ଭାରତ-ପାକ୍ କ୍ରିକେଟ୍ ସିରିଜକୁ ନେଇ ଏମିତି ବୟାନ ଦେଲେ ଗାଭାସ୍କର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟ କ୍ରିକେଟ୍ ସିରିଜ୍ କେବେ ହେବ, ତାକୁ ନେଇ ସବୁବେଳେ ଚର୍ଚ୍ଚା। ଭାରତର ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଭାରତ-ପାକ୍ କ୍ରିକେଟ୍ ସିରିଜକୁ ନେଇ ବଡ଼ ବୟାନ ଦେଇଛନ୍ତି। ଗାଭାସ୍କର ମଜାକିଆ ଅନ୍ଦାଜରେ କହିଛନ୍ତି, ଲାହୋରରେ ବରଫ ବର୍ଷା ହେବା ସହଜ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ହେବା କଷ୍ଟକର। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ […]

sunny

Ranjit Kumar Jena
  • Published: Tuesday, 14 April 2020
  • , Updated: 14 April 2020, 04:46 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟ କ୍ରିକେଟ୍ ସିରିଜ୍ କେବେ ହେବ, ତାକୁ ନେଇ ସବୁବେଳେ ଚର୍ଚ୍ଚା। ଭାରତର ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଭାରତ-ପାକ୍ କ୍ରିକେଟ୍ ସିରିଜକୁ ନେଇ ବଡ଼ ବୟାନ ଦେଇଛନ୍ତି। ଗାଭାସ୍କର ମଜାକିଆ ଅନ୍ଦାଜରେ କହିଛନ୍ତି, ଲାହୋରରେ ବରଫ ବର୍ଷା ହେବା ସହଜ, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ହେବା କଷ୍ଟକର। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ ସମ୍ବନ୍ଧରେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ରମିଜ୍ ରାଜା ଗାଭାସ୍କରଙ୍କୁ ପ୍ରଶ୍ନ କରିଥିଲେ। ଯାହା ପରେ ଗାଭାସ୍କର ହସିକି ଗୋଟିଏ ଲାଇନରେ ଜବାବ ଦେଇଥିଲେ।

ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ୮ ବର୍ଷ ହେବ କୌଣସି ଦ୍ୱିପାକ୍ଷିକ ସିରିଜ୍ ଆୟୋଜିତ ହୋଇନାହିଁ। ତେବେ କିଛି ଦିନ ପୂର୍ବେ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଦୁଇ ଦେଶ ମଧ୍ୟରେ ସିରିଜର ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ। ଅଖତର କହିଥିଲେ, ଦୁଇ ଦେଶ ମଧ୍ୟରେ ନିରପେକ୍ଷ ଭେନ୍ୟୁରେ ସିରିଜ୍ ଆୟୋଜନ କରାଯାଉ। ଏହା ପରେ ପୂର୍ବତନ କ୍ୟାପଟେନ୍ ରମିଜ୍ ରାଜା ମଧ୍ୟ ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସିରିଜ୍ ଖେଳାଯିବା ନେଇ ଓକିଲାତି କରିଥିଲେ। ତେବେ ଗାଭାସ୍କର ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ଏହା ସମ୍ଭବ ନୁହେଁ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଗାଭାସ୍କୀରଙ୍କ ସହ ଆଲୋଚନା କରୁଥିବା ବେଳେ ରାଜା କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ସିରିଜ୍ ଆୟୋଜିତ ହୁଏ, ତାହେଲେ ଏହାର ବହୁତ ଫାଇଦା ହେବ। ଏହି ସିରିଜରୁ ଉଭୟ ଦେଶକୁ ଅନେକ କିଛି ଶିଖିବାକୁ ମିଳିବ। ତେବେ ଗାଭାସ୍କର ସିଧା ସିଧା କହିଥିଲେ ଯେ, ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ କ୍ରିକେଟ୍ ସିରିଜ୍ ହୋଇପାରିବ ନାହିଁ। କେବଳ ବିଶ୍ୱକପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଉଭୟ ଦଳ ପରସ୍ପରକୁ ଭେଟିପାରିବେ, କିନ୍ତୁ ଦ୍ୱିପାକ୍ଷିକ ସିରିଜର କୌଣସି ଆଶା ନାହିଁ।

Related story