Advertisment

ଲକଡାଉନରେ ଘରେ ବସି ମାଲାମାଲ୍ ହେଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କିଛି ଲୋକ ନିଜ ନିଜର ଚାକିରିକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି। ଏଭଳି ସଙ୍କଟ ସମୟରେ ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରୁଛନ୍ତି। ତେବେ କୋହଲି ଏହି ଆୟ ନିଜର ଇନଷ୍ଟାଗ୍ରାମ ପୋଷ୍ଟରୁ କରିଛନ୍ତି। ଲକଡାଉନରେ ଇନଷ୍ଟାଗ୍ରାମ ପୋଷ୍ଟରୁ ସର୍ବାଧିକ ଆୟ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଲକଡାଉନରେ ଘରେ ବସି ମାଲାମାଲ୍ ହେଲେ ବିରାଟ୍ କୋହଲି

kohli

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କିଛି ଲୋକ ନିଜ ନିଜର ଚାକିରିକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି। ଏଭଳି ସଙ୍କଟ ସମୟରେ ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଘରେ ବସି କୋଟି କୋଟି ଟଙ୍କା ଆୟ କରୁଛନ୍ତି। ତେବେ କୋହଲି ଏହି ଆୟ ନିଜର ଇନଷ୍ଟାଗ୍ରାମ ପୋଷ୍ଟରୁ କରିଛନ୍ତି।

Advertisment

ଲକଡାଉନରେ ଇନଷ୍ଟାଗ୍ରାମ ପୋଷ୍ଟରୁ ସର୍ବାଧିକ ଆୟ କରୁଥିବା କ୍ରୀଡ଼ାବିତଙ୍କ ମଧ୍ୟରେ କୋହଲିଙ୍କର ନମ୍ବର ୬ରେ ରହିଛି। ସେ ମଧ୍ୟ ଏକମାତ୍ର ଭାରତୀୟ ଓ କ୍ରିକେଟର୍ ଭାବେ ଏହି ତାଲିକାର ଟପ୍-୧୦ରେ ଅଛନ୍ତି। ବିରାଟ୍‌ ଲକଡାଉନରେ ତିନୋଟି ପ୍ରାୟୋଜିତ ପୋଷ୍ଟ କରିଛନ୍ତି। ତାଙ୍କୁ ପ୍ରତି ପୋଷ୍ଟ ପାଇଁ ହାରାହାରି ୧.୨ କୋଟି ଟଙ୍କା ମିଳିଛି। ଅର୍ଥାତ୍ ତିନୋଟି ପୋଷ୍ଟରୁ ସେ ୩ କୋଟି ଟଙ୍କା ଆୟ କରିଛନ୍ତି। ଇନଷ୍ଟାଗ୍ରାମରେ କୋହଲିଙ୍କର ଫଲୋଅର୍ସ ସଂଖ୍ୟା ୬.୨କୋଟିରୁ ଅଧିକ ରହିଛି।

ଏହି ତାଲିକାରେ ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର ଓ ଜୁଭେଣ୍ଟସ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ଅଛନ୍ତି। ସେ ମାର୍ଚ୍ଚ ୧୨ରୁ ମେ' ୧୪ ତାରିଖ ମଧ୍ୟରେ ପ୍ରାୟ ୧୭.୯ କୋଟି ଟଙ୍କା ଆୟ କରିଛନ୍ତି। ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ୨୨ କୋଟି ଫଲୋଅର୍ସ ଅଛନ୍ତି।

Advertisment

ସେହିପରି ବାର୍ସିଲୋନା ଷ୍ଟାର୍ ତଥା ଆର୍ଜେଣ୍ଟିନା ଫୁଟବଲର ଲିଓନେଲ୍ ମେସି ୨ୟ ସ୍ଥାନରେ ଅଛନ୍ତି। ସେ ୪ଟି ପୋଷ୍ଟରୁ ୧୨.୩ କୋଟି ଟଙ୍କା ଆୟ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୧୫.୧ କୋଟି ଫଲୋଅର୍ସ ଅଛନ୍ତି।

ବ୍ରାଜିଲର ଜୁନିୟର ନେମାର ୧୧.୪ କୋଟି ଟଙ୍କା ସହ ତୃତୀୟରେ ରହିଛନ୍ତି। ଏନବିଏ ଷ୍ଟାର୍ ଓ'ନିଲ୍ ୫.୫ କୋଟି ଟଙ୍କା ସହ ଚତୁର୍ଥ ଏବଂ ଇଂଲଣ୍ଡର ପୂର୍ବତନ ଫୁଟବଲର ଡେଭିଡ୍ ବେକହାମ୍ ୩.୮ କୋଟି ଟଙ୍କା ସହ ପଞ୍ଚମ ସ୍ଥାନରେ ଅଛନ୍ତି।

Lockdown Virat Kohli