ଯୋଗ ବୃଦ୍ଧଙ୍କ ପାଇଁ ଉଦ୍ଦିଷ୍ଟ: ଗ୍ରେଟ୍ ଖଲି

ନୂଆଦିଲ୍ଲୀ: ଯୋଗ ବୃଦ୍ଧ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ତଥା ଭାରତର ଜଣାଶୁଣା ରେସଲର୍ ଗ୍ରେଟ୍ ଖଲି। ଖଲି କହିଛନ୍ତି,“ଯୋଗ କରି କେହି ଅଲିମ୍ପିକ୍‌ରେ ପଦକ ଜିତି ପାରିବେ ନାହିଁ କି ରେସଲର୍ ହୋଇପାରିବେ ନାହିଁ। ଯଦି କପାଳଭାରତି କରି କେହି ଅଲିମ୍ପିକରେ ପଦକ ଜିତି ଯାଉଥାଆନ୍ତା ଅବା ଗ୍ରେଟ୍ ଖଲି ବନି ଯାଉଥାଆନ୍ତା, ତା’ହେଲେ ସମସ୍ତେ ଖଟିଆରେ ବସି ଏଥିରେ ଲାଗି […]

great-khali

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 11:57 AM IST

ନୂଆଦିଲ୍ଲୀ: ଯୋଗ ବୃଦ୍ଧ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ତଥା ଭାରତର ଜଣାଶୁଣା ରେସଲର୍ ଗ୍ରେଟ୍ ଖଲି।

ଖଲି କହିଛନ୍ତି,“ଯୋଗ କରି କେହି ଅଲିମ୍ପିକ୍‌ରେ ପଦକ ଜିତି ପାରିବେ ନାହିଁ କି ରେସଲର୍ ହୋଇପାରିବେ ନାହିଁ। ଯଦି କପାଳଭାରତି କରି କେହି ଅଲିମ୍ପିକରେ ପଦକ ଜିତି ଯାଉଥାଆନ୍ତା ଅବା ଗ୍ରେଟ୍ ଖଲି ବନି ଯାଉଥାଆନ୍ତା, ତା’ହେଲେ ସମସ୍ତେ ଖଟିଆରେ ବସି ଏଥିରେ ଲାଗି ପଡ଼ନ୍ତେ।”

ଅବଶ୍ୟ ଏହା ପରେ ପରେ ସେ କହିଥିଲେ ଯେ ଯୋଗ ସଂପୂର୍ଣ୍ଣ ବେକାର ବୋଲି କୁହାଯାଇ ପାରିବ ନାହିଁ।

Related story