ଆଗାଧୁଆ କରନ୍ତୁ ଏହି କାମ: ଚମକିବ ଭବିଷ୍ୟତ

ଆମେ ସମସ୍ତ ଶୁଭ କାର୍ଯ୍ୟ ଗାଧୋଇ ପାଧେଇ କରିଥାଉ। କୁହାଯାଏ ଯେକୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଗାଧୋଇବା ଆବଶ୍ୟକ। କିନ୍ତୁ ଏମିତି କିଛି କାମ ରହିଛି ଯାହାକୁ ନଗାଧୋଇ କଲେ ସୁଫଳ ମିଳିଥାଏ। ଜାଣିଛନ୍ତି କି ସେ ସବୁ କାମ ସମ୍ପର୍କରେ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ଉଭୟ ଏହି କାର୍ଯ୍ୟ କରିପାରିବେ। ଜାଣନ୍ତୁ ସେହି କାର୍ଯ୍ୟ ସହୁ କ’ଣ? ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ- ସକାଳୁ ଉଠି ଏହି ମନ୍ତ୍ର ଜପ […]

slok

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 04:54 PM IST

ଆମେ ସମସ୍ତ ଶୁଭ କାର୍ଯ୍ୟ ଗାଧୋଇ ପାଧେଇ କରିଥାଉ। କୁହାଯାଏ ଯେକୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଗାଧୋଇବା ଆବଶ୍ୟକ। କିନ୍ତୁ ଏମିତି କିଛି କାମ ରହିଛି ଯାହାକୁ ନଗାଧୋଇ କଲେ ସୁଫଳ ମିଳିଥାଏ। ଜାଣିଛନ୍ତି କି ସେ ସବୁ କାମ ସମ୍ପର୍କରେ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ଉଭୟ ଏହି କାର୍ଯ୍ୟ କରିପାରିବେ। ଜାଣନ୍ତୁ ସେହି କାର୍ଯ୍ୟ ସହୁ କ'ଣ?

ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ-

ସକାଳୁ ଉଠି ଏହି ମନ୍ତ୍ର ଜପ କରନ୍ତୁ-

'ବ୍ରହ୍ମା ମୁରାରୀତ୍ରୀପୁରାନ୍ତକାରୀ ଭାନୁ: ଶଶି ଭୁମିସୁତୋ ବୁଧଶ୍ଚ୍ୟ।

ଗୁରୁଶ୍ଚ ଶୁକ୍ର: ଶନି ରାହୁକେତୱ: କୁର୍ବନ୍ତୁ ସର୍ବେ ମମସୁପ୍ରଭାତମ୍॥'

ଏହି ମନ୍ତ୍ରକୁ ଜପ କରିବାଦ୍ୱାରା ସମସ୍ତ ଦେବାଦେବୀ ଏବଂ ନଅଟି ଗ୍ରହର କୃପା ମିଳିଥାଏ। ଏହି ମନ୍ତ୍ରର ଅର୍ଥ ହେଉଛି- ବ୍ରହ୍ମା, ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହଷ୍ପତୀ, ଶୁକ୍ର, ଶନି, ରାହୁ ଏବଂ କେତୁ ଏମାନେ ସମସ୍ତେ ମୋର ପ୍ରାତଃକାଳ ଅର୍ଥାତ ସକାଳକୁ ମଙ୍ଗଳମୟ କରନ୍ତୁ। ପ୍ରତ୍ୟକଦିନ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ।

ହାତକୁ ଦେଖନ୍ତୁ-

ଆମ ହାତର ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟମରେ ମା' ସରସ୍ୱତୀ ଏବଂ ହାତର ଆରମ୍ଭରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଥିପାଇଁ ସକାଳୁ ଉଠିବା ମାତ୍ରେ ନିଜ ହାତକୁ ଦେଖି ଏହି ମନ୍ତ୍ର ଯପ କରନ୍ତୁ-

'କରାଗ୍ରେ ବସତେ ଲକ୍ଷ୍ମୀ: କରମଧ୍ୟେ ସରସ୍ୱତୀ।

କରମୂଳେ ତୁ ଗୋବିନ୍ଦା: ପ୍ରଭାତେ କରଦର୍ଶନମ୍‌॥'

ବ୍ରହ୍ମ ମୂହୁର୍ତ୍ତରେ ଛାଜନ୍ତୁ ଶେଜ

ଶାସ୍ତ୍ର ଅନୁସାରେ ବ୍ରହ୍ମ ମୂହୁର୍ତ୍ତରେ ଅର୍ଥାତ ସୂର୍ଯ୍ୟ ଉଦୟ ପୂର୍ବରୁ ସେଜ ଛାଡିଦେବା ଉଚିତ। ଯେଉଁମାନେ ସକାଳୁ ଡେରି ପର୍ଯ୍ୟନ୍ତ ଶୁଅନ୍ତି ସେମାନଙ୍କ ବୁଦ୍ଧି କମିଯାଏ ବୋଲି କୁହାଯାଏ।

Related story