ଜାହିର ଦିଲ୍ଲୀ ଡେୟାର ଡେଭିଲ୍ସର ନୂଆ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣ ପାଇଁ ଜାହିର ଖାନ୍‌ଙ୍କୁ ସୋମବାର ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛଛି। ଭାରତର ଏହି ବାମହାତୀ ଫାଷ୍ଟ ବୋଲର ଲଗାତାର ଦ୍ୱିତୀୟ ସିଜିନ୍‌ ପାଇଁ ଏହି ଦଳ ତରଫରୁ ଖେଳିବେ। ଟିମ୍‌ର ମେଣ୍ଟର ରାହୁଲ ଦ୍ରାବିଡ୍‌ କହିଛନ୍ତି,“ଜଣେ ଦକ୍ଷ ନେତା ଭାବେ ଜାହିରଙ୍କ ନାଁ ରହିଛି। ଯିଏ କେହି ବି ଭାରତୀୟ କ୍ରିକେଟକୁ ଅନୁସରଣ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଜାହିର ଖାନ୍‌ ପ୍ରଭାବ କେତେ ଜାଣିଛନ୍ତି। ସେ […]

zaheer-khan-delhi-daredevils

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 11:45 AM IST

ନୂଆଦିଲ୍ଲୀ: ଆଇପିଏଲ୍‌ର ନବମ ସଂସ୍କରଣ ପାଇଁ ଜାହିର ଖାନ୍‌ଙ୍କୁ ସୋମବାର ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଛଛି। ଭାରତର ଏହି ବାମହାତୀ ଫାଷ୍ଟ ବୋଲର ଲଗାତାର ଦ୍ୱିତୀୟ ସିଜିନ୍‌ ପାଇଁ ଏହି ଦଳ ତରଫରୁ ଖେଳିବେ।

ଟିମ୍‌ର ମେଣ୍ଟର ରାହୁଲ ଦ୍ରାବିଡ୍‌ କହିଛନ୍ତି,“ଜଣେ ଦକ୍ଷ ନେତା ଭାବେ ଜାହିରଙ୍କ ନାଁ ରହିଛି। ଯିଏ କେହି ବି ଭାରତୀୟ କ୍ରିକେଟକୁ ଅନୁସରଣ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଜାହିର ଖାନ୍‌ ପ୍ରଭାବ କେତେ ଜାଣିଛନ୍ତି। ସେ ନିଜକୁ ସବୁବେଳେ ଜଣେ ଦକ୍ଷ ନେତା ଭାବେ ନିଜକୁ ପ୍ରାମାଣିତ କରିଛନ୍ତି। ତାଙ୍କ ନିକଟରେ ଏକ ବଳିଷ୍ଠ ବ୍ୟକ୍ତିତ୍ୱ ଅଛି। ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ଆମେ ସମ୍ମୁଖକୁ ଆଣି ତାଙ୍କୁ ଅଧିନାୟକ କରିଛୁ। ମୁଁ ଭାବୁଛି ସେ ଦଳରେ ଥିବା ଅନ୍ୟ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିବେ। ସେ ମଧ୍ୟ ଡ୍ରେସିଂ ରୁମ୍‌ରେ ଅନ୍ୟ ଖେଳାଳିଙ୍କ ସହ ମିଶି ଦଳକୁ ଆଗକୁ ନେବେ।”

ସେ ଆହୁରି ମଧ୍ୟ କହିଛନ୍ତି,“ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରୁଛି।”

ଜାହିର ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ସେ ୯୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୧୧ ୱିକେଟ ନେଇଥିବା ବେଳେ ୨୦୦ଟି ଏକଦିବସୀୟ ଖେଳି ୨୮୨ଟି ୱିକେଟ ଅକ୍ତିୟାର କରିଛନ୍ତି। ସେ ଭାରତ ପକ୍ଷରୁ ୧୭ଟି ଟି-୨୦ ଖେଳିଛନ୍ତି।

ଏନେଇ ଜାହିର କହିଛନ୍ତି,“ଦିଲ୍ଲୀ ଡେୟାରଡେଭିଲ୍ସର ଅଧିନାୟକ ପଦବୀ ପାଇଁ ମୁଁ ମନୋନିତ ହେବା ମୋ ପାଇଁ ଗର୍ବର ବିଷୟ। ମୋର ବିଶ୍ୱାସ ଯେ ଦଳର ଥିବା ଯୁବ ଖେଳାଳିମାନେ ସମସ୍ତଙ୍କୁ ଚକିତ କରି ଦେଇ ପାରିବେ। ଏ ଦଳରେ ଅନେକ ପ୍ରତିଭା ଅଛନ୍ତି ଏବଂ ଆମ ମାନଙ୍କର କର୍ତ୍ତବ୍ୟ ହେବ ଏହି ସମ୍ଭାବନାକୁ ଭଲ ପ୍ରଦର୍ଶନରେ ପରିଣତ କରିବା।”

ଡ୍ରାବିଡ୍‌ ଗତ ସଂସ୍କରଣରେ ଦିଲ୍ଲୀର ଅଧିନାୟକ ଥିବା ଜେପି ଡୁମିନୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“ଗତ ସଂସ୍କରଣରେ ଜେପି ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେ ଏଥର ଅଧିନାୟକ ନ ଥିଲେ ମଧ୍ୟ ଦଳର କୋର୍ ଗ୍ରୁପରେ ରହି ଦଳକୁ ଉତ୍ସାହିତ କରିବେ। ମୁଁ ଭାବୁଛି ଜାହିର, ଜେପି ଓ ମୁଖ୍ୟ କୋଚ୍‌ ମିଶି ଦଳକୁ ନବମ ସଂସ୍କରଣରେ ଆଗକୁ ନେବେ।”

Related story