ପୃଥ୍ୱୀ ଶ'ଙ୍କ ଉପରେ ବ୍ୟାନ୍: ବିସିସିଆଇର ଡୋପିଂ ନିୟମ ଉପରେ ବର୍ଷିଲେ ସରକାର

ନୂଆଦିଲ୍ଲୀ: ନିକଟରେ ବିସିସିଆଇ ଟିମ୍ ଇଣ୍ଡିଆର ଯୁବ ଖେଳାଳି ପୃଥ୍ୱୀ ଶ’ଙ୍କ ଉପରେ ବ୍ୟାନ୍ ଲଗାଇଛି। ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ବିସିସିଆଇ କାର୍ଯାନୁଷ୍ଠାନ ସ୍ୱରୂପ ବ୍ୟାନ୍ ଲଗାଇଛି। ତେବେ ବିସିସିଆଇ କରାଉଥିବା ଡୋପ୍ ଟେଷ୍ଟକୁ ନେଇ କେନ୍ଦ୍ର ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କ୍ରୀଡା ମନ୍ତ୍ରଣାଳୟ ବିସିସିଆଇର ସିଇଓ ରାହୁଲ ଜୋହରଙ୍କୁ ଚିଠି ଲେଖି କହିଛି ବିସିସିଆଇ କରୁଥିବା ଆଣ୍ଟି ଡୋପ୍ ଟେଷ୍ଟରେ ଅନେକ ଭୁଲ୍ ରହିଛି। ଏହାଦ୍ୱାରା ବିସିସିଆଇ ନିଜେ ନିଜର […]

bcci vs shaw

Subhransu Sekhar
  • Published: Thursday, 01 August 2019
  • , Updated: 01 August 2019, 12:39 PM IST

ନୂଆଦିଲ୍ଲୀ: ନିକଟରେ ବିସିସିଆଇ ଟିମ୍ ଇଣ୍ଡିଆର ଯୁବ ଖେଳାଳି ପୃଥ୍ୱୀ ଶ'ଙ୍କ ଉପରେ ବ୍ୟାନ୍ ଲଗାଇଛି। ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ବିସିସିଆଇ କାର୍ଯାନୁଷ୍ଠାନ ସ୍ୱରୂପ ବ୍ୟାନ୍ ଲଗାଇଛି। ତେବେ ବିସିସିଆଇ କରାଉଥିବା ଡୋପ୍ ଟେଷ୍ଟକୁ ନେଇ କେନ୍ଦ୍ର ସରକାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କ୍ରୀଡା ମନ୍ତ୍ରଣାଳୟ ବିସିସିଆଇର ସିଇଓ ରାହୁଲ ଜୋହରଙ୍କୁ ଚିଠି ଲେଖି କହିଛି ବିସିସିଆଇ କରୁଥିବା ଆଣ୍ଟି ଡୋପ୍ ଟେଷ୍ଟରେ ଅନେକ ଭୁଲ୍ ରହିଛି। ଏହାଦ୍ୱାରା ବିସିସିଆଇ ନିଜେ ନିଜର ପରୀକ୍ଷା ନେଉଛି ଏବଂ ନିଜକୁ ଦୋଷୀ ସାବ୍ୟସ୍ତ ମଧ୍ୟ କରୁଛି।

ଦି  ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ବିସିସିଆଇର ଡୋପ୍ ଟେଷ୍ଟ କରିବାର କ୍ଷମତା ନାହିଁ। ଭାରତ ସରକାର କିମ୍ୱା ଓ୍ୱାର୍ଲଡ ଡୋପିଂ ଏଜେନ୍ସି (ଓ୍ୱାଡା) ପାଖରୁ ବିସିସିଆଇ କୌଣସି ଅନୁମତି ପାଇ ନାହିଁ। ୨୬ ଜୁନରେ କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇକୁ ଲେଖିଥିବା ଚିଠିକୁ ଆଧାର କରି ଇଣ୍ଡିଆନ ଏକ୍ସପ୍ରେସ ଏହି ରିପୋର୍ଟ ପ୍ରକାଶ କରିଛି।

ଓ୍ୱାଡା ନିୟମର ଧାରା ୫.୨ ଅନୁଯାୟୀ ଖେଳାଳିଙ୍କ ଡୋପିଂ ଟେଷ୍ଟ କରିବାର କ୍ଷମତା କେବଳ ପଞ୍ଜିକୃତ ଆଣ୍ଟି ଡୋପିଂ ସଂସ୍ଥା ପାଖରେ ରହିଛି। ବିସିସିଆଇ କିନ୍ତୁ ଓ୍ୱାଡା ପାଖରୁ ଡୋପ୍ ଟେଷ୍ଟ ପାଇଁ ଅନୁମତି ପାଇନଥିବା ଜଣାପଡ଼ିଛି। ଅନ୍ୟପଟେ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଅଧୀନରେ ଦେଶର ସମସ୍ତ ଖେଳ ଆସୁଥିବା ବେଳେ ବିସିସିଆଇ ଏହା ଅଧୀନରେ ଆସିବାକୁ ଚାହୁଁ ନାହିଁ। ଯାହାକୁ ନେଇ ବିସିସିଆଇ ଓ ନାଡା ମଧ୍ୟରେ ଦୀର୍ଘ ବର୍ଷ ହେବ ବିବାଦ ଜାରି ରହିଛି। ନାଡାର ପ୍ରକ୍ରିୟାରେ କୌଣସି ଭୁଲ ନାହିଁ, ତଥାପି ବିସିସିଆଇ ଏହା  ଅଧୀନରେ ଆସିବାକୁ ଚାହୁଁ ନାହିଁ ବୋଲି ଓ୍ୱାଡା କହିଛି।

ସୂଚନାଯୋଗ୍ୟ, ବିସିସିଆଇ ୨୦୧୮ରେ ନାଡାକୁ ୨୧୫ଟି ଡୋପିଂ ସ୍ୟାମ୍ପଲ ପଠାଇଥିଲା। ଏଥିରେ ୫ ଜଣ ଡୋପ୍ ଟେଷ୍ଟରେ ଫେଲ୍ ହୋଇଥିଲେ। ହେଲେ ଏହି ପାଞ୍ଚ ଜଣ କିଏ ତାହା ବିସିସିଆଇ ଆଜି ଯାଏ ପ୍ରକାଶ କରିନାହିଁ। ଏହି ୫ ଜଣଙ୍କ ବାବଦରେ ବିସିସିଆଇ କଣ ନିଷ୍ପତ୍ତି ନେଇଛି, ଏଯାଏ ଜଣାପଡ଼ିନି।

କିନ୍ତୁ ମଙ୍ଗଳବାର ପୃଥ୍ୱୀ ଶ'ଙ୍କୁ  ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଦର୍ଶାଇ ୧୫ ନଭେମ୍ୱର ଯାଏ ତାଙ୍କ ଉପରେ ବ୍ୟାନ୍ ଲଗାଇଛି ବିସିସିଆଇ। ପୃଥ୍ୱୀ ଅଜାଣତରେ ଏକ ପ୍ରତିବନ୍ଧକ ପଦାର୍ଥ ସେବନ କରିଥିଲେ, ଯାହା ସାଧାରଣତଃ କାଶ ଔଷଧ (କଫ୍ ସିରପ୍)ରେ ମିଳିଥାଏ। ଏହି କାରଣରୁ ପୃଥ୍ୱୀଙ୍କୁ ଡୋପିଙ୍ଗ ନିୟମ ଉଲ୍ଲଙ୍ଘନ ମାମଲାରେ ୮ ମାସ ସସପେଣ୍ଡ କରିଛି ବିସିସିଆଇ।

Related story