/odisha-reporter/media/media_files/2025/11/30/virat-kohli-2025-11-30-16-33-47.jpg)
ଶତକ ମାରିବା ପରେ ବିରାଟ କୋହଲି
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ରାଞ୍ଚିରେ ଖେଳା ଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ବଢ଼ିଆ ଖେଳିଛନ୍ତି ବିରାଟ କୋହଲି। ସେ ଶତକ ମାରିଛନ୍ତି। ଏହା ହେଉଛି ତାଙ୍କ ଦିନିକିଆ କ୍ୟାରିୟରର ୫୨ ତମ ଶତକ। ସେହିଭଳି ରାଞ୍ଚିରେ ଏହା ହେଉଛି ତାଙ୍କର ତୃତୀୟ ଶତକ।
୧୦୨ଟି ବଲ୍ରୁ ୭ଟି ଚୌକା ଓ ୫ଟି ଛକା ସହାୟତାରେ ବିରାଟ ହାସଲ କରିଛନ୍ତି ଏହି ଶତକ। ସେ ଚୌକା ମାରି ଶତକ ପୂରଣ କରିଥିଲେ।
ସେ ୧୨୦ଟି ବଲ୍ରୁ ୧୩୫ରନ୍ (୧୧ ଚୌକା ଓ ୭ ଛକା) କରି ଆଉଟ୍ ହୋଇଥିଲେ। ୪୨.୫ ଓଭରରେ ସେ ନାନ୍ଦ୍ରେ ବର୍ଗରଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଦଳକୁ ୩.୧ ଓଭରରେ ଲାଗିଥିଲା ପ୍ରଥମ ଝଟକା। ୧୮ ରନ୍ କରି ଆଉଟ୍ ହୋଇଥିଲେ ଯଶସ୍ୱୀ ଜୈସୱାଲ। ସେତେବେଳକୁ ଦଳର ସ୍କୋର ୨୫ରେ ପହଞ୍ଚିଥିଲା। ଏହା ପରେ କ୍ରିଜ୍ରେ ବେଶ୍ ଜମି ଯାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ରୋହିତ ଶର୍ମା ୨୧.୨ ଓଭରରେ ମାର୍କୋ ଜାନସେନଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ସେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୧୬୧ରେ ପହଞ୍ଚି ଯାଇଥିଲା। ରୋହିତ ୫୧ଟି ବଲ୍ରୁ ୫୭ ରନ୍ କରି ଆଉଟ୍ ହୋଇଥିଲେ।
ରୋହିତ ଆଉଟ୍ ହେବା ପରେ ଦଳ ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦର ସହଳ ଆଉଟ୍ ହୋଇଯାଇଥିଲେ। ଏହି ଦୁଇ ବ୍ୟାଟର ଯଥାକ୍ରମେ ୮ ଓ ୧୩ ରନ୍ କରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ତେବେ ଏଥିଯୋଗୁ କୋହଲି ଚାପଗ୍ରସ୍ତ ହୋଇନଥିଲେ। ସେ ଧୈର୍ଯ୍ୟର ସହିତ ଖେଳିଥିଲେ।
ଖବର ଲେଖାଯିବା ବେଳକୁ ଭାରତ ୪୩.୪ ଓଭରରେ ୫ ୱିକେଟ୍ ହରାଇ ୨୮୨ ରନ୍ କରିଛି। କେଏଲ ରାହୁଲ ୨୮ ଓ ରବୀନ୍ଦ୍ର ଜାଡ଼େଜା ୩ ରନ୍ କରି ଖେଳୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
