ଗଞ୍ଜାମରେ ଆଇଜର ପ୍ରତିଷ୍ଠା ପ୍ରସଙ୍ଗ: ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରୀୟ ଟିମ୍

ବ୍ରହ୍ମପୁର: ଗଞ୍ଜାମରେ ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ୍ ସାଇନସ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ଆଇଜର ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଚିହ୍ନଟ କରିଥିବା ଦୁଇଟି ସ୍ଥାନକୁ ଯାଇ କେନ୍ଦ୍ରୀୟ ଟିମ୍ ପରିଦର୍ଶନ କରୁଛନ୍ତି। ଏହି ଟିମରେ କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶିକା ରୀନା ସୋନୋୱାଲି କାଉଲି ଏବଂ ଆଇଜର ଭୋପାଳର ନିର୍ଦ୍ଦେଶକ ବିନୋଦ କୁମାର ସିଂ ଅଛନ୍ତି। ବ୍ରହ୍ମପୁରରେ ସ୍ଥାୟୀ କ୍ୟାମ୍ପସ ନେଇ ପାଲୁର ହିଲରେ ୨୦୦ଏକର ଓ ଲାଉଡି […]

iiser-team-at-bbsr

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 08:01 AM IST

ବ୍ରହ୍ମପୁର: ଗଞ୍ଜାମରେ ଇଣ୍ଡିଆନ ଇନଷ୍ଟଚ୍ୟୁଟ ଅଫ୍ ସାଇନସ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ଆଇଜର ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଚିହ୍ନଟ କରିଥିବା ଦୁଇଟି ସ୍ଥାନକୁ ଯାଇ କେନ୍ଦ୍ରୀୟ ଟିମ୍ ପରିଦର୍ଶନ କରୁଛନ୍ତି। ଏହି ଟିମରେ କେନ୍ଦ୍ର ମାନବସମ୍ୱଳ ବିକାଶ ମନ୍ତ୍ରଣାଳୟ ନିର୍ଦ୍ଦେଶିକା ରୀନା ସୋନୋୱାଲି କାଉଲି ଏବଂ ଆଇଜର ଭୋପାଳର ନିର୍ଦ୍ଦେଶକ ବିନୋଦ କୁମାର ସିଂ ଅଛନ୍ତି। ବ୍ରହ୍ମପୁରରେ ସ୍ଥାୟୀ କ୍ୟାମ୍ପସ ନେଇ ପାଲୁର ହିଲରେ ୨୦୦ଏକର ଓ ଲାଉଡି ଗାଁରେ ୮୦ ଏକର ଜମି ଚିହ୍ନଟ ହୋଇଛି। ଏଠାରେ ଆବଶ୍ୟକ ଭିତ୍ତିଭୂମି, ପରିବହନ ଓ ଯୋଗାଯୋଗ ସୁବିଧା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିଛି ନା ନାହିଁ ସେନେଇ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବ। ସେହିପରି ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ୩ଟି ସ୍ଥାନକୁ ମଧ୍ୟ ଟିମ୍ ଅନୁଧ୍ୟାନ କରିବ।

Related story