ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂଗ୍ ସାଇଟ୍ ଟ୍ୱିଟର ବିଶ୍ୱ ଟି-ଟ୍ୱେଣ୍ଟି ପାଇଁ ନିଜର ଡ୍ରିମ୍ ଟିମ୍ ଚୟନ କରିଛି। ଏଥିରେ ସେହି ଖେଳିମାନଙ୍କୁ ସ୍ଥାନିତ କରାଯାଇଛି ଯେଉଁମାନେ କି ଗତ ୧୨ ମାସ ଧରି ଟ୍ୱିଟରରେ ଧୂମ୍ ମଚାଉଛନ୍ତି। ଆଉ ଏହି ଦଳର ଅଧିନାୟକ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ପୁଣି ଏହି ଟିମରେ ଧୋନୀଙ୍କୁ ଛାଡ଼ି ଦେଲେ ଆହୁରି ୪ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିରାଟ କୋହଲି, ସୁରେଶ ରାଇନା, ରବିଚନ୍ଦ୍ରନ ଅଶ୍ୱିନ ଓ ହରଭଜନ ସିଂହ।
ଟ୍ୱିଟରର ଏହି ଡ୍ରିମ୍ ଟିମରେ ପାକିସ୍ତାନର ଶାହିଦ ଆଫ୍ରିଦି, ୱାହାବ ରିୟାଜ, ମହମ୍ମଦ ହଫିଜ୍, ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍, ୱେଷ୍ଟ୍ ଇଣ୍ଡିଜର କ୍ରିସ୍ ଗେଲ୍ ପ୍ରମୁଖ ସ୍ଥାନ ପାଇଛନ୍ତି।