ବାଇକ୍‌, ଜୋତା ସୃଷ୍ଟି କରିଥାଏ ପାରିବାରିକ ସମସ୍ୟା: ଜାଣନ୍ତୁ କେଉଁଠି ରଖିଲେ ମିଳିଥାଏ ଲାଭ

ଘର କେମିତି ନିର୍ମାଣ କରିବେ, କେଉଁଠି କେଉଁ ଜିନିଷ ରଖିବେ ସେ ନେଇ ବାସ୍ତୁଶାସ୍ତ୍ରରେ ବିସ୍ତୃତ ବିବରଣୀ ରହିଛି। ଏପରି କିଛି ଜିନିଷ ଅଛି ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରିଥାନ୍ତି। ଏହାକୁ ଆମେ ଯେଉଁଠି ନାହିଁ ସେଠି ରଖି ଦେଇଥାନ୍ତି ଓ ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ଆମକୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ହେଲେ କେଉଁ କାରଣରୁ ସମସ୍ୟା ଉପୁଜୁଛି ଆମେ ଜାଣିପାରି ନଥାନ୍ତି। ଖାସ କରି ଦୁଇଚକିଆ ଯାନ, ଜୋତା, ଡୋର […]

Rakesh Mallick
  • Published: Monday, 23 October 2017
  • , Updated: 23 October 2017, 09:27 AM IST

ଘର କେମିତି ନିର୍ମାଣ କରିବେ, କେଉଁଠି କେଉଁ ଜିନିଷ ରଖିବେ ସେ ନେଇ ବାସ୍ତୁଶାସ୍ତ୍ରରେ ବିସ୍ତୃତ ବିବରଣୀ ରହିଛି। ଏପରି କିଛି ଜିନିଷ ଅଛି ଯାହାକୁ ଆମେ ପ୍ରତିଦିନ ବ୍ୟବହାର କରିଥାନ୍ତି। ଏହାକୁ ଆମେ ଯେଉଁଠି ନାହିଁ ସେଠି ରଖି ଦେଇଥାନ୍ତି ଓ ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ଆମକୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ। ହେଲେ କେଉଁ କାରଣରୁ ସମସ୍ୟା ଉପୁଜୁଛି ଆମେ ଜାଣିପାରି ନଥାନ୍ତି।

ଖାସ କରି ଦୁଇଚକିଆ ଯାନ, ଜୋତା, ଡୋର ସ୍କ୍ରିନ୍‌ର ବ୍ୟବହାର ବେଳେ ଆମେମାନେ ସାବଧାନତା ଅବଲମ୍ବନ କରି ନଥାନ୍ତି। ହେଲେ ବାସ୍ତୁଶାସ୍ତ୍ରରେ ଏପରି କରିବାକୁ ବାରଣ କରାଯାଇଛି। ଏପରି କଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଓ ପରିବାରରେ ସମସ୍ୟା ଉପୁଜିଥାଏ। ଆସନ୍ତୁ ଜାଣିବା ଏପରି ଜିନିଷର ବ୍ୟବହାର କେମିତି କଲେ ଲାଭ ମିଳିଥାଏ।

୧. ଘରର ମୁଖ୍ୟଦ୍ୱାର ସମ୍ମୁଖରେ ବାଇକ୍‌, ସ୍କୁଟି ଅବା ସାଇକେଲ ରଖନ୍ତୁ ନାହିଁ। ଘର ସାମ୍ନାରେ ଦୁଇଚକିଆ ବାହାନ ରଖଲେ ଘରେ ପ୍ରବେଶ କରିବା ସମୟରେ ଅଥବା କୌଣସି କାମ ପାଇଁ ବାହାରକୁ ଗଲେ ଗାଡିର ନକାରାତ୍ମକ ଶକ୍ତି ବ୍ୟକ୍ତି ମଧ୍ୟକୁ ପ୍ରବେଶ କରିଥାଏ। ଏହା ଆପଣଙ୍କ କାମକୁ ବିଗାଡି ଦେବାର ସମ୍ଭାବନା ଥାଏ। ଏଥିପାଇଁ ଧ୍ୟାନ ଦେବେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଦୁଇଚକିଆ ଯାନ ଯେପରି ନ ରଖିବେ।

୨. ଘରର ମୁଖ୍ୟଦ୍ୱାରରେ କୌଣସି ଓଜନିଆ ଜିନିଷ ଟାଙ୍ଗନ୍ତୁ ନାହିଁ। ଏହା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ।

୩. ଘରର ଝରକା ଓ କବାଟରେ ରଙ୍ଗୀନ ପରଦା ଲଗାନ୍ତୁ। ହାଲକା ନୀଳ, ସବୁଜ, ଗୋଲାପୀ ରଙ୍ଗର ପରଦା ଘରେ ଲଗାଇବା ଶୁଭ ହୋଇଥାଏ।

୪. ବ୍ୟବହାର କରୁ ନଥିବା ପୁରୁଣା ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ପୁରୁଣା ଜୋତା ଚପଲକୁ ଘରର ପଶ୍ଚିମ ଦିଗର ରଖିନ୍ତୁ।

Related story