କ୍ରିକେଟ୍ ମ୍ୟାଚରେ ଗ୍ରାଉଣ୍ଡରେ ପଶିଲେ ଶାଢ଼ୀ ପିନ୍ଧା ମହିଳା, ଆଉ ତାପରେ...

ନୂଆଦିଲ୍ଲୀ: ବର୍ତ୍ତମାନ ସୋଶାଲ ମିଡିଆରେ ମହିଳା ଭାବେ ଶାଢ଼ୀ ପିନ୍ଧି ନିଜ ନିଜର ଫଟୋର ଶେୟାର କରୁଛନ୍ତି। ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଶାଢ଼ୀ ଟ୍ୱିଟର୍ ନାମରେ ହ୍ୟାଶଟ୍ୟାଗ୍ ଟ୍ରେଣ୍ଡ୍ ହେବାରେ ଲାଗିଛି। ଏହି ଟ୍ରେଣ୍ଡରେ ରାଜନୀତିଠାରୁ ଆରମ୍ଭ କରି ଫିଲ୍ମ ଦୁନିଆର ଷ୍ଟାର୍ ମଧ୍ୟ ଭାଗ ନେଉଛନ୍ତି। ଏବେ ଏହି ହ୍ୟାଶଟ୍ୟାଗରେ କ୍ରିକେଟ୍ ଦୁନିଆ ମଧ୍ୟ ଏଣ୍ଟ୍ରି କରିଛି। ଜଣେ କ୍ରିକେଟ୍ ପ୍ରଶଂସକଙ୍କ ଏକ ଭିଡିଓ ଖୁବ୍ ଶେୟାର୍ ହେଉଛି, ଯେଉଁଥିରେ ଜଣେ […]

SAREE

Ranjit Kumar Jena
  • Published: Sunday, 21 July 2019
  • , Updated: 21 July 2019, 09:03 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ସୋଶାଲ ମିଡିଆରେ ମହିଳା ଭାବେ ଶାଢ଼ୀ ପିନ୍ଧି ନିଜ ନିଜର ଫଟୋର ଶେୟାର କରୁଛନ୍ତି। ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଶାଢ଼ୀ ଟ୍ୱିଟର୍ ନାମରେ ହ୍ୟାଶଟ୍ୟାଗ୍ ଟ୍ରେଣ୍ଡ୍ ହେବାରେ ଲାଗିଛି। ଏହି ଟ୍ରେଣ୍ଡରେ ରାଜନୀତିଠାରୁ ଆରମ୍ଭ କରି ଫିଲ୍ମ ଦୁନିଆର ଷ୍ଟାର୍ ମଧ୍ୟ ଭାଗ ନେଉଛନ୍ତି।

ଏବେ ଏହି ହ୍ୟାଶଟ୍ୟାଗରେ କ୍ରିକେଟ୍ ଦୁନିଆ ମଧ୍ୟ ଏଣ୍ଟ୍ରି କରିଛି। ଜଣେ କ୍ରିକେଟ୍ ପ୍ରଶଂସକଙ୍କ ଏକ ଭିଡିଓ ଖୁବ୍ ଶେୟାର୍ ହେଉଛି, ଯେଉଁଥିରେ ଜଣେ ମହିଳା ଶାଢ଼ୀ ପିନ୍ଧି କ୍ରିକେଟ୍ ମଇଦାନରେ ଦୌଡ଼ୁଛନ୍ତି ଏବଂ ପରେ ସେ ବ୍ୟାଟ୍ସମ୍ୟାନଙ୍କୁ କିସ୍ କରୁଛନ୍ତି।

ତେବେ ଏହି ଭିଡିଓ ଏବେକାର ନୁହେଁ, ଏହା ୪୪ ବର୍ଷ ତଳର ଅର୍ଥାତ୍ ୧୯୭୫ ମସିହାର। ମୁମ୍ବାଇର ୱାଙ୍ଖଡେ ଗ୍ରାଉଣ୍ଡରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଚାଲିଥିଲା ଏବଂ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ବ୍ରିଜେଶ ପଟେଲ୍ ଦମଦାର ଅର୍ଦ୍ଧଶତକ ମାରିଥିଲେ। ବ୍ରିଜେଶ ଯେତେବେଳେ ନିଜର ଅର୍ଦ୍ଧଶତକ ପୂରଣ କଲେ, ଅଚାନକ୍ ଜଣେ ମହିଳା ମଇଦାନ ଭିତରକୁ ପଶିଆସିଥିଲେ ଏବଂ ତୁରନ୍ତ ବ୍ରିଜେଶଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହା ପରେ ମହିଳା ଜଣକ ବ୍ରଜେଶଙ୍କୁ କିସ୍ (ଚୁମ୍ବନ) କରିଥିଲେ। ସେହି ମହିଳା ଜଣକ ଶାଢ଼ୀ ପିନ୍ଧିଥିଲେ ଏବଂ ଖୁବ୍ ଜୋରରେ ଦୌଡ଼ୁଥିଲେ।

ଏହି ମୁକାବିଲାରେ ୱିଣ୍ଡିଜ୍ ପ୍ରଥମ ଇନିଂସରେ ୬୦୪ ରନରେ ପାଳି ଘୋଷଣା କରିଥିଲା। ଜବାବରେ ଭାରତ ୪୦୬ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ୱିଣ୍ଡିଜ୍ ୩ ୱିକେଟରେ ୨୦୫ ରନରେ ପାଳି ଘୋଷଣା କରି ଭାରତ ଆଗରେ ୪୦୪ ରନର ଟାର୍ଗେଟ୍ ରଖିଥିଲା।

ଏହି ବଡ଼ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ବ୍ରିଜେଶ୍ ଅର୍ଦ୍ଧଶତକ ମାରିବା ପରେ ତାଙ୍କ ଆଡ଼କୁ ମହିଳା ଜଣକ ଶାଢ଼ୀ ପିନ୍ଧି ମାଡ଼ି ଆସିଥିଲେ। ତେବେ ସେହି ମହିଳାଙ୍କୁ ପୁଲିସ୍ ରୋକିବାରେ ବିଫଳ ହୋଇଥିଲା। ଶେଷରେ ମହିଳା ଜଣକ ବ୍ରିଜେଶଙ୍କ ପାଖରେ ପହଞ୍ଚି ତାଙ୍କ ଗାଲରେ କିସ୍ କରିଥିଲେ।

Related story