ଧୋନି କିମ୍ବା କୋହଲି ନୁହନ୍ତି, ଯୁବିଙ୍କ ପାଇଁ ଦାଦା ହିଁ ବେଷ୍ଟ

ନୂଆଦିଲ୍ଲୀ: ଭାରତକୁ ଦୁଇଥର ବିଶ୍ୱ ବିଜେତା (୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌) କରାଇବାରେ ମୁଖ୍ୟ ଭୂମିକା ବହନ କରିଥିବା ଯୁବରାଜ ସିଂହ ସମ୍ପ୍ରତ୍ତି ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିସାରିଛନ୍ତି। ନିଜର ୧୭ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଯୁବରାଜ ଏକାଧିକ କ୍ୟାପଟେନଙ୍କ ଅଧୀନରେ ଖେଳିଛନ୍ତି। ଏମାନଙ୍କ ମଧ୍ୟରୁ ତାଙ୍କର ଫେଭରିଟ୍ କ୍ୟାପଟେନ୍ କିଏ, ତାହାର ଖୁଲାସା କରିଛନ୍ତି ଖୋଦ୍ ଯୁବରାଜ। ୩୮ ବର୍ଷୀୟ ଯୁବରାଜଙ୍କ ପାଇଁ ଗାଙ୍ଗୁଲିଙ୍କ ହିଁ ତାଙ୍କର ପ୍ରିୟ କ୍ୟାପଟେନ୍। ବାମହାତୀ […]

YUVI

Ranjit Kumar Jena
  • Published: Wednesday, 01 April 2020
  • , Updated: 01 April 2020, 04:39 PM IST

ନୂଆଦିଲ୍ଲୀ: ଭାରତକୁ ଦୁଇଥର ବିଶ୍ୱ ବିଜେତା (୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌) କରାଇବାରେ ମୁଖ୍ୟ ଭୂମିକା ବହନ କରିଥିବା ଯୁବରାଜ ସିଂହ ସମ୍ପ୍ରତ୍ତି ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିସାରିଛନ୍ତି। ନିଜର ୧୭ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଯୁବରାଜ ଏକାଧିକ କ୍ୟାପଟେନଙ୍କ ଅଧୀନରେ ଖେଳିଛନ୍ତି। ଏମାନଙ୍କ ମଧ୍ୟରୁ ତାଙ୍କର ଫେଭରିଟ୍ କ୍ୟାପଟେନ୍ କିଏ, ତାହାର ଖୁଲାସା କରିଛନ୍ତି ଖୋଦ୍ ଯୁବରାଜ। ୩୮ ବର୍ଷୀୟ ଯୁବରାଜଙ୍କ ପାଇଁ ଗାଙ୍ଗୁଲିଙ୍କ ହିଁ ତାଙ୍କର ପ୍ରିୟ କ୍ୟାପଟେନ୍।

ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜଙ୍କ ମତରେ ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କ କ୍ୟାପଟେନ୍ସି ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଥିଲା। ତେବେ କ୍ୟାପଟେନ୍ସି କ୍ଷେତ୍ରରେ ଯୁବରାଜ ଉଭୟ ମହେନ୍ଦ୍ର ସିଂହ ଧୋନି ଓ ବିରାଟ୍ କୋହଲିଙ୍କୁ ସମାଲୋଚନା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ୍ ଜିତିଥିଲା, ଯେଉଁଥିରେ ଯୁବରାଜ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ଏହା ସତ୍ତ୍ୱେ ଯୁବରାଜ ଧୋନିଙ୍କ ବଦଳରେ ଗାଙ୍ଗୁଲିଙ୍କ ନେତୃତ୍ୱକୁ ଅଧିକ ପ୍ରଶଂସା କରିଛନ୍ତି।

ସ୍ପୋର୍ଟଷ୍ଟାରକୁ ଦେଇଥିବା ସାକ୍ଷାତକାରରେ ଯୁବରାଜ କହିଛନ୍ତି, ମୁଁ ଗାଙ୍ଗୁଲିଙ୍କ ନେତୃତ୍ୱରେ ବହୁତ ମ୍ୟାଚ୍ ଖେଳିଛି ଏବଂ ସେ ମୋତେ ବହୁତ ସପୋର୍ଟ କରିଛନ୍ତି। ତେଣୁ ମୋ ପାଖରେ ଗାଙ୍ଗୁଲିଙ୍କ କ୍ୟାପଟେନ୍ସିର ଅଧିକ ସ୍ମୃତି ଅଛି, କାରଣ ସେ ସର୍ବଦା ମୋତେ ସମର୍ଥନ କରୁଥିଲେ। ଏହି ତୁଳନାରେ ମାହି (ଧୋନି) ଓ ବିରାଟଙ୍କଠାରୁ ମୋତେ ସେଭଳି ସମର୍ଥନ ମିଳିନାହିଁ। ଯୁବରାଜ ୩୦୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୮୭୦୧ ରନ୍ କରିଛନ୍ତି, ଯେଉଁଥିରେ ୧୪ ଶତକ ସାମିଲ୍ ଅଛି। ଯୁବି ଗାଙ୍ଗୁଲିଙ୍କ ନେତୃତ୍ୱରେ ୧୧୦ ମ୍ୟାଚ୍ ଏବଂ ଧୋନିଙ୍କ ନେତୃତ୍ୱରେ ୧୦୪ ମ୍ୟାଚ୍ ଖେଳିଛନ୍ତି। ଅନେକ ସମୟରେ ଗାଙ୍ଗୁଲି ମଧ୍ୟ ଯୁବରାଜଙ୍କ ଖୁବ୍ ପ୍ରଶଂସା କରନ୍ତି।

ଯୁବରାଜ ନିଜର ୧୭ ବର୍ଷର କ୍ୟାରିୟରରେ ଅନେକ ବିଶ୍ୱସ୍ତରୀୟ ବୋଲରଙ୍କୁ ସାମ୍ନା କରିଛନ୍ତି, ତେବେ ସେଥିମଧ୍ୟରୁ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନ ତାଙ୍କ ପାଇଁ କଷ୍ଟକର ବୋଲର ଥିଲେ। ଯୁବି କହିଛନ୍ତି, ମୁରଲୀଙ୍କ ବିରୋଧରେ ଖେଳିବା ବେଳେ ମୋତେ ଅନେକ ସମସ୍ୟା ହେଉଥିଲା। ତାଙ୍କ ବୋଲିଂକୁ ବୁଝିବା ମୋ ପକ୍ଷେ କଷ୍ଟକର ଥିଲା। ସେହି ସମୟରେ ସଚିନ ତେନ୍ଦୁଲକର ମୋତେ ମୁରଲୀଙ୍କ ବିରୋଧରେ ସୁଇପ୍ ଶଟ୍ ଖେଳିବାକୁ କହିଥିଲେ। ଏହା ପରେ ମୁରଲୀଙ୍କ ବଲକୁ ଖେଳିବା ମୋ ପାଇଁ ସହଜ ହୋଇଥିଲା। ଏହାଛଡ଼ା ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା'ଙ୍କ ବୋଲିଂକୁ ସାମ୍ନା କରିବା ମଧ୍ୟ କଷ୍ଟସାଧ୍ୟ ଥିଲା, କିନ୍ତୁ ସୌଭାଗ୍ୟବଶତଃ ମୁଁ ତାଙ୍କ ବିରୋଧରେ ବେଶୀ ମ୍ୟାଚ୍ ଖେଳିନାହିଁ। ମୁଁ ଟେଷ୍ଟ ମ୍ୟାଚରେ ବାହାରେ ବସି ସିନିୟର ଖେଳାଳିଙ୍କୁ ତାଙ୍କ (ମ୍ୟାକଗ୍ରା) ବିରୋଧରେ ଖେଳିବା ପାଇଁ ଚିୟର କରୁଥିଲି।

ସୂଚନାଯୋଗ୍ୟ, ୨୦୧୧ ବିଶ୍ୱକପ୍ ସମୟରେ କ୍ୟାନସର୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହେବା ସତ୍ତ୍ୱେ ଯୁବରାଜ ମ୍ୟାଚ୍ ଖେଳିଥିଲେ। ବିଶ୍ୱକପରେ ସେ ନିଜର କ୍ୟାନସରର ଉପଚାର କରାଇବା ପାଇଁ ଲଣ୍ଡନ ଯାଇଥିଲେ, ଯେଉଁଠାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ। ତେବେ କ୍ୟାନସର୍ ପରେ ତାଙ୍କ ଭିତରେ ସେହି ପୁରୁଣା ଚମକ ଦେଖିବାକୁ ମିଳିନଥିଲା, ଯେଉଁ କାରଣରୁ ସେ ଟିମରେ ନିୟମିତ ସ୍ଥାନ ପକ୍କା କରିପାରିନଥିଲେ। ଟିମରୁ ବାଦ୍ ପଡ଼ିବା ନେଇ ଯୁବରାଜଙ୍କ ପିତା ଯୋଗରାଜ ସିଂହ ଧୋନିଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରୁଥିଲେ। ଏପରିକି ଯୋଗରାଜ କହିଥିଲେ ଯେ, ଧୋନିଙ୍କ ପାଇଁ ତାଙ୍କ ପୁଅର କ୍ରିକେଟ୍ କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହୋଇଥିଲା। କିନ୍ତୁ ପିତାଙ୍କ ଭଳି ଯୁବରାଜ କେବେବି ଧୋନିଙ୍କୁ ସମାଲୋଚନା କରିନଥିଲେ।

Related story