Advertisment

ଶେଷ ବଲ୍‌ରେ ଛକା ମାରି ଦଳକୁ ସେମିରେ ପହଞ୍ଚାଇଲେ ବିଷ୍ଣୁ

ନୂଆଦିଲ୍ଲୀ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ରେ ବିଜୟ ହାସଲ କରିଛି ବରୋଦା। ଏହି ବିଜୟ ସହ ବରୋଦା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି। ହରିଆଣା ବିପକ୍ଷରେ ମ୍ୟାଚ୍‌ରେ ଯୁବ ତାରକା ବିଷ୍ଣୁ ସୋଲାଙ୍କି ଶେଷ ବଲରେ ଛକା ମାରି ଦଳକୁ ଏହି ସଫଳତା ଦେଇଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ହରିଆଣା ୭ ୱିକେଟ ହରାଇ ୧୪୮ ରନ୍‌ କରିଥିଲା। ଏହାପରେ ବିଷ୍ଣୁ ସୋଲାଙ୍କି ନିଜର ଜଲୱା ଦେଖାଇଥିଲେ। ସେ ୪ଟି […]

ଅଦ୍ୟତନ ହୋଇଛି
ଶେଷ ବଲ୍‌ରେ ଛକା ମାରି ଦଳକୁ ସେମିରେ ପହଞ୍ଚାଇଲେ ବିଷ୍ଣୁ

bvg

Advertisment

ନୂଆଦିଲ୍ଲୀ: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ରେ ବିଜୟ ହାସଲ କରିଛି ବରୋଦା। ଏହି ବିଜୟ ସହ ବରୋଦା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି। ହରିଆଣା ବିପକ୍ଷରେ ମ୍ୟାଚ୍‌ରେ ଯୁବ ତାରକା ବିଷ୍ଣୁ ସୋଲାଙ୍କି ଶେଷ ବଲରେ ଛକା ମାରି ଦଳକୁ ଏହି ସଫଳତା ଦେଇଛନ୍ତି।

Advertisment

ପ୍ରଥମେ ବ୍ୟାଟିଂ କରୁଥିବା ହରିଆଣା ୭ ୱିକେଟ ହରାଇ ୧୪୮ ରନ୍‌ କରିଥିଲା। ଏହାପରେ ବିଷ୍ଣୁ ସୋଲାଙ୍କି ନିଜର ଜଲୱା ଦେଖାଇଥିଲେ। ସେ ୪ଟି ଚୌକା ଓ ୫ଟି ଛକା ସହ ୪୬ ବଲରେ ଅପରାଜିତ ୭୧ ରନ୍‌ କରିଛନ୍ତି। ବିଶେଷ କରି ଶେଷ ଓଭର୍‌ରେ ଦଳକୁ ଜିତିବା ପାଇଁ ୧୮ ରନ୍‌ ଦରକାର ଥିବା ବେଳେ ବିଷ୍ଣୁ ଶେଷ ବଲରେ ଛକା ମାରି ଦଳକୁ ଜିତାଇଛନ୍ତି।

Advertisment


ହରିଆଣା ମ୍ୟାଚ୍‌ରେ ଜବରଦସ୍ତ ଲଢ଼େଇ କରିଥିଲା। ଶେଷ ଦୁଇ ଓଭର୍‌ରେ ଦଳକୁ ଜିତିବା ପାଇଁ ୨୩ ରନ୍‌ ଦରକାର ଥିବା ବେଳେ ଅଧିନାୟକ ମୋହିତ ଶର୍ମା କେବଳ ୫ ରନ୍‌ ବ୍ୟୟ କରିଥିଲା। ତେବେ ବିଷ୍ଣୁ ସୋଲାଙ୍କି ଶେଷ ଓଭର୍‌ ବୋଲିଂ କରୁଥିବା ସୁମିତ କୁମାରଙ୍କୁ ଆଟାକ କରିଥିଲେ।

ସେ ଏହି ଓଭର୍‌ରେ ୨ଟି ଛକା ଓ ଗୋଟିଏ ଚୌକା ମାରି ଦଳକୁ ୮ ୱିକେଟରେ ବିଜୟ କରାଇଥିଲେ। ଶେଷ ବଲରେ ଦଳକୁ ଜିତିବାକୁ ୫ ରନ୍‌ ଦରକାର ଥିଲା। ଏହି ସମୟରେ ବିଷ୍ଣୁ ହେଲିକପ୍ଟର ଶଟ ଜରିଆରେ ବଲକୁ ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ।

ଅଧିକ ପଢ଼ନ୍ତୁ >> ଡେବ୍ୟୁ ମ୍ୟାଚ୍‌ରେ ଆଖି ଲାଖିଗଲା ଭଳି କ୍ୟାଚ୍ ଧରିଲେ ଇମରାନ

Indian Cricket Team Sayad Mustak Ali Trophy Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe