କୋହଲିଙ୍କ ତୁଳନା କପିଲ୍ ଦେବଙ୍କ ସହ କଲେ ଏହି ପୂର୍ବତନ କ୍ୟାପଟେନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ବେଶ୍ ପରିଚିତ। କୋହଲିଙ୍କ ଏହି ସ୍ୱଭାବକୁ କିଛି ପସନ୍ଦ କରନ୍ତି ତ କିଛି ନାପସନ୍ଦ ମଧ୍ୟ କରନ୍ତି। ହେଲେ ଭାରତର ପୂର୍ବତନ କ୍ୟାପଟେନ୍ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିଷ୍ଣମଚାରୀ ଶ୍ରୀକାନ୍ତ କୋହଲିଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। କୋହଲିଙ୍କ ଏହି ଉତ୍କଣ୍ଠା ଏବଂ ଆତ୍ମବିଶ୍ୱାସକୁ ଶ୍ରୀକାନ୍ତ ମହାନ୍ କ୍ରିକେଟର୍ କପିଲ୍ ଦେବଙ୍କ ସହ ତୁଳନା କରିଛନ୍ତି। କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ […]

virat-kohli

Ranjit Kumar Jena
  • Published: Sunday, 12 April 2020
  • , Updated: 12 April 2020, 08:16 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ବେଶ୍ ପରିଚିତ। କୋହଲିଙ୍କ ଏହି ସ୍ୱଭାବକୁ କିଛି ପସନ୍ଦ କରନ୍ତି ତ କିଛି ନାପସନ୍ଦ ମଧ୍ୟ କରନ୍ତି। ହେଲେ ଭାରତର ପୂର୍ବତନ କ୍ୟାପଟେନ୍ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିଷ୍ଣମଚାରୀ ଶ୍ରୀକାନ୍ତ କୋହଲିଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। କୋହଲିଙ୍କ ଏହି ଉତ୍କଣ୍ଠା ଏବଂ ଆତ୍ମବିଶ୍ୱାସକୁ ଶ୍ରୀକାନ୍ତ ମହାନ୍ କ୍ରିକେଟର୍ କପିଲ୍ ଦେବଙ୍କ ସହ ତୁଳନା କରିଛନ୍ତି। କପିଲ୍ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ପ୍ରଥମଥର ଲାଗି ବିଶ୍ୱକପ୍ ଜିତିଥିଲା ଏବଂ ଶ୍ରୀକାନ୍ତ ସେହି ଟିମର ପ୍ରମୁଖ ସଦସ୍ୟ ଥିଲେ। ସେହିପରି କୋହଲି ୨୦୧୧ ବିଶ୍ୱକପ୍ ବିଜେତା ଟିମର ମଧ୍ୟ ସଦସ୍ୟ ଥିଲେ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀକାନ୍ତ କହିଛନ୍ତି, ମୁଁ କପିଲ୍ ଦେବଙ୍କ ସହ କ୍ରିକେଟ୍ ଖେଳିଛି ଏବଂ ବିରାଟଙ୍କୁ ଚୟନ କରିଥିବା ଚୟନ କମିଟିର ଚେୟାରମ୍ୟାନ୍ ମଧ୍ୟ ରହିସାରିଛି। ତେଣୁ ମୁଁ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ଉଭୟ (କପିଲ୍ ଓ କୋହଲି)ଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସମାନ। ଦୁହେଁ ଅତ୍ୟଧିକ ଆତ୍ମବିଶ୍ୱାସ ସହ କ୍ରିକେଟ୍ ମଇଦାନକୁ ଓହ୍ଲାଇଥାନ୍ତି ଏବଂ ମ୍ୟାଚ୍ ଜିତିବା ହିଁ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ। ହାର୍ ନମାନିବାର ଉତ୍କଣ୍ଠା ଏବଂ ଆକ୍ରମଣାତ୍ମକ ସେମାନଙ୍କୁ ଲକ୍ଷ୍ୟର ପିଛା କରାଇବାରେ ଅଧିକ ଶକ୍ତି ପ୍ରଦାନ କରିଥାଏ। ତେଣୁ ଉଭୟଙ୍କ ସକାରାତ୍ମକ ଆଭିମୁଖ୍ୟ ମୋତେ ବହୁତ ପସନ୍ଦ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି, "କୋହଲି କେବେବି ନିଜ ଉତ୍କଣ୍ଠାକୁ କମ୍ ହେବାକୁ ଦିଅନ୍ତି ନାହିଁ। ମୁଁ ସବୁବେଳେ ଚିନ୍ତା କରେ ଯେ କୋହଲିଙ୍କ ଉତ୍କଣ୍ଠା ଶୀଘ୍ର ଶେଷ ହୋଇଯିବନି ତ। କିନ୍ତୁ କୋହଲି ପ୍ରତି ଓଭରରେ ନିଜର ସେହି ଆତ୍ମବିଶ୍ୱାସ ବଜାୟ ରଖନ୍ତି ଏବଂ ବାସ୍ତବରେ ତାହା ଖୁବ୍ ପ୍ରଶଂସନୀୟ।"

ସୂଚନାଯୋଗ୍ୟ, କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ କରିଛନ୍ତି। ସେ ୫୩.୬୨ ହାରରେ ୭୨୪୦ ରନ୍ ଏବଂ ୨୪୮ ଦିନିକିଆରେ ପାଖାପାଖି ୬୦ ହାରରେ ୧୧,୮୬୭ ରନ୍ କରିଛନ୍ତି।

Related story