ଭୋଟିଂ ଜାରି, କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର କିଏ ହେବେ ଅଧିନାୟକ?: ଏହି କ୍ରିକେଟର୍‌ ସବୁଠୁ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ନିଲାମୀ ଶେଷ ହୋଇଯାଇଛି। ନିଲାମୀରେ ଅନେକ କ୍ରିକେଟର୍‌ କୋଟି କୋଟି ଟଙ୍କାରେ କିଣାଯାଇଥିବା ବେଳେ ଅନେକ ଏମିତି ଅଛନ୍ତି ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ନିଲାମୀ ପରେ କୌଣସି ଟିମ୍‌ ଯଦି ଅଧିକ ଚିନ୍ତାରେ ଅଛି ତେବେ ସେ ଟିମ୍‌ ହେଉଛି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ। ଏହି ଦୁଇଟି ଟିମ୍‌ରେ ଅଧିନାୟକ କିଏ ହେବେ ସେ ନେଇ ଚାଲିଛି ଚର୍ଚ୍ଚା। ନିଲାମୀରେ ଏହି ଦୁଇଟି ଟିମ୍‌ କୋଟି […]

3QRLBljtrr

Ordigital Desk
  • Published: Friday, 02 February 2018
  • , Updated: 02 February 2018, 01:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ନିଲାମୀ ଶେଷ ହୋଇଯାଇଛି। ନିଲାମୀରେ ଅନେକ କ୍ରିକେଟର୍‌ କୋଟି କୋଟି ଟଙ୍କାରେ କିଣାଯାଇଥିବା ବେଳେ ଅନେକ ଏମିତି ଅଛନ୍ତି ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ନିଲାମୀ ପରେ କୌଣସି ଟିମ୍‌ ଯଦି ଅଧିକ ଚିନ୍ତାରେ ଅଛି ତେବେ ସେ ଟିମ୍‌ ହେଉଛି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ। ଏହି ଦୁଇଟି ଟିମ୍‌ରେ ଅଧିନାୟକ କିଏ ହେବେ ସେ ନେଇ ଚାଲିଛି ଚର୍ଚ୍ଚା। ନିଲାମୀରେ ଏହି ଦୁଇଟି ଟିମ୍‌ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶ୍ୱର ଜଣାଶୁଣା କ୍ରିକେଟରଙ୍କୁ କିଣିଛନ୍ତି। କିନ୍ତୁ ଏବେ କେଉଁଖେଳାଳିଙ୍କ ଅଧିନାୟକତ୍ୱରେ ଏହି ଦୁଇଟି ଟିମ ଆଇପିଏଲକୁ ଓହ୍ଲାଇବା ତାହାକୁ ନେଇ ବଡ଼ ପ୍ରଶ୍ନ।

କିଙ୍ଗ୍ସ ଇଲେଭେନ ପଞ୍ଜାବ ନିଜ ଟିମ୍‌ର ଅଧିନାୟକ କିଏ ହେବେ ଏହାକୁ ନେଇ ଲୋକଙ୍କ ମତାମାତ ମାଗିଛି। ଭୋଟିଂ ମାଧ୍ୟମରେ ପଞ୍ଜାବ ତାର ଅଧିନାୟକ ବାଛିବ। ଏପର୍ଯ୍ୟନ୍ତ ଏହି ଭୋଟିଂରେ ଯୁବରାଜ ସବୁଠୁ ଆଗରେ ଅଛନ୍ତି। ସର୍ବାଧିକ ଲୋକେ ଯୁବରାଜଙ୍କୁ ପଞ୍ଜାବ ଟିମ୍‌ର ଅଧିନାୟକ ଭାବେ ଦେଖିବାକୁ ଚାହୁଁଛନ୍ତି।

Related story