Advertisment

ଜନ୍ମଦିନରେ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇର ଏହି ଦ୍ରୁତ ବୋଲର

ଚେନ୍ନାଇ: ୩୩ତମ ଜନ୍ମ ଦିନରେ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ତାମିଲନାଡୁ ତଥା ଚେନ୍ନାଇ ସୁପର କିଙ୍ଗସର ଉଦୟମାନ ଦ୍ରୁତ ବୋଲର ୟୋ ମହେଶ। ତାଙ୍କ ପ୍ରକୃତ ନାଁ ବିଜୟ କୁମାର ମହେଶ। କିନ୍ତୁ ସେ କ୍ରିକେଟ ଜଗତରେ ୟୋ ମହେଶ ନାଁରେ ପରିଚିତ। ଆଇପିଏଲରେ ପ୍ରଥମେ ଦିଲ୍ଲୀ ଡେୟାରଡେଭିଲ୍ସ ସହ ଚୁକ୍ତି କରିଥିବା ମହେଶ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ମ୍ୟାଚ୍‌ ଖେଳିଛନ୍ତି। ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପରେ ମହେଶଙ୍କୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଜନ୍ମଦିନରେ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇର ଏହି ଦ୍ରୁତ ବୋଲର

ga

ଚେନ୍ନାଇ: ୩୩ତମ ଜନ୍ମ ଦିନରେ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ତାମିଲନାଡୁ ତଥା ଚେନ୍ନାଇ ସୁପର କିଙ୍ଗସର ଉଦୟମାନ ଦ୍ରୁତ ବୋଲର ୟୋ ମହେଶ। ତାଙ୍କ ପ୍ରକୃତ ନାଁ ବିଜୟ କୁମାର ମହେଶ। କିନ୍ତୁ ସେ କ୍ରିକେଟ ଜଗତରେ ୟୋ ମହେଶ ନାଁରେ ପରିଚିତ।

Advertisment

ଆଇପିଏଲରେ ପ୍ରଥମେ ଦିଲ୍ଲୀ ଡେୟାରଡେଭିଲ୍ସ ସହ ଚୁକ୍ତି କରିଥିବା ମହେଶ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ମ୍ୟାଚ୍‌ ଖେଳିଛନ୍ତି। ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପରେ ମହେଶଙ୍କୁ ପ୍ରଥମେ ଭାରତୀୟ ଜାତୀୟ ଟିମରେ ସାମିଲ କରାଯାଇଥିଲା। ଏହାପରେ ସେ ୫୦ଟି ପ୍ରଥମ ଶ୍ରେଣୀ, ୬୧ଟି ଲିଷ୍ଟ ଏ ଓ ତାମିଲନାଡୁ ପାଇଁ ୪୬ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ଆଜି ସେ ୩୩ ବର୍ଷରେ ପାଦ ଥାପିଛନ୍ତି। ଏହି ଜନ୍ମଦିନରେ ସେ କ୍ରିକେଟକୁ ଅଲବିଦା କହି ବସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତ ପାଇଁ ଅଣ୍ଡର-୧୯ ଓ ଲିଷ୍ଟ ଏ ସ୍ତରରେ ବିସିସିଆଇ ମୋତେ ଖେଳିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।

Advertisment


ଏହା ମୋ କ୍ରିକେଟ କ୍ୟାରିୟର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଓ ବର୍ଗର ବିଷୟ ଥିଲା। ଦିଲ୍ଲୀ ଓ ଚେନ୍ନାଇର ପକ୍ଷରୁ ମୋତେ ଆଇପିଏଲରେ ସୁଯୋଗ ମିଳିଥିଲା। ବରିଷ୍ଠ ଖେଳାଳିଙ୍କ ସହ ଆଇପିଏଲରେ ଡ୍ରେସିଂ ରୁମ ଶେୟାର କରିବାର ସୁଯୋଗ ମିଳିଥିବାରୁ ମୁଁ ଦୁଇ ଦଳର ମାଲିକମାନଙ୍କୁ ଧନ୍ୟବାଦ ଜଣାଉଛି।

ବିଗତ ୫ ବର୍ଷ ଧରି ମୁଁ ଆହତ ସମସ୍ୟା ଦେଇ ଗତି କରୁଥିଲି। ହେଲେ ଇଣ୍ଡିଆ ସିମେଣ୍ଟ ମୋ ସହ ସବୁ ବେଳେ ରହିଥିଲା। ମାତ୍ର ୧୪ ବର୍ଷ ବୟସରୁ ତାମିଲନାଡୁ କ୍ରିକେଟ ଆସୋସିଏସନ ମୋତେ ସୁଯୋଗ ଦେଇଥିଲା। ଦୀର୍ଘ ୧୨ ବର୍ଷ ଧରି ଆସୋସିଏସନ ମୋ କ୍ୟାରିୟର ଗଢ଼ି ତୋଳିବାରେ ଅନେକ ସହାୟତା କରିଛି।”

ଅଧିକ ପଢ଼ନ୍ତୁ : ହାରିକି ବି କ୍ୟାପଟେନ୍ କୋହଲିଙ୍କୁ ବଡ଼ ଫାଇଦା

Indian Cricket Team Cricket