୨୦୨୦ ଅଲିମ୍ପିକ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛି ଟୋକିଓ

ରିଓ ଡି ଜେନେରିଓ:ବ୍ରାଜିଲର ରିଓ ଡି ଜେନେରିଓରେ ସଦ୍ୟ ଶେଷ ହୋଇଥିବା ଅଲିମ୍ପିକ୍‌ ପରେ ପରବର୍ତ୍ତୀ ଅଲିମ୍ପିକ୍‌ ଜାପାନର ଟୋକିଓରେ ହେବ। ଏଥିପାଇଁ ଜାପାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମୁଁ ଭାବୁଛି ଅଲିମ୍ପିକ୍‌ ପତାକା ଅଧିକ ଓଜନ ହେବ ନାହିଁ। ଆମେ କିପରି ୨୦୨୦ ଅଲିମ୍ପିକ୍‌କୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏଥିପାଇଁ ଏକ ନୂଆ ଷ୍ଟାଡିୟମର ନିର୍ମାଣ […]

Print

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:37 PM IST

ରିଓ ଡି ଜେନେରିଓ:ବ୍ରାଜିଲର ରିଓ ଡି ଜେନେରିଓରେ ସଦ୍ୟ ଶେଷ ହୋଇଥିବା ଅଲିମ୍ପିକ୍‌ ପରେ ପରବର୍ତ୍ତୀ ଅଲିମ୍ପିକ୍‌ ଜାପାନର ଟୋକିଓରେ ହେବ। ଏଥିପାଇଁ ଜାପାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ମୁଁ ଭାବୁଛି ଅଲିମ୍ପିକ୍‌ ପତାକା ଅଧିକ ଓଜନ ହେବ ନାହିଁ। ଆମେ କିପରି ୨୦୨୦ ଅଲିମ୍ପିକ୍‌କୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏଥିପାଇଁ ଏକ ନୂଆ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜାରିରହିଛି। ଏହାର ଆନୁମାନିକ ବ୍ୟୟ ଅଟକଳ ପାଖାପାଖି ୧ ବିଲିୟନ ଆମେରିକୀୟ ଡଲାର ହେବ।”

ଆସନ୍ତା ୩ଟି ଅଲିମ୍ପିକ୍‌ ଏସିଆ ମହାଦେଶରେ ହେବ। ୨୦୨୦ରେ ଟୋକିଓ ସମର ଗେମ୍ସ, ଏହାପୂର୍ବରୁ ଶୀତକାଳୀନ ଅଲିମ୍ପିକ୍‌ ଦକ୍ଷିଣ କୋରିଆର ପେଏଙ୍ଗଚୁଆଙ୍ଗଠାରେ ୨୦୧୮ରେ ଓ ୨୦୨୨ର ଶୀଳକାଳୀନ  ଅଲିମ୍ପିକ୍‌ ବେଜିଂରେ ହେବ।

Related story