ମାର୍ଚ୍ଚ ୩୧: ଭାରତର ଆଶା ଧୂଳିସାତ୍ କରିଥିଲେ ରସେଲ୍ ଓ ସିମନ୍ସ

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ସେମିଫାଇନାଲ୍ ମୁକାବିଲା ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ତାଜା ଅଛି। ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜର ଲେଣ୍ଡଲ୍ ସିମନ୍ସ ଓ ଆନ୍ଦ୍ରେ ରସେଲ୍ ବିସ୍ଫୋରକ ବ୍ୟାଟିଂ ଭାରତକୁ ବିଦା କରିଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲା ଦେଖିବାକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଓପ୍ନର […]

T20

Ranjit Kumar Jena
  • Published: Tuesday, 31 March 2020
  • , Updated: 31 March 2020, 08:53 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ୩୧, ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ସେମିଫାଇନାଲ୍ ମୁକାବିଲା ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ତାଜା ଅଛି। ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜର ଲେଣ୍ଡଲ୍ ସିମନ୍ସ ଓ ଆନ୍ଦ୍ରେ ରସେଲ୍ ବିସ୍ଫୋରକ ବ୍ୟାଟିଂ ଭାରତକୁ ବିଦା କରିଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲା ଦେଖିବାକୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଓପ୍ନର ରୋହିତ୍ ଶର୍ମା (୪୩) ଓ ଆଜିଙ୍କ୍ୟ ରାହାଣେ (୪୦) ଭାରତକୁ ଭଲ ଆରମ୍ଭ ଦେଇଥିବା ବେଳେ ମିଡିଲ୍ ଅର୍ଡରରେ ବିରାଟ୍ କୋହଲି ବିସ୍ପୋରକ ବ୍ୟାଟିଂ କରି ଇଣ୍ଡିଜ୍ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ସେଟ୍ କରିଥିଲେ। କୋହଲି ମାତ୍ର ୪୭ ବଲରେ ୮୯ ରନର ମାରାଥନ୍ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୧ ଚୌକା ଓ ୧ ଛକା ସାମିଲ୍ ଥିଲା।

୧୯୩ ରନର ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଜ୍ ଟିମ୍ ଆରମ୍ଭରୁ ହିଁ ଓପ୍ନର କ୍ରିସ୍ ଗେଲ୍ ଓ ମାର୍ଲନ୍ ସାମୁଏଲ୍ସଙ୍କୁ ହରାଇଥିଲା। ତେବେ ଜନସନ୍ ଚାର୍ଲ୍ସ ଓ ସିମନ୍ସ ତୃତୀୟ ୱିକେଟ୍ ପାଇଁ ୯୭ ରନ୍ ଯୋଡ଼ି ଇଣ୍ଡିଜକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଚାର୍ଲ୍ସ ୫୨ ରନ୍ ଆଉଟ୍ ହୋଇଥିଲେ। ଏହା ପରେ ସିମନ୍ସ ଓ ରସେଲ୍ ଜବରଦସ୍ତ ବ୍ୟାଟିଂ କରି ଭାରତଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।

ଦୁହେଁ ଅପରାଜିତ ୮୦ ରନର ପାର୍ଟନରଶିପ୍ କରିଥିଲେ। ସିମନ୍ସ ୫୧ ବଲରେ ୭ ଚୌକା ଓ ୫ ଛକା ସହ ୮୨ ଓ ରସେଲ୍ ୨୦ ବଲରେ ୩ ଚୌକା ଓ ୪ ଛକା ସ ହ୪୩ ରନ୍ କରି ଅପରାଜିତ ଥିଲେ। ଫାଇନାଲରେ ମଧ୍ୟ ଇଣ୍ଡିଜ୍ ଟିମ୍ ଇଂଲଣ୍ଡକୁ ହରାଇ ବିଶ୍ୱ ବିଜେତା ହୋଇଥିଲା।

Related story