ହାରିକି ବି କ୍ୟାପଟେନ୍ କୋହଲିଙ୍କୁ ବଡ଼ ଫାଇଦା

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଟିମକୁ ମିଳିଛି ଶୋଚନୀୟ ପରାଜୟ। ମ୍ୟାଚରେ ଭାରତ ହାରିଥିଲେ ହେଁ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଫାଇଦା ହୋଇଛି। ମ୍ୟାଚର ପ୍ରଥମ ଇନିଂସରେ କୋହଲି ୭୪ ରନର ଇନିଂସ୍ ଖେଳିଥିଲେ। ଯାହା ଫଳରେ କୋହଲି ଆଇସିସି ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥଙ୍କ ନିକଟତର ହୋଇଛନ୍ତି। ରାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ଅର୍ଦ୍ଧଶତକୀୟ ଇନିଂସ୍ ପାଇଁ ୨ ରେଟିଂ ପଏଣ୍ଟର […]

kohli

kohli

Ranjit Kumar Jena
  • Published: Sunday, 20 December 2020
  • Updated: 20 December 2020, 07:38 PM IST

Sports

Latest News

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଟିମକୁ ମିଳିଛି ଶୋଚନୀୟ ପରାଜୟ। ମ୍ୟାଚରେ ଭାରତ ହାରିଥିଲେ ହେଁ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଫାଇଦା ହୋଇଛି। ମ୍ୟାଚର ପ୍ରଥମ ଇନିଂସରେ କୋହଲି ୭୪ ରନର ଇନିଂସ୍ ଖେଳିଥିଲେ। ଯାହା ଫଳରେ କୋହଲି ଆଇସିସି ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଥିବା ଷ୍ଟିଭ୍ ସ୍ମିଥଙ୍କ ନିକଟତର ହୋଇଛନ୍ତି। ରାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ଅର୍ଦ୍ଧଶତକୀୟ ଇନିଂସ୍ ପାଇଁ ୨ ରେଟିଂ ପଏଣ୍ଟର ଫାଇଦା ହୋଇଛି। ଏଥିସହ ତାଙ୍କର ୮୮୮ ରେଟିଂ ପଏଣ୍ଟ ହୋଇଯାଇଛି।

ତେବେ ଏହି ଟେଷ୍ଟର ଉଭୟ ଇନିଂସରେ ମାତ୍ର ୧ ଓ ୧ ରନ୍ ଲେଖାଏ କରିଥିବା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ସ୍ମିଥଙ୍କୁ ୧୦ ପଏଣ୍ଟର କ୍ଷତି ହୋଇଛି, ଯାହା ଫଳରେ ତାଙ୍କର ୯୦୧ ରେଟିଂ ପଏଣ୍ଟ ହୋଇଯାଇଛି। ମ୍ୟାଚରେ ୪୬ ରନର ଇନିଂସ୍ ଖେଳିଥିବା ମାର୍ନସ୍ ଲାବୁଶେନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୮୩୯ ରେଟିଂ ପଏଣ୍ଟରେ ପହଞ୍ଚିଯାଇଛନ୍ତି।

ମ୍ୟାଚରେ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା କ୍ୟାପଟେନ୍ ଟିମ୍ ୭୩ ରନର ଇନିଂସ୍ ଖେଳି କ୍ୟାରିୟରର ଶ୍ରେଷ୍ଠ ୩୩ତମ ସ୍ଥାନକୁ ଉଠିଛନ୍ତି। ଏହା ପୂର୍ବରୁ ୨୦୧୮ରେ ତାଙ୍କର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ ୪୫ତମ ସ୍ଥାନ ଥିଲା। ପ୍ରଥମ ଟେଷ୍ଟରେ ନିରାଶ କରିଥିବା ଚେତେଶ୍ବର ପୂଜାରା ସପ୍ତମରୁ ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ଆଜିଙ୍କ୍ୟ ରାହାଣେ ଟପ୍-୧୦ରୁ ବାଦ୍ ପଡ଼ିଛନ୍ତି। ଓପ୍ନର ମୟଙ୍କ ଅଗ୍ରୱାଲ୍ ମଧ୍ୟ ୧୪ତମ ସ୍ଥାନକୁ ଖସିଛନ୍ତି।

ଆଡିଲେଡ୍ ଟେଷ୍ଟରେ ୪ ୱିକେଟ୍ ନେଇଥିବା ଅଭିଜ୍ଞ ସ୍ପିନର ଆର୍ ଅଶ୍ୱିନ୍ ପେସ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ହଟାଇ ବୋଲିଂ ରାଙ୍କିଙ୍ଗର ନବମ ସ୍ଥାନରେ ପହଞ୍ଚିଛନ୍ତି। ବୁମ୍ରା ଏବେ ଦଶମକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ବୋଲିଂ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story