ଖରାପ ସମୟ ଚାଲିଛି କି? ଏହାର କାରଣ ବି ହୋଇପାରେ ଆପଣଙ୍କ ଘଣ୍ଟା

କୁହାଯାଏ ସମୟ ସବୁଠୁ ମୂଲ୍ୟବାନ। ସମୟ କାହାକୁ ଅପେକ୍ଷା କରେ ନାହିଁ। ମଣିଷ ଜୀବନରେ ଭଲ ମନ୍ଦ ସମୟ ଯିବା ଆସିବା କରିଥାଏ। ଯେଉଁ ସମୟ ଥରେ କଟିଯାଏ ତାହା କେବେ ହେଲେ ଫେରି ନଥାଏ। ଆଉ ସେହି ସମୟକୁ ଧରିବା ପାଇଁ ସମସ୍ତେ ଘରେ ଘଣ୍ଟା ବ୍ୟବହାର କରନ୍ତି। ଏହି ଘଣ୍ଟା କେବଳ ଆପଣଙ୍କୁ ସମୟ ବତାଇ ନଥାଏ। ଏହା ଆପଣଙ୍କ ଭାଗ୍ୟ ମଧ୍ୟ ନିର୍ଧାରିତ କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଅନେକ ସମୟ ଧରି […]

watch wall

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 10:13 AM IST

କୁହାଯାଏ ସମୟ ସବୁଠୁ ମୂଲ୍ୟବାନ। ସମୟ କାହାକୁ ଅପେକ୍ଷା କରେ ନାହିଁ। ମଣିଷ ଜୀବନରେ ଭଲ ମନ୍ଦ ସମୟ ଯିବା ଆସିବା କରିଥାଏ। ଯେଉଁ ସମୟ ଥରେ କଟିଯାଏ ତାହା କେବେ ହେଲେ ଫେରି ନଥାଏ। ଆଉ ସେହି ସମୟକୁ ଧରିବା ପାଇଁ ସମସ୍ତେ ଘରେ ଘଣ୍ଟା ବ୍ୟବହାର କରନ୍ତି। ଏହି ଘଣ୍ଟା କେବଳ ଆପଣଙ୍କୁ ସମୟ ବତାଇ ନଥାଏ। ଏହା ଆପଣଙ୍କ ଭାଗ୍ୟ ମଧ୍ୟ ନିର୍ଧାରିତ କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଅନେକ ସମୟ ଧରି ଆପଣଙ୍କର ଖରାପ ସମୟ ଚାଲି ରହିଛି ତେବେ ଏହା ପଛର କାରଣ ଆପଣଙ୍କ ଘଣ୍ଟା ହୋଇପାରେ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ଘରେ କିପରି ଘଣ୍ଟା ଲଗାଇବେ।

୧. ଘରେ କେବେ ହେଲେ ଅଚଳ ଘଣ୍ଟା ରଖନ୍ତୁ ନାହିଁ। କାରଣ ଅଚଳ ଘଣ୍ଟା ଦେଖି କୌଣସି କାମରେ ବାହାରକୁ  ଗଲେ ତାହ ସଫଳ ହୁଏ ନାହିଁ।

୨. ଘଣ୍ଟାକୁ ସବୁବେଳେ ଘରର ଉତ୍ତରପୂର୍ବ କାନ୍ଥରେ ଲଗାନ୍ତୁ। କେବେହେଲେ  ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। କାରଣ ଦକ୍ଷିଣ ଦିଗ ମୃତ୍ୟୁ ଦେବତା ଯମଙ୍କ ଦିଗ ହୋଇଥାଏ। ତେଣୁ ଏହି ଦିଗରେ ଘଣ୍ଟା ରଖିବା ଅଶୁଭ ହୋଇଥାଏ।

୩. ଅନେକ ଲୋକ ଘଣ୍ଟାକୁ ଝରକା ବା କବାଟ ଉପରେ ଲଗାଇଥାଆନ୍ତି। ହେଲେ ଏହା ଅଶୁଭ ହୋଇଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ହୋଇଥାଏ।

୪. ଘଣ୍ଟାକୁ ନିଜ ଶୋଇବା କକ୍ଷରେ ମୁଣ୍ଡ ଉପରେ ରଖନ୍ତୁ ନାହିଁ। କାରଣ ନିସ୍ତବ୍ଦ ରାତିରେ ଶୋଇବା ସମରେ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଶୁଭିଲେ ଖରାପ ସ୍ୱପ୍ନ ଆସିଥାଏ।

୫. ଧ୍ୟାନ ଦିଅନ୍ତୁ ଯେପରି ଘରର କୌଣସି ଘଣ୍ଟା ଲେଟ୍ ଚାଲୁ ନଥାଏ। ଘଣ୍ଟା ଯଦି ୫-୧୦ ମିନିଟ୍ ଆଗୁଆ ଚାଲେ ତେବେ କିଛି ଅସୁବିଧା ନାହିଁ, ହେଲେ ବିଳମ୍ବରେ ଚାଲିବା ଅଶୁଭ ହୋଇଥାଏ।

୬. ଘଣ୍ଟାର ଯଦି କାଚ ଭାଙ୍ଗି ଯାଇଛି ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। ଭଙ୍ଗା କାଚ ଘଣ୍ଟା ଘରର ସଦସ୍ୟଙ୍କ ଉରେ ନକାରାତ୍ମକ ପ୍ରଭାବ ପକାଇଥାଏ।

୭. ଘରେ ପେଣ୍ଡୁଲମ୍‌ ଘଣ୍ଟା  ଲଗାଇଲେ ବ୍ୟକ୍ତିର ଜୀବନରେ ଖରାପ ସମୟ ଦୂର ହୋଇଥାଏ। ଓ ଉନ୍ନତିର ନୁଆ ଅବସର ମିଳିଥାଏ।

୮. ଘରେ  ବିଭିନ୍ନ ରଙ୍ଗର ଘଣ୍ଟା ନ ଲଗାଇ ନାରଙ୍ଗି ଓ ନୀଳ ରଙ୍ଗର ଘଣ୍ଟା ଲଗାଇଲେ ଶୁଭ ହୋଇଥାଏ।

୯. ଦୋକାନରେ ବା ଅଫିସ୍‌ରେ କେବେ ହେଲେ କଳା ଓ ଗାଢ଼ ନୀଳ ରଙ୍ଗର ଘଣ୍ଟା ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ନକାରାତ୍ମକ ଶକ୍ତି ଜାତ ହୋଇଥାଏ।

୧୦. ଘରର ହଲ୍‌ରେ ଚାରିକୋଣିଆ ଓ ବେଡ୍‌ରୁମ୍‌ରେ ଗୋଲାକୃତିର ଘଣ୍ଟା ଲଗାଇବା ଉଚିତ୍। ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ।

Related story