୧୩ ଛୁଇଁଲା ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା: ସରକାର ତତ୍ପର

ଭୁବନେଶ୍ୱର:ରାଜ୍ୟରେ ୧୩ ଛୁଇଁଲା ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା । ଆଜି ଆସିଥିବା ୪ଟି ସାମ୍ପୁଲ୍‌ରେ ଗୋଟିଏ ପଜିଟିଭ୍ ବାହାରିଛି । ଏଜାବତ୍  ଆସିଥିବା ମୋଟ୍  ୧୨୮ଟି ସାମ୍ପୁଲରୁ ୧୩ଟି ପଜିଟିଭ୍ ଥିବା ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଗତକାଲି ରାଜଧାନୀରେ ୫ ସ୍ୱାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହେବା ପରଠୁ ତତ୍ପର ହୋଇ ପଡିଛି ସ୍ୱାସ୍ଥ୍ୟ ବିଭାଗ ।  ରୋଗ ଯେମିତି ଅଧିକ ନ ବ୍ୟାପେ ସେଥିପାଇଁ ସଚେତନତା ମଧ୍ୟ ଆରମ୍ଭ କରାଯାଇଛି। ସବୁ […]

swine-flu-5

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 09:00 PM IST

ଭୁବନେଶ୍ୱର:ରାଜ୍ୟରେ ୧୩ ଛୁଇଁଲା ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା । ଆଜି ଆସିଥିବା ୪ଟି ସାମ୍ପୁଲ୍‌ରେ ଗୋଟିଏ ପଜିଟିଭ୍ ବାହାରିଛି । ଏଜାବତ୍  ଆସିଥିବା ମୋଟ୍  ୧୨୮ଟି ସାମ୍ପୁଲରୁ ୧୩ଟି ପଜିଟିଭ୍ ଥିବା ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଗତକାଲି ରାଜଧାନୀରେ ୫ ସ୍ୱାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ ହେବା ପରଠୁ ତତ୍ପର ହୋଇ ପଡିଛି ସ୍ୱାସ୍ଥ୍ୟ ବିଭାଗ ।  ରୋଗ ଯେମିତି ଅଧିକ ନ ବ୍ୟାପେ ସେଥିପାଇଁ ସଚେତନତା ମଧ୍ୟ ଆରମ୍ଭ କରାଯାଇଛି।

ସବୁ ସରକାରୀ ମେଡିକାଲରେ ସ୍ୱତନ୍ତ୍ର ବେଡ ସହ ଭେଣ୍ଟିଲେଟର ଓ ମେଡିସିନ୍ ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।  ତା’ସହ ଯେଉଁମାନେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସେଠାକୁ ମଧ୍ୟ ମେଡିସିନ୍ ଦିଆଯାଉଛି।

Related story