କପାଳରେ ତିଲକ ଲଗାଇଲେ ଶରୀରରୁ କେଉଁ ଫାଇଦା ମିଳେ, ଜାଣନ୍ତୁ ଏହାର ଗୂଢ ତତ୍ତ୍ୱ

ହିନ୍ଦୁ ଧର୍ମରେ ମଥାରେ ତିଲକ ଲଗାଇବା ପରମ୍ପରା ପୁରୁଣା । କୌଣସି ଶୁଭ କାର୍ଯ୍ୟ ହେଉ ଅବା ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ସମୟରେ କପାଳରେ ଏହି ତିଲକ ଲଗାଇବାର ବିଧି ରହିଛି। ତେବେ ଏହା ପଛରେ ଧାର୍ମିକ ଭାବନା ରହିବା ସହ ବୌଜ୍ଞାନିକ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ମଥାରେ ତିଲକ ଲଗାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ । ୧- ନିୟମିତ ମଥାରେ ତିଲକ ଲଗାଇଲେ ନାଡି ମଣ୍ଡଳ ଶୁଦ୍ଧ […]

tilak

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 09:56 PM IST

ହିନ୍ଦୁ ଧର୍ମରେ ମଥାରେ ତିଲକ ଲଗାଇବା ପରମ୍ପରା ପୁରୁଣା । କୌଣସି ଶୁଭ କାର୍ଯ୍ୟ ହେଉ ଅବା ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ସମୟରେ କପାଳରେ ଏହି ତିଲକ ଲଗାଇବାର ବିଧି ରହିଛି। ତେବେ ଏହା ପଛରେ ଧାର୍ମିକ ଭାବନା ରହିବା ସହ ବୌଜ୍ଞାନିକ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ମଥାରେ ତିଲକ ଲଗାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ।

୧- ନିୟମିତ ମଥାରେ ତିଲକ ଲଗାଇଲେ ନାଡି ମଣ୍ଡଳ ଶୁଦ୍ଧ ହୋଇଥାଏ । ତିଲକ ଲଗାଇଲେ ଇନସୋମାନିୟା , ସାଇନସ୍‌ ପରି ରୋଗରୁ ମୁକ୍ତି ମିଳିଥାଏ।

 

୨- ଚନ୍ଦନ  ବହୁତ ପବିତ୍ର।  ମଥାରେ ହଳଦୀ ଚନ୍ଦନ ଲଗାଇବା ଦ୍ୱାରା ତ୍ୱଚା ଶୁଦ୍ଧ ହୋଇଥାଏ ଏବଂ ହଳଦୀରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ଅନେକ ରୋଗରୁ ମୁକ୍ତି ଦେଇଥାଏ । ତିଲକ ଲଗାଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଏକାଗ୍ରତ ବଢିଥାଏ।

୩- ନିୟମିତ ଚନ୍ଦନ ତିଲକ ମଥାରେ ଲଗାଇଲେ ମୁଣ୍ଡରେ ସେରୋଟୋନିନ, ବିଟା ଏଣ୍ଡୋର୍ଫିନର ସ୍ରାବ ସଠିକ ଢଙ୍ଗରେ ହୋଇଥାଏ।  ଏହାଦ୍ୱାରା ମନରେ ଥିବା ଚିନ୍ତା ଓ ଦୁଃଖ ଦୂରହେବା ସହ ମନରେ ଉତ୍ସାହ ଉତ୍ପନ କରେ।

୪- ତିଲକ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ ।

୫- ତିଲକ ଲଗାଇଲେ ମଥାରେ ପିଟୁୟୁଯରୀ ଗ୍ଲୋଣ୍ଡେଜ ସକ୍ରିୟ ହୋଇଥାଏ। ଏହା ଦ୍ୱାରା ଶରୀରରୁ ଆଳସ୍ୟ ଦୂର ହେବା ସହ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ ।

୬- ଅନେକ ସଙ୍କଟରୁ ବଞ୍ଚାଇଥାଏ ତିଲକ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ତିଲକ ଲଗାଇଲେ ଗ୍ରହ ଶାନ୍ତି ରହିଥାଏ ।

ଆହୁରି ମଧ୍ୟ ପଢନ୍ତୁ: ଯେତେ ରୋଜଗାର କଲେ ବି ପାଖରେ ଟଙ୍କା ରହୁନାହିଁ କି ? ଆପଣାଇପାରିବେ ଏହି ୫ଟି ଉପାୟ

Related story