୨୦ ଜିଲ୍ଲାରେ ସ୍ୱାଭାବିକ ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା: ରାଜସ୍ୱ ମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟର ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା। ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦେଇଛନ୍ତି ଏହି ସୂଚନା। ଚଳିତ ମୌସୁମୀ ଅଧିବେଶନର ଶେଷ ଦିନରେ ଆଜି ରାଜ୍ୟରେ ବର୍ଷା ସଂପର୍କିତ ଲିଖିତ ଉତ୍ତର ଦେଇ ସେ ଏହି ସୂଚନା ଦେଇ ଥିଲେ। ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ୮.୪ ପ୍ରତିଶତ ବର୍ଷା ହୋଇଛି। ତେବେ ଜୁଲାଇ ଓ ଅଗଷ୍ଟ […]

BijayshreeRoutray

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 05:56 PM IST

ଭୁବନେଶ୍ୱର: ରାଜ୍ୟର ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ହୋଇଛି ନିଅଣ୍ଟିଆ ବର୍ଷା। ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦେଇଛନ୍ତି ଏହି ସୂଚନା। ଚଳିତ ମୌସୁମୀ ଅଧିବେଶନର ଶେଷ ଦିନରେ ଆଜି ରାଜ୍ୟରେ ବର୍ଷା ସଂପର୍କିତ ଲିଖିତ ଉତ୍ତର ଦେଇ ସେ ଏହି ସୂଚନା ଦେଇ ଥିଲେ।

ରାଜସ୍ୱ ମନ୍ତ୍ରୀ କହିଥିଲେ ଯେ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ୮.୪ ପ୍ରତିଶତ ବର୍ଷା ହୋଇଛି। ତେବେ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା କମିଛି। ଜୁଲାଇରେ ସ୍ୱାଭାବିକଠାରୁ ୯.୩ ପ୍ରତିଶତ କମ୍ ବର୍ଷା ହୋଇଥିଲା। ସେହିପରି ଅଗଷ୍ଟ ମାସରେ ବର୍ଷା ପରିମାଣ ଆହୁରି କମି ଯାଇଥିଲା। ଚଳିତ ମାସରେ ସ୍ୱାଭାବକିଠାରୁ ୨୭.୨ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଜୁନରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ୧୧.୫ ପ୍ରତିଶତ କମ୍ ବର୍ଷା ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସବୁଠାରୁ କମ୍ ବର୍ଷା ହୋଇଛି କନ୍ଧମାଳ ଜିଲ୍ଲାରେ। ଏହି ଜିଲ୍ଲାରେ ୨୮.୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।

ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ୮୨ଟି ବ୍ଲକରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୩ଟିରେ ଅତିନିଅଣ୍ଟିଆ ବର୍ଷା ହୋଇଛି।

Related story