ଶବ ଯାତ୍ରା ଦେଖିଲେ ଅଟକି ଯାଆନ୍ତୁ: ମାନନ୍ତୁ ଏହି ନିୟମ, ପୂରଣ ହେବ ମନସ୍କାମନା

ଜନ୍ମ ଏବଂ ମୃତ୍ୟୁ।  ଜୀବନର ଏହା ଚିରନ୍ତନ ସତ୍ୟ। ଦିନେ ଧରାପୃଷ୍ଟକୁ ଆସିଛେ ମାନେ ବାହୁଡ଼ିବା ନିଶ୍ଚିନ୍ତ।  ସେ ମଣିଷ ହୁଅନ୍ତୁ କି ପଶୁ। କିନ୍ତୁ ପ୍ରାୟ ଖୁବ୍‌ କମ୍‌ ଲୋକ ଜାଣିଥିବେ ରାସ୍ତାରେ ଶବଯାତ୍ରା ଦେଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ହେଲେ ଏଥିପାଇଁ କିଛି ନୀତିନିୟମ ରହିଛି। ଯାହା କରିବା ଦ୍ଵାରା ମୃତ ମଣିଷର ଆତ୍ମା ଆପଣଙ୍କୁ ଆଶୀର୍ବାଦ ଦେବା ସହ ଅଟକି ରହିଥିବା କାମ ମଧ୍ୟ ପୂରା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶବ […]

g-555

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 10:15 AM IST

ଜନ୍ମ ଏବଂ ମୃତ୍ୟୁ।  ଜୀବନର ଏହା ଚିରନ୍ତନ ସତ୍ୟ। ଦିନେ ଧରାପୃଷ୍ଟକୁ ଆସିଛେ ମାନେ ବାହୁଡ଼ିବା ନିଶ୍ଚିନ୍ତ।  ସେ ମଣିଷ ହୁଅନ୍ତୁ କି ପଶୁ। କିନ୍ତୁ ପ୍ରାୟ ଖୁବ୍‌ କମ୍‌ ଲୋକ ଜାଣିଥିବେ ରାସ୍ତାରେ ଶବଯାତ୍ରା ଦେଖିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ହେଲେ ଏଥିପାଇଁ କିଛି ନୀତିନିୟମ ରହିଛି। ଯାହା କରିବା ଦ୍ଵାରା ମୃତ ମଣିଷର ଆତ୍ମା ଆପଣଙ୍କୁ ଆଶୀର୍ବାଦ ଦେବା ସହ ଅଟକି ରହିଥିବା କାମ ମଧ୍ୟ ପୂରା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶବ ଯତ୍ରା ଦେଖିବା ସମୟରେ କେଉଁ କାମ କରିବା ଉଚିତ୍‌।

ଶବ ଯାତ୍ରା ଦେଖିବା ସମୟରେ ସର୍ବ ପ୍ରଥମେ ଦୁଇହାତ ଯୋଡି ତାଙ୍କୁ ପ୍ରଣାମ କରନ୍ତୁ।  ଶିବ-ଶିବ ଜପ କରନ୍ତୁ। ଶାସ୍ତ୍ର ଅନୁସାରେ ଏମିତି କରିବା ଦ୍ଵାରା ମୃତ ମଣିଷ ନିଜ ସହ ସେହି ମଣିଷର ଦୁଃଖ କଷ୍ଟ ଓ ଯନ୍ତ୍ରଣା ମଧ୍ୟ ନେଇଯାଇଥାଏ। ଯିଏ ସେହି ସମୟରେ ତାକୁ ପ୍ରଣାମ କରିଥାଏ।

ଶବ ଦେଖିବା ସମୟରେ ଶିବ କହିବାର ଅର୍ଥ ତାଙ୍କୁ ମୁକ୍ତି ମିଳୁ। ଏଭଳି ଛୋଟ ଛୋଟ ନିୟମ ପାଳନ କଲେ ମୃତ ଲୋକର ଆତ୍ମାକୁ ଶାନ୍ତି ମିଳିବା ସହ  ନିଜର ମଙ୍ଗଳ ହୋଇଥାଏ।  ମନୁସ୍ମୃତି ଅନୁଯାୟୀ ଯେବେ କୌଣସି ବ୍ୟକ୍ତିର ଶବ ଯାତ୍ରା କରାଯାଉଥିବ,ସେହି ସମୟରେ  ଯଦି କୌଣସି ଗାଁ ଦେଇ ଯାଉଥିବ ତେବେ ନିଶ୍ଚିତ ମଙ୍ଗଳକର।

ସେହିପରି ପୁରାଣ ଅନୁଯାୟୀ, ଯେଉଁ ମଣିଷ ବ୍ରାହ୍ମଣଙ୍କ ଶବକୁ କାନ୍ଧରେ ନିଅନ୍ତି ତେବେ ଖୁବ୍‌ ପୂଣ୍ୟ ମିଳିଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି କୌଣସି ବାହ୍ମଣ ଅନ୍ୟ ବ୍ରାହ୍ମଣର ଅସ୍ତିକୁ ନିଜ ସ୍ଵାର୍ଥ ଓ ଟଙ୍କା ପାଇଁ କାନ୍ଧରେ ନିଅନ୍ତି ତେବେ ସେହି ବ୍ରାହ୍ମଣ ବ୍ୟକ୍ତି ୧୦ ଦିନ ପର୍ଯ୍ୟନ୍ତ ଅଶୁଦ୍ଧ ହୋଇ ରହିଥାଏ।  ଶବ ଯାତ୍ରା ଦେଖିବା ସମୟରେ କିଛି ସମୟ ସେହି ସ୍ଥାନରେ ଛିଡା ହୋଇ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ  ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର।

ଧାର୍ମିକ ଦୃଷ୍ଟିକୋଣ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ବି ଶବ ଯାତ୍ରା ଦେଖିବା ଶୁଭ ମନାଯାଏ। ଯଦି କୌଣସି ମଣିଷ ଶବଯାତ୍ର ଦେଖନ୍ତି ତେବେ ତାର ସବୁ ମନସ୍କାମନା ପୂରା ହେବା ସହ  ତାଙ୍କ ଜୀବନରେ ଖୁସି ଆସେ ଓ ସବୁ ଦୁଃଖ ଦୂର ହୋଇଥାଏ।

Related story