ଦିଲ୍ଲୀରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲ ହେବା ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ହେବା ନେଇ ଆଶଙ୍କା ଦେଖାଦେଇଛି। ଏହି ମ୍ୟାଚ୍‌ ୩୦ ତାରିଖରେ ହେବାକୁ ଥିବା ବେଳେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କୋଟଲା ଗ୍ରାଉଣ୍ଡର ଆର.ପି. ମେହେରା ବ୍ଲକରେ ଦର୍ଶକ ବସିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି।ଏନେଇ ବୁଧବାର ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡିସିଏ)ର କର୍ମକର୍ତ୍ତା, ବିସିସିଆଇ କର୍ମକର୍ତ୍ତା ଓ ଆଇସିସି ଅଫିସିଆଲ୍‌ଙ୍କ ମଧ୍ୟରେ ଏକ ବୈଠକ ହେବ। ଏଥିରେ ଦିଲ୍ଲୀରେ ମ୍ୟାଚ୍‌ […]

Uncertainty grows over Delhi WT20 semi-final

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 02:02 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମିଫାଇନାଲ ହେବା ନେଇ ଆଶଙ୍କା ଦେଖାଦେଇଛି। ଏହି ମ୍ୟାଚ୍‌ ୩୦ ତାରିଖରେ ହେବାକୁ ଥିବା ବେଳେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କୋଟଲା ଗ୍ରାଉଣ୍ଡର ଆର.ପି. ମେହେରା ବ୍ଲକରେ ଦର୍ଶକ ବସିବା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି।ଏନେଇ ବୁଧବାର ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡିସିଏ)ର କର୍ମକର୍ତ୍ତା, ବିସିସିଆଇ କର୍ମକର୍ତ୍ତା ଓ ଆଇସିସି ଅଫିସିଆଲ୍‌ଙ୍କ ମଧ୍ୟରେ ଏକ ବୈଠକ ହେବ। ଏଥିରେ ଦିଲ୍ଲୀରେ ମ୍ୟାଚ୍‌ ହେବ କି ନାହିଁ ତାହା ସ୍ଥିର ହେବ।

 ସୋମବାର ଡିସିସିଏଙ୍କ ପକ୍ଷରୁ ଏହି ବ୍ଲକରେ ଦର୍ଶକ ବସିବା ନେଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଯଦି ଏହି ବ୍ଲକରେ ଥିବା ସମସ୍ୟାର ସମାଧାନ ନ ହୁଏ ତେବେ ଏହି ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପିଟିସନ୍‌ରେ ଦର୍ଶାଯାଇଥିଲା।

ଡିଡିସିଏର କୋଷାଧ୍ୟକ୍ଷ ରବିଚନ୍ଦ୍ରନ୍‌ କହିଛନ୍ତି,“ଏନେଇ ଡିଡିସିଏ ପକ୍ଷରୁ ଜଷ୍ଟିସ୍‌(ଅବସରପ୍ରାପ୍ତ)ମୁକୁଲ ମୁଦଗଲ୍‌ (ଦିଲ୍ଲୀରେ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ  ପାଇଁ କୋର୍ଟଙ୍କ ପକ୍ଷରୁ ନିୟୋଜିତ ପର୍ଯ୍ୟବେକ୍ଷକ)ଙ୍କ ନିକଟକୁ ଏକ ପତ୍ର ପଠାଯାଇଛି। ଏଥିରେ ମେହେରା ବ୍ଲକରେ ଲୋକଙ୍କୁ ସୁରକ୍ଷା ନେଇ ପ୍ରତିଶ୍ରୁତି ଦିଆଯାଇଛି। ଏହାସହ ଆମେ ପିଟିସନ୍‌କୁ ଉଠେଇ ନେବାକୁ ସ୍ତିର କରିଛୁ। ଆମେ ଜଷ୍ଟିସ୍‌ ମୁଦଗଲଙ୍କ ନିକଟରେ ଏକ ଅଣ୍ଡଟେକିଂ ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଲୋକଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ।ଏନେଇ ମୁଁ ଆଶାବାଦୀ ଅଛି। ଏହାକୁ ନେଇ ଆଇନଗତ ତର୍ଜମା ଜାରି ରହିଛି।”

Related story