ବିଶ୍ୱ ୬-ରେଡ୍‌ ସ୍ନୁକର ଚାମ୍ପିଅନ୍‌ସିପରେ ଭାରତରୁ ୩ ପ୍ରତିଯୋଗୀ 

ମୁମ୍ବାଇ: ସେପ୍ଟେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ବ୍ୟାଙ୍କକରେ ହେବାକୁ ଥିବା ବିଶ୍ୱ ୬-ରେଡ୍‌ ସ୍ନୁକର ଚାମ୍ପିଅନ୍‌ସିପ୍‌ରେ ଭାରତରୁ ପଙ୍କଜ ଆଡ଼ଭାନୀ, ସୌରଭ କୋଠାରୀ ଓ ଇଶପ୍ରୀତ ସିଂହ ଚଢ଼ା ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପ୍ରିଲିମ୍‌ନାରୀ ଷ୍ଟେଜ୍‌ର ଗ୍ରୁପ-ଏରେ ଇଶପ୍ରୀତ, ଗ୍ରୁପ-ସିରେ ଆଡଭାନୀ ଓ ଗ୍ରୁପ୍‌-ଏଫ୍‌ରେ କୋଠାରୀ ରହିଛନ୍ତି। ଏହି ଚାମ୍ପିଅନ୍‌ସିପ୍‌ରେ ୧୬ଟି ଦେଶରୁ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେପ୍ଟେମ୍ବର ୫ ତାରିଖରେ ଚୀନ୍‌ର ଡିଙ୍ଗ ଜୁନ୍‌ହୁଇଙ୍କୁ ଭେଟିବେ ଆଡ଼ଭାନୀ। କୋଠାରୀ ୱେଲ୍ସର ମିଚେଲ […]

pankaj

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 04:56 PM IST

ମୁମ୍ବାଇ: ସେପ୍ଟେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ବ୍ୟାଙ୍କକରେ ହେବାକୁ ଥିବା ବିଶ୍ୱ ୬-ରେଡ୍‌ ସ୍ନୁକର ଚାମ୍ପିଅନ୍‌ସିପ୍‌ରେ ଭାରତରୁ ପଙ୍କଜ ଆଡ଼ଭାନୀ, ସୌରଭ କୋଠାରୀ ଓ ଇଶପ୍ରୀତ ସିଂହ ଚଢ଼ା ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପ୍ରିଲିମ୍‌ନାରୀ ଷ୍ଟେଜ୍‌ର ଗ୍ରୁପ-ଏରେ ଇଶପ୍ରୀତ, ଗ୍ରୁପ-ସିରେ ଆଡଭାନୀ ଓ ଗ୍ରୁପ୍‌-ଏଫ୍‌ରେ କୋଠାରୀ ରହିଛନ୍ତି।

ଏହି ଚାମ୍ପିଅନ୍‌ସିପ୍‌ରେ ୧୬ଟି ଦେଶରୁ ୪୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।

ସେପ୍ଟେମ୍ବର ୫ ତାରିଖରେ ଚୀନ୍‌ର ଡିଙ୍ଗ ଜୁନ୍‌ହୁଇଙ୍କୁ ଭେଟିବେ ଆଡ଼ଭାନୀ। କୋଠାରୀ ୱେଲ୍ସର ମିଚେଲ ୱାଇଟ୍‌ଙ୍କୁ ଭେଟୁଥିବା ବେଳେ ଗ୍ରୁପ ଷ୍ଟେଜର ମ୍ୟାଚ୍‌ରେ ଇଂଲଣ୍ଡର ମାର୍କ ଡେଭିସ୍‌ଙ୍କୁ ଭେଟିବେ ଚଢ଼ା।

 ସେପ୍ଟେମ୍ବର ୭ରେ ଶେଷ ହେବ ଗ୍ରୁପ ଷ୍ଟେଜର ମ୍ୟାଚ୍‌।

Related story