣ୍ଡକୁ ଦାନ କରିଛନ୍ତି। ଦେଶ ଅଛି ତ […]

esha-singh

Ranjit Kumar Jena
  • Published: Sunday, 29 March 2020
  • , Updated: 29 March 2020, 09:39 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଭାରତର ଅନେକ କ୍ରୀଡ଼ାବିତ୍ ସହାୟତାର ହାତ ବଢ଼ାଉଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତର ଯୁବ ଶୁଟର୍ ଇଶା ସିଂହ। ଦେଶର ସର୍ବକନିଷ୍ଠ କ୍ରୀଡ଼ାବିତ୍ ଭାବେ ପରିଚିତ ଏହି ୧୫ ବର୍ଷୀୟା ଶୁଟର୍ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୩୦ହଜାର ଟଙ୍କା ଦାନ କରିଛନ୍ତି।

ଏ ନେଇ ଇଶା କହିଛନ୍ତି, 'ମୁଁ ମୋ ଜମାରୁ ୩୦ହଜାର ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର୍ ଫଣ୍ଡକୁ ଦାନ କରିଛନ୍ତି। ଦେଶ ଅଛି ତ ଆମେ ଅଛୁ।' ଇଶାଙ୍କ ପୂର୍ବରୁ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସୁରେଶ ରାଇନା ସହାୟତା କରିଛନ୍ତି। ସେହିପରି ଭାରତୀୟ ମହିଳା ଦଳର ଯୁବ କ୍ରିକେଟର୍ ରିଚା ଘୋଷ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଥିବା ବେଳେ ଏଥିରେ ୨୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦରୁ ଆସିଥିବା ଇଶା ଗତବର୍ଷ ନଭେମ୍ବରରେ ଏସିଆନ୍ ଶୁଟିଂ ଚାମ୍ପିୟନଶିପର ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ୨୦୧୮ରେ ଜାତୀୟ ସ୍ତରର ସିନିୟର, ଜୁନିୟର ଏବଂ ୟୁଥ୍ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

Related story