ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

କଟକ : ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେବ। ଆଜି କଡ଼ା ସୁରକ୍ଷା ମଧ୍ୟରେ ରେହମାନଙ୍କୁ ଦିଲ୍ଲୀର ତିହାର ଜେଲ୍‌ରୁ ଓଡ଼ିଶା ଅଣାଯାଇ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ କ୍ରାଇମବ୍ରାଞ୍ଚକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଓଡ଼ିଶାରେ  ଅଲ୍‌କାଏଦା ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରେହମାନ୍‌ଙ୍କୁ ଜେରା କରିବ। ଓଡ଼ିଶାରେ ଅନ୍ୟ କାହା ସହିତ ତାର ଲିଙ୍କ୍ ଅଛି ଓ ମଦ୍ରାସା ଚଳାଇବା ଲାଗି […]

reheman

Rakesh Mallick
  • Published: Tuesday, 21 June 2016
  • , Updated: 22 June 2016, 12:24 PM IST

କଟକ : ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର୍ ରେହମାନ୍‌ଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେବ। ଆଜି କଡ଼ା ସୁରକ୍ଷା ମଧ୍ୟରେ ରେହମାନଙ୍କୁ ଦିଲ୍ଲୀର ତିହାର ଜେଲ୍‌ରୁ ଓଡ଼ିଶା ଅଣାଯାଇ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ କ୍ରାଇମବ୍ରାଞ୍ଚକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଓଡ଼ିଶାରେ  ଅଲ୍‌କାଏଦା ଲିଙ୍କ୍‌ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରେହମାନ୍‌ଙ୍କୁ ଜେରା କରିବ। ଓଡ଼ିଶାରେ ଅନ୍ୟ କାହା ସହିତ ତାର ଲିଙ୍କ୍ ଅଛି ଓ ମଦ୍ରାସା ଚଳାଇବା ଲାଗି ସେ କେଉଁଠୁ ଅର୍ଥ ପାଉଥିଲା ଏ ସମସ୍ତ ବିଷୟରେ ତାକୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ରେହମାନ୍‌ଙ୍କୁ  ଦିଲ୍ଲୀର ତିହାର ଜେଲ୍‌ରୁ ୧୪ ଦିନିଆ ରିମାଣ୍ତରେ କ୍ରାଇମବ୍ରାଞ୍ଚ ଓଡ଼ିଶା ଆଣିଛି। ଗତବର୍ଷ ଡିସେମ୍ୱର ୧୬ ତାରିଖରେ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସେଲ୍‌ ସହଯୋଗରେ ରେହମାନ୍‌କୁ  ତା’ ଗାଁ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ପଶ୍ଚିମକଚ୍ଛରୁ ଗିରଫ କରାଯାଇଥିଲା।  ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ସହ  ସଂପୃକ୍ତି ନେଇ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ୍ ଚଢାଉ କରି ତାକୁ ଗିରଫ କରିଥିଲା।

ଝାଡ଼ଖଣ୍ଡ ପୋଲିସ୍ ରେହମାନ୍‌ଙ୍କୁ ୨୫ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା।  ତେବେ କ୍ରାଇମବ୍ରାଞ୍ଚ ରେହମାନ୍‌କୁ ରିମାଣ୍ଡରେ ଆଣିବାକୁ ତିନିଥର ଆବେଦନ କରିଥିଲେ ମଧ୍ୟ ଦିଲ୍ଲୀ ତିସ୍‌ହଜାରୀ କୋର୍ଟ ଏହା ଗ୍ରହଣ କରିନଥିଲେ। ଶେଷରେ ରେହମାନ୍‌ଙ୍କୁ ଜେରା ଲାଗି କ୍ରାଇମବ୍ରାଞ୍ଚକୁ କୋର୍ଟ ଅନୁମତି ଦେଇଛନ୍ତି।

Related story