ରିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କଲେ ୧୦ ଯବାନ

ନୂଆଦିଲ୍ଲୀ: ୨୦୧୬ ରିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଭାରତୀୟ ସେନାର ୧୦ ଜଣ ଯବାନ ଯୋଗ୍ୟତା ଅର୍ଜନ କରିଛନ୍ତି। ମାହୋର ଆର୍ମି ମାର୍କସ୍‌ମ୍ୟାନ୍‌ସିପ୍ ୟୁନିଟ୍ ଓ ପୁନେର ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ସହିତ ସେନା ଅଧୀନରେ ଥିବା ଆଉ କିଛି ଅନୁଷ୍ଠାନରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ନାଏବ ସୁବେଦାର ଜିତୁ ରାୟ,୧୦ମିଟର ଏୟାର ପିସ୍ତଲ ବର୍ଗରେ ସୁବେଦାର ଗୁରୁପ୍ରୀତ ସିଂହ, ୫୦ ମିଟର ଥାର୍ଡ ପୋଜିସନ୍‌ ରାଇଫଲ୍‌ରେ ନାଏବ ସୁବେଦାର […]

rio

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 02:47 PM IST

ନୂଆଦିଲ୍ଲୀ: ୨୦୧୬ ରିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଭାରତୀୟ ସେନାର ୧୦ ଜଣ ଯବାନ ଯୋଗ୍ୟତା ଅର୍ଜନ କରିଛନ୍ତି। ମାହୋର ଆର୍ମି ମାର୍କସ୍‌ମ୍ୟାନ୍‌ସିପ୍ ୟୁନିଟ୍ ଓ ପୁନେର ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ସହିତ ସେନା ଅଧୀନରେ ଥିବା ଆଉ କିଛି ଅନୁଷ୍ଠାନରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ନାଏବ ସୁବେଦାର ଜିତୁ ରାୟ,୧୦ମିଟର ଏୟାର ପିସ୍ତଲ ବର୍ଗରେ ସୁବେଦାର ଗୁରୁପ୍ରୀତ ସିଂହ, ୫୦ ମିଟର ଥାର୍ଡ ପୋଜିସନ୍‌ ରାଇଫଲ୍‌ରେ ନାଏବ ସୁବେଦାର ଚାଏନ୍ ସିଂହ ଓ ୫୦ କିଲୋମିଟର ୱାକ୍‌ ଇଭେଣ୍ଟରେ ଜାଠ୍‌ ରେଜିମେଣ୍ଟର ହାବିଲଦାର ସନ୍ଦୀପ ସିଂହ ଭାଗ ନେବେ।

କୁମାଓନ ରେଜିମେଣ୍ଟର ହାବିଲଦାର ନିତିନ୍ଦର ସିଂହ ରାୱତ, ଜାଠ୍‌ ରେଜିମେଣ୍ଟର ହାବିଲଦାର ଖେତା ରାମ୍‌ ଓ ଆର୍ଟିଲେରୀ ରେଜିମେଣ୍ଟର ହାବିଲଦାର ଗୋପି ଟି ମଧ୍ୟ ରିଓ ଅଲିମ୍ପିକରେ ଫୁଲ ମାରାଥନ୍‌ ଇଭେଣ୍ଟରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି।

ଏହି ଯବାନ ମାନେ ପୁନେସ୍ଥିତ ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଭ୍ୟାସ କରୁଛନ୍ତି।

ସେହିପରି ୨୦ କିମି ୱାକ୍‌ ଇଭେଣ୍ଟରେ ହାବିଲଦାର ଗଣପତି ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ଜଣେ ଯବାନ୍ ହାବିଲଦାର ଇରଫାନ୍‌ କେଟି ଓ ରାଜପୁତାନା ରେଜିମେଣ୍ଟର ଦେବେନ୍ଦ୍ରର ସିଂହ ମଧ୍ୟ ରିଓ ପାଇଁ ଏହି ବର୍ଗରେ ଯୋଗ୍ୟତା ଅର୍ଜନ କରିଛନ୍ତି।

Related story