ଭେଣ୍ଟିଲେଟରରୁ ବାହାରିଲେ ଜଗା-କାଳିଆ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ପ୍ରାୟ ୨୦ ଘଣ୍ଟା ଧରି ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଭେଣ୍ଟିଲେଟରରୁ ବାହାରିଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା ମିଳିଛି। କନ୍ଧମାଳରେ ଏହି ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ ପରେ ୨୪ ଘଣ୍ଟିଆ ଅବଜର୍ଭେସନରେ ରଖାଯାଇଥିଲା। ଦୀର୍ଘ ୨୦ ଘଣ୍ଟାର ନନଷ୍ଟପ୍‌ ଅପରେସନ ପରେ ଯୋଡ଼ାମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍। ପୁଣି ଦେଢ଼ ମାସ ପରେ […]

Rakesh Mallick
  • Published: Wednesday, 30 August 2017
  • , Updated: 30 August 2017, 12:52 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ପ୍ରାୟ ୨୦ ଘଣ୍ଟା ଧରି ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଭେଣ୍ଟିଲେଟରରୁ ବାହାରିଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା ମିଳିଛି। କନ୍ଧମାଳରେ ଏହି ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ ପରେ ୨୪ ଘଣ୍ଟିଆ ଅବଜର୍ଭେସନରେ ରଖାଯାଇଥିଲା। ଦୀର୍ଘ ୨୦ ଘଣ୍ଟାର ନନଷ୍ଟପ୍‌ ଅପରେସନ ପରେ ଯୋଡ଼ାମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍।

ପୁଣି ଦେଢ଼ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇପାରେ। ଏଥିପାଇଁ ଆମେରିକାରୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ଆଣିବାକୁ ଯୋଜନା ରହିଛି। ଏମାନଙ୍କ ଏହି ବିରଳ ଅସ୍ତ୍ରୋପଚାର ସଫଳ ହେଲେ ଭାରତୀୟ ଚିକିତ୍ସା ବିଜ୍ଞାନରେ ଏହା ଯୋଡ଼ିବ ନୂଆ ଅଧ୍ୟାୟ।  ସେପଟେ ଜଗା-କାଳିଆଙ୍କ ସୁସ୍ଥତା କାମନା କରି କନ୍ଧମାଳରେ ପୂଜାର୍ଚ୍ଚନା କରାଯାଇଛି।

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ ନେଇ ଏମ୍ସ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି।

ଅପରେସନ ଟିମ୍ ଲିଡର ପ୍ରଫେସର ଦୀପକ ଗୁପ୍ତା କହିଛନ୍ତି,“ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ସରିଯାଇଛି। ଉଭୟଙ୍କ ମୁଣ୍ଡ ଅଲଗା ହୋଇନାହିଁ। କିନ୍ତୁ ଉଭୟଙ୍କ ମସ୍ତିଷ୍କର ବହୁ ଅଂଶ ଅଲଗା କରାଯାଇଛି। ଭେନର ବାଇପାସ୍ ଚ୍ୟାନେଲ ମଧ୍ୟ ସୃଷ୍ଟି କରାଯାଇଛି। ଅପରେସନ ପରେ ଜଗା-କାଳିଆଙ୍କ ଅବସ୍ଥା ଭଲ ରହିଛି।”

ନ୍ୟୁରୋସାଇନ୍ସ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି,“ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି।  ସେମାନେ ଆଇସିୟୁରେ ଅଛନ୍ତି। ଦୁଇ ଦିନ ପରେ ସେମାନେ ଖାଦ୍ୟ ଗ୍ରହଣ କରିପାରିବେ। ମାସେ  ଦୁଇ ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ।”

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।

Related story