କରୋନା ପ୍ରଭାବ: ବିଶ୍ୱର ଲୋକପ୍ରିୟ ସାଇକେଲ୍ ରେସ୍ ସ୍ଥଗିତ

ପ୍ୟାରିସ୍‌: କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ରୀଡ଼ା ଆୟୋଜନକୁ ଲଗାତାର ଝଟକା ଲାଗିଛି। କରୋନା ପ୍ରକୋପ ଯୋଗୁ ସମ୍ମାନଜନକ ଟୁର୍ ଡି ଫ୍ରାନ୍ସକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ସାଇକେଲ୍ ରେସ୍ ଏବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇପାରିବ ନାହିଁ। ତିନି ସପ୍ତାହ ଧରି ଚାଲିବାକୁଥିବା ଏହି ରେସ୍ ଏବେବି ଚଳିତବର୍ଷ ଆୟୋଜିତ ହୋଇପାରିବ। ଫ୍ରାନ୍ସର ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତା ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇପାରେ। ଇକ୍ୱିପ୍ […]

tour-de-france1

Ranjit Kumar Jena
  • Published: Wednesday, 15 April 2020
  • , Updated: 15 April 2020, 06:53 PM IST

ପ୍ୟାରିସ୍‌: କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ରୀଡ଼ା ଆୟୋଜନକୁ ଲଗାତାର ଝଟକା ଲାଗିଛି। କରୋନା ପ୍ରକୋପ ଯୋଗୁ ସମ୍ମାନଜନକ ଟୁର୍ ଡି ଫ୍ରାନ୍ସକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ସାଇକେଲ୍ ରେସ୍ ଏବେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇପାରିବ ନାହିଁ।

ତିନି ସପ୍ତାହ ଧରି ଚାଲିବାକୁଥିବା ଏହି ରେସ୍ ଏବେବି ଚଳିତବର୍ଷ ଆୟୋଜିତ ହୋଇପାରିବ। ଫ୍ରାନ୍ସର ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ପ୍ରତିଯୋଗିତା ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇପାରେ। ଇକ୍ୱିପ୍ ଓ ଲି ପାରିସିଏନ୍ ପକ୍ଷରୁ କୁହାଯାଇଛି ଯେ ଟୁର୍ ଡି ଫ୍ରାନ୍ସର ଆୟୋଜନ ଏବେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ କରାଯାଇପାରେ।

ନୂଆ କାର୍ଯ୍ୟକ୍ରମ ଅନୁଯାୟୀ, ଟୁର୍ ଡି ଫ୍ରାନ୍ସ ସେହି ସମୟରେ ଶେଷ ହେବ, ଯେତେବେଳେ ନୂଆ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ପ୍ୟାରିସରେ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଟୁର୍ ଡି ଫ୍ରାନ୍ସ ଚଳିତ ବର୍ଷ ଜୁନ୍ ୨୭ ତାରିଖରୁ ଆରମ୍ଭ ହେବାର ଥିଲା, କିନ୍ତୁ ସୋମବାର ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏବେ ଏହି ରେସକୁ କରାଇବା ଅସମ୍ଭବ ହୋଇଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକରନ୍ କହିଛନ୍ତି, ଭିଡ଼ଜନିତ ସମସ୍ତ ଇଭେଣ୍ଟକୁ ଜୁଲାଇ ମଧ୍ୟ ସୁଦ୍ଧା ବାତିଲ୍ କରାଯାଇଛି।

Related story