ଏହି ରାଶିର ଲୋକେ ଖୁବ୍‌ ଭାଗ୍ୟଶାଳୀ: ସଫଳତା ତାଙ୍କ ହାତ ମୁଠାରେ ଥାଏ

ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଓ ଗ୍ରହ ମଧ୍ୟରେ  ଖୁବ୍‌ ଖାସ୍‌ ସଂଯୋଗ ଥାଏ। ଏହି ଗ୍ରହ ସମୟ କ୍ରମେ ନିଜ ସ୍ଥାନ ପରିବର୍ତ୍ତନ କରିଥାଏ। ଏହାର ସ୍ଥାନ ବଦଳିବା କାରଣରୁ ରାଶି ଉପରେ ଅନେକ ପ୍ରଭାବ ପଡ଼ିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ କୁହାଯାଏ ଯେଉଁ ମଣିଷ ଯେମିତି କର୍ମ କରିଥାଏ ତାକୁ ସେମିତି ଫଳ ମିଳିଥାଏ। ଏମିତିରେ କେଉଁ ମଣିଷ ଗରିବ ହୋଇଥାଏ ତ’ କିଏ ଧନୀ। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ […]

rasi

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 06:16 PM IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି ଓ ଗ୍ରହ ମଧ୍ୟରେ  ଖୁବ୍‌ ଖାସ୍‌ ସଂଯୋଗ ଥାଏ। ଏହି ଗ୍ରହ ସମୟ କ୍ରମେ ନିଜ ସ୍ଥାନ ପରିବର୍ତ୍ତନ କରିଥାଏ। ଏହାର ସ୍ଥାନ ବଦଳିବା କାରଣରୁ ରାଶି ଉପରେ ଅନେକ ପ୍ରଭାବ ପଡ଼ିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ କୁହାଯାଏ ଯେଉଁ ମଣିଷ ଯେମିତି କର୍ମ କରିଥାଏ ତାକୁ ସେମିତି ଫଳ ମିଳିଥାଏ। ଏମିତିରେ କେଉଁ ମଣିଷ ଗରିବ ହୋଇଥାଏ ତ’ କିଏ ଧନୀ। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ରାଶି ବିଷୟରେ କହିବୁ ଯାହା ପାଖରେ ଧନ, ସମ୍ପତ୍ତି ଟଙ୍କାର ଅଭାବ ଦେଖାଯାଏ ନାହିଁ।

ମେଷ -ମେଷ ରାଶିର ଜାତକ ସବୁବେଳେ ସକ୍ରିୟ ଥାଏ। ହାର ମାନିବା ତାଙ୍କ ସ୍ୱଭାବରେ ନାହିଁ। ଯଦି ତାଙ୍କୁ କେହି କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରନ୍ତି ସେ ତା’ଠାରୁ ଦୂରେଇ ରୁହଁନ୍ତି। ସବୁଠୁ ଖାସ୍‌ କଥା ହେଉଛି ଏମାନେ କାହା ଉପରେ ଭରସା କରନ୍ତି ଆହିଁ। ସେମାନେ ସବୁ ନିସ୍ପତ୍ତି ନିଜେ ନିଅନ୍ତି। ଏମାନେ ଖୁବ୍‌ ଭାଗ୍ୟଶାଳୀ।

ବୃଷ - ବୃଷ ରାଶିର ଲୋକମାନେ ଖୁବ୍‌ ସଚ୍ଚୋଟ।  ଏମାନେ ସବୁବେଳେ ଧୋକା ଦେବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତି। ଏହା ସହ ଏମାନେ ଖୁବ୍‌ ଭାବପ୍ରବଣ ହୋଇଥାନ୍ତି। ଏମାନଙ୍କର ଖୁବ୍‌ ସମ୍ମାନ ଥାଏ।  ସେଥିପାଇଁ ଏମାନଙ୍କ ପାଖରେ କେବେ ଅଭାବ ଦେଖାଯାଏ ନାହିଁ।

କୁମ୍ଭ - କୁମ୍ଭ ରାଶିର ଲୋକଙ୍କ ମନୋବଳ ଦୃଢ ହୋଇଥାଏ। ଅତି ସହଜରେ ସେମାନେ ଭାଙ୍ଗି ପଡ଼ନ୍ତି ନାହିଁ। କୁମ୍ଭ ରାଶିର ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।  ସବୁ ଲୋକଙ୍କୁ ଜାଣିବା ଓ ମିଶିବାରେ ତାଙ୍କର ଖୁବ୍‌ ଇଚ୍ଛା ଥାଏ  । ସେମାନଙ୍କ ପାଖରେ ଟଙ୍କାର ଅଭାବ ଦେଖାଯାଏ ନାହିଁ।

ମକର - ମକର ରାଶିର ଲୋକମାନଙ୍କର  ଭାବିବା ଶକ୍ତି ଅନ୍ୟ ରାଶି ତୁଳନାରେ ଖୁବ୍‌ ଅଧିକ ଥାଏ। ଏମାନେ ସର୍ବଦା ସକ୍ରିୟ ଥାଆନ୍ତି। ଏହି ରାଶିର ଲୋକମାନେ ଖୁବ୍‌ ଶିଘ୍ର ନିଜ ଉଦ୍ଦେଶ୍ୟ ହାସଲ କରିବାର ସଫଳ ହୋଇଥାନ୍ତି।  ଏମାନଙ୍କ ପାଖରେ ଟଙ୍କା ପଇସାର ଅଭାବ ଦେଖାଯାଏ ନାହିଁ।

Related story