ବଲିଉଡ୍ ଗୀତରେ ନାଚିଲେ ଆମେରିକୀୟ ମହିଳା ଟେନିସ୍ ଖେଳାଳି

ନୂଆଦିଲ୍ଲୀ: ବଲିଉଡ୍ ଗୀତ ଯେ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଏହାର ଡିମାଣ୍ଡ୍ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ। ଆମେରିକୀୟ ମହିଳା ଟେନିସ୍ ତାରକା ଆଲିସନ୍ ରିସ୍କେ ନିଜର ବିବାହ ସମାରୋହରେ ଏକ ବଲିଉଡ୍ ଗୀତରେ ଖୁବ୍ ଡ୍ୟାନ୍ସ କରିଛନ୍ତି। ତାଙ୍କ ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଡ୍ୟାନ୍ସ ଷ୍ଟେପକୁ ଦେଖି ଭାରତୀୟ ଟେନିସ୍ କୁଇନ୍ ସାନିଆ ମିର୍ଜା ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି। […]

alison

Ranjit Kumar Jena
  • Published: Monday, 22 July 2019
  • , Updated: 22 July 2019, 04:50 PM IST

ନୂଆଦିଲ୍ଲୀ: ବଲିଉଡ୍ ଗୀତ ଯେ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଏହାର ଡିମାଣ୍ଡ୍ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ। ଆମେରିକୀୟ ମହିଳା ଟେନିସ୍ ତାରକା ଆଲିସନ୍ ରିସ୍କେ ନିଜର ବିବାହ ସମାରୋହରେ ଏକ ବଲିଉଡ୍ ଗୀତରେ ଖୁବ୍ ଡ୍ୟାନ୍ସ କରିଛନ୍ତି। ତାଙ୍କ ଡ୍ୟାନ୍ସ କରୁଥିବାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଡ୍ୟାନ୍ସ ଷ୍ଟେପକୁ ଦେଖି ଭାରତୀୟ ଟେନିସ୍ କୁଇନ୍ ସାନିଆ ମିର୍ଜା ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି।

ଆଲିସନ୍ ନିଜ ଦୀର୍ଘଦିନ ପାର୍ଟନର୍ ଷ୍ଟିଫେନ୍ ଅମ୍ରିତରାଜଙ୍କ ସହ ବିବାହ କରିଛନ୍ତି। ଷ୍ଟିଫେନ୍ ଭାରତର ପୂର୍ବତନ ଡେଭିସ୍ କପ୍ ଖେଳାଳି ତଥା କ୍ୟାପଟେନ୍ ଆନନ୍ଦ ଅମ୍ରିତରାଜଙ୍କ ପୁଅ। ଆଲିସନ୍ ବଲିଉଡ୍ ଫିଲ୍ମ 'ବାର୍ ବାର୍ ଦେଖୋ'ର ଏକ ଗୀତରେ ଡ୍ୟାନ୍ସ କରି ନିଜର ବିବାହକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହା ଦେଖି ସାନିଆ ମିର୍ଜା ଟ୍ୱିଟ୍ କରି କହିଛନ୍ତି, ଉଭୟ ଷ୍ଟିଫେନ୍ ଓ ଆଲିସନଙ୍କୁ ଅଭିନନ୍ଦନ।

ସୂଚନାଯୋଗ୍ୟ, ବିଶ୍ୱର ୩୭ ନମ୍ବର ଖେଳାଳି ଆଲିସନ୍ ନିକଟରେ ଶେଷ ହୋଇଥିବା ୱିମ୍ବଲଡନ୍ ଓପନର ପ୍ରି-କ୍ୱାର୍ଟରଫାଇନାଲରେ ଟପ୍ ସିଡ୍ ଆଶଲେ ବାର୍ଟିଙ୍କୁ ହରାଇ ପ୍ରଥମଥର ପାଇଁ ଗ୍ରାଣ୍ଡସ୍ଲାମ୍ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ। ଏହି ବିଜୟକୁ ନେଇ ଆଲିସନ୍ କହିଥିଲେ, "ଏହି ମ୍ୟାଚରେ ମୋତେ ଆଗ୍ରେସିଭ୍ ଖେଳିବାର ଥିଲା। ଗ୍ରାସକୋର୍ଟରେ ବାର୍ଟିଙ୍କୁ ହରାଇବା କଷ୍ଟକର ଥିଲା, କିନ୍ତୁ ମୁଁ ଏଥିରେ ସଫଳ ହୋଇଥିଲି।" ୨୯ ବର୍ଷୀୟ ଆଲିସନ୍ ଏପର୍ଯ୍ୟନ୍ତ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିନାହାନ୍ତି।

Related story