ବଗିଚାରେ ଉଚିତ ଦିଗରେ ଲଗାନ୍ତୁ ଏହି ଫୁଲଗଛ: ସୁଖଶାନ୍ତିରେ ଭରି ଯିବ ଘର

ଦୁନିଆରେ ସବୁଠାରୁ ସୁନ୍ଦର ଯଦି କାହାକୁ କୁହାଯାଏ ସେ ହେଉଛି ଫୁଲ। ରଙ୍ଗ ବେରଙ୍ଗର ଫୁଲ ସବୁ କଷ୍ଟ ଦୂର କରିଦେଇଥାଏ। ଫୁଲର ସୁନ୍ଦରତା ଓ ବାସ୍ନା ଲୋକଙ୍କ ମନ ହାଲକା କରିବା ସହ ଆଗକୁ ବଢ଼ିବାକୁ ଶକ୍ତି ଜାଗ୍ରତ କରିଥାଏ। ଫୁଲର ସମ୍ପର୍କ କେବଳ ପ୍ରକୃତି ଓ ସୁନ୍ଦରତା ସହ ଜଡିତ ନୁହେଁ, ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ବହୁ ମହତ୍ୱ ରହିଛି। ବଗିଚାରେ ବାସ୍ତୁ ଅନୁସାରେ ଫୁଲଗଛ ଲଗାଇଲେ ନକାରାତ୍ମକ ଶକ୍ତି ଦୂର ହେବା ସହ […]

640a34cf4b4d5c1afb9f3645ba4d05d2_collage_450

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 08:53 AM IST

ଦୁନିଆରେ ସବୁଠାରୁ ସୁନ୍ଦର ଯଦି କାହାକୁ କୁହାଯାଏ ସେ ହେଉଛି ଫୁଲ। ରଙ୍ଗ ବେରଙ୍ଗର ଫୁଲ ସବୁ କଷ୍ଟ ଦୂର କରିଦେଇଥାଏ। ଫୁଲର ସୁନ୍ଦରତା ଓ ବାସ୍ନା ଲୋକଙ୍କ ମନ ହାଲକା କରିବା ସହ ଆଗକୁ ବଢ଼ିବାକୁ ଶକ୍ତି ଜାଗ୍ରତ କରିଥାଏ। ଫୁଲର ସମ୍ପର୍କ କେବଳ ପ୍ରକୃତି ଓ ସୁନ୍ଦରତା ସହ ଜଡିତ ନୁହେଁ, ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ବହୁ ମହତ୍ୱ ରହିଛି। ବଗିଚାରେ ବାସ୍ତୁ ଅନୁସାରେ ଫୁଲଗଛ ଲଗାଇଲେ ନକାରାତ୍ମକ ଶକ୍ତି ଦୂର ହେବା ସହ ଘରେ ସୁଖଶାନ୍ତି ଆସିଥାଏ।ବାସ୍ତୁ ଅନୁସାରେ ପ୍ରତ୍ୟେକ ଫୁଲର ସମ୍ପର୍କ ଆମ ଶରୀରରେ ଥିବା ୭ଟି ‘ଚକ୍ର’ ସହ ରହିଛି। ଏହି ଚକ୍ରର ସନ୍ତୁଳନ ଠିକ୍‌ ନ ରହିଲେ ଆମେ ସ୍ୱାସ୍ଥ୍ୟଜନିତ ଓ ଅନ୍ୟ ସମସ୍ୟାରେ ପଡିଥାନ୍ତି। ଫୁଲରେ ଥିବା ଚମତ୍କାର ଶକ୍ତି ବ୍ୟକ୍ତିର ଆଖି ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରି ବିଭିନ୍ନ ‘ଚକ୍ର’ର ସନ୍ତୁଳନ ରକ୍ଷା କରିଥାଏ।

ବାସ୍ତୁ ବିଜ୍ଞାନ ଅନୁସାରେ ବଗିଚାର ଉଚିତ ସ୍ଥାନରେ ଫୁଲ ଗଛ ଲଗାଇଲେ ବହୁ ଲାଭ ମିଳିଥାଏ। ଲାଲ ରଙ୍ଗର ଫୁଲ ଜୀବନରେ ଉତ୍ସାହ ଭରି ଦେଇଥାଏ। ଏହି ରଙ୍ଗର ଫୁଲ ଗଛ ବଗିଚାର ଦକ୍ଷିଣ ଭାଗରେ ଲଗାଇଲେ ଲାଭ ମିଳିଥାଏ। ଦକ୍ଷିଣ ଦିଗରେ ଲାଲ ରଙ୍ଗର ଫୁଲ ରହିଲେ ପ୍ରସିଦ୍ଧି ଓ ମାନସମ୍ମାନ ବୃଦ୍ଧିରେ ସହାୟକ ହୋଇଥାଏ। ଖାସ କରି ଲାଲ ଗୋଲାପ ଓ ମନ୍ଦାର ଲଗାଇଲେ ଶୁଭ ଫଳ ମିଳିଥାଏ। ଦାମ୍ପତ୍ୟ ଜୀବନ ଭଲ ହେବା ସହ ଘରେ ସୁଖଶାନ୍ତି ବିରାଜିତ ରହିଥାଏ।

ଆଜିକାଲି ପିଲାମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ଆଗକୁ ବଢିବାର ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ପିଲାମାନେ ଭାରାକ୍ରାନତ ହୋଇଯାଉଛନ୍ତି। ବଗିଚାର ପଶ୍ଚିମ ଦିଗରେ ଟଗର, ମଲ୍ଲି ଓ ଚମେଲି ଭଳି ଫୁଲ ଗଛ ଲଗାନ୍ତୁ। ଏହା ପିଲାଙ୍କ ମନକୁ ଶାନ୍ତ କରିବା ସହ ସେମାନଙ୍କ ମଧ୍ୟରେ କିଛି କରି ଦେଖାଇବାର ଆଗ୍ରହ ଜାଗ୍ରତ କରିଥାଏ।

ବଗିଚାର ଉତ୍ତର ଦିଗରେ ନୀଳ ରଙ୍ଗର ଫୁଲଗଛ ଲଗାଇଲେ କର୍ମମୟ ଜୀବନରେ ଉତ୍ସାହ ଆସିଥାଏ। ନୀଳ ରଙ୍ଗ ବ୍ୟକ୍ତିର ଜୀବନରେ ସ୍ଥାୟିତ୍ୱ ଓ ସ୍ୱଚ୍ଛତା ଆଣିଥାଏ। ନୀଳ କଇଁ ଓ ବିଭିନ୍ନ ପ୍ରକାରର ନୀଳ ଅସୋନିଆ ଏହି ଦିଗରେ ରହିଲେ ବ୍ୟବସାୟରେ ଉନ୍ନତି ଆସିଥାଏ ଓ ସବୁ ବାଧାବିଘ୍ନ ଦୂର ହୋଇଥାଏ।

ବଗିଚାର ପୂର୍ବ ଦିଗରେ ସବୁଜ ରଙ୍ଗର ଗଛ ଲଗାନ୍ତୁ। ଏହା ସ୍ୱାସ୍ଥ୍ୟ ଭଲ ରଖିବା ସହ ପରିବାରରେ ଏକତା ଆଣିଥାଏ। ପୁଦିନା ଓ ଫର୍ନ ପୂର୍ବ ଦିଗରେ ଲଗାଇଲେ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ।

ଯଦି ଆପଣଙ୍କ ପାଖରେ ବଗିଚା ରଖିବାକୁ ଜାଗା ନାହିଁ ଦେବେ ଘରେ ଫଟୋ ରଖି ପାରିବେ। ଏହି ସବୁ ଫୁଲ ଓ ଗଛର ଫଟୋ ନିର୍ଦ୍ଦିଷ୍ଟ ଦିଗରେ ବାସ୍ତୁ ଅନୁସାରେ ରଖିଲେ ଲାଭ ମିଳିଥାଏ।

Related story