ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ବ୍ରିଜେଶଙ୍କ ଅଭିଯାନ ଆରମ୍ଭ

ଏକାଟେରିନାବର୍ଗ (ରୁଷ୍): ବ୍ରିଜେଶ ଯାଦବ (୮୧ କେଜି) ମଙ୍ଗଳବାର ଏଠାରେ ପୋଲାଣ୍ଡର ମେଲୁଜ୍ ଗୋଇନସ୍କିଙ୍କୁ ପ୍ରଥମ ରାଉଣ୍ଡରେ ହରାଇ ଭାରତକୁ ୱାର୍ଲ୍ଡ ପୁରୁଷ ବକ୍ସିଂ ଚାମ୍ପିୟନଶିପରେ ଭଲ ଶୁଭାରମ୍ଭ ଦେଇଛନ୍ତି। ଭାରତର ଏହି ଷ୍ଟାର୍ ବକ୍ସର ଗୋଇନସ୍କିଙ୍କ ବିପକ୍ଷରେ ୫-୦ର ସହଜ ବିଜୟ ହାସଲ କରିଥିଲେ। ଏହି ମୁକାବିଲାରେ ପୋଲାଣ୍ଡର ବକ୍ସରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମ୍ୟାଚରେ ଯାଦବ ନିଜ ଶକ୍ତ ପଞ୍ଚ୍ ଦ୍ୱାରା ବିରୋଧୀଙ୍କୁ ଘାଇଲା କରିଥିଲେ। ଅନ୍ୟପକ୍ଷରେ ସେ ପ୍ରତିବନ୍ଧ ବକ୍ସରଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି […]

boxing

Ranjit Kumar Jena
  • Published: Tuesday, 10 September 2019
  • , Updated: 10 September 2019, 08:02 PM IST

ଏକାଟେରିନାବର୍ଗ (ରୁଷ୍): ବ୍ରିଜେଶ ଯାଦବ (୮୧ କେଜି) ମଙ୍ଗଳବାର ଏଠାରେ ପୋଲାଣ୍ଡର ମେଲୁଜ୍ ଗୋଇନସ୍କିଙ୍କୁ ପ୍ରଥମ ରାଉଣ୍ଡରେ ହରାଇ ଭାରତକୁ ୱାର୍ଲ୍ଡ ପୁରୁଷ ବକ୍ସିଂ ଚାମ୍ପିୟନଶିପରେ ଭଲ ଶୁଭାରମ୍ଭ ଦେଇଛନ୍ତି। ଭାରତର ଏହି ଷ୍ଟାର୍ ବକ୍ସର ଗୋଇନସ୍କିଙ୍କ ବିପକ୍ଷରେ ୫-୦ର ସହଜ ବିଜୟ ହାସଲ କରିଥିଲେ।

ଏହି ମୁକାବିଲାରେ ପୋଲାଣ୍ଡର ବକ୍ସରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମ୍ୟାଚରେ ଯାଦବ ନିଜ ଶକ୍ତ ପଞ୍ଚ୍ ଦ୍ୱାରା ବିରୋଧୀଙ୍କୁ ଘାଇଲା କରିଥିଲେ। ଅନ୍ୟପକ୍ଷରେ ସେ ପ୍ରତିବନ୍ଧ ବକ୍ସରଙ୍କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇନଥିଲେ। ଅନ୍ୟପକ୍ଷରେ ଗୋଇନସ୍କି ଭଲ ଶୁଭାରମ୍ଭ କରିଥିଲେ ହେଁ, ଏହାର ଫାଇଦା ଉଠାଇପାରି ନଥିଲେ।

ଏହି ବିଜୟ ସହ ଯାଦବ ଅନ୍ତିମ-୩୨ରେ ସ୍ଥାନ ପକ୍କା କରିଛନ୍ତି, ଯେଉଁଠାରେ ତାଙ୍କ ସାମ୍ନା ତୁର୍କୀର ବେରାମ୍ ମଲକାନଙ୍କ ସହ ହେବ। ମଲକାନ୍ ପ୍ରଥମ ରାଉଣ୍ଡରେ ବାଇ ପାଇଥିଲେ। ଏହି ମୁକାବିଲା ରବିବାର ଖେଳାଯିବ। ଭାରତର ତିନି ବକ୍ସର ଅମିତ୍ ପଙ୍ଘାଲ (୫୨ କେଜି), କବିନ୍ଦର ସିଂହ ବିଷ୍ଟ (୫୭ କେଜି) ଓ ଆଶିଷ କୁମାର (୭୫ କେଜି)ଙ୍କୁ ପ୍ରଥମ ରାଉଣ୍ଡରେ ବାଇ ମିଳିଛି।

Related story