ପରୀକ୍ଷଣ କରାଗଲା ପୃଥ୍ୱୀ-୨ କ୍ଷେପଣାସ୍ତ୍ର

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ଆଜି କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ସକାଳ ୯ଟା ୪୦ ମିନିଟ୍‌ରେ ଏହି ପରୀକ୍ଷଣ ହୋଇଛି। ଡିଆର୍‌ଡିଓ, ଭାରତୀୟ ସ୍ଥଳସେନାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନେ ସ୍ଥିତି ନିରୀକ୍ଷଣ କରୁଛନ୍ତି। ଭାରତୀୟ ସ୍ଥଳସେନାର ୧୯୯୪ ମସିହାରୁ  ପୃଥ୍ୱୀ-୨ କ୍ଷେପଣାସ୍ତ୍ରକୁ  ସାମିଲ୍‌ କରାଯାଇଥିଲା। ଏହାକୁ ଡିଆରଡିଓ ଏବଂ ଭାରତୀୟ ଡାଇନାମିକ୍‌ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରିଛି। ସିଙ୍ଗିଲ୍‌ ଷ୍ଟେଜ୍‌ର […]

Missile

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 04:45 AM IST

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ଆଜି କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ସକାଳ ୯ଟା ୪୦ ମିନିଟ୍‌ରେ ଏହି ପରୀକ୍ଷଣ ହୋଇଛି। ଡିଆର୍‌ଡିଓ, ଭାରତୀୟ ସ୍ଥଳସେନାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନେ ସ୍ଥିତି ନିରୀକ୍ଷଣ କରୁଛନ୍ତି। ଭାରତୀୟ ସ୍ଥଳସେନାର ୧୯୯୪ ମସିହାରୁ  ପୃଥ୍ୱୀ-୨ କ୍ଷେପଣାସ୍ତ୍ରକୁ  ସାମିଲ୍‌ କରାଯାଇଥିଲା। ଏହାକୁ ଡିଆରଡିଓ ଏବଂ ଭାରତୀୟ ଡାଇନାମିକ୍‌ ଲିମିଟେଡ୍‌ ମିଳିତ ଭାବେ ପ୍ରସ୍ତୁତ କରିଛି। ସିଙ୍ଗିଲ୍‌ ଷ୍ଟେଜ୍‌ର ଏହି  ମିଜାଇସଲ୍‌ରେ  ଦୁଇଟି ମୋଟର ବ୍ୟବହାର କରାଯାଇଥିବା ବେଳେ ଏଥିରେ ତରଳ ଇନ୍ଧନର ବ୍ୟବହାର କରାଯାଇଛି।

୨୫୦ କିଲୋମିଟରରୁ ୩୫୦ କିଲୋମିଟର ଦୂରତା ମଧ୍ୟରେ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ପୃଥ୍ୱୀ-୨ ମିଜାଇଲ୍‌ର ଲମ୍ୱ ୮.୫୬ ମିଟର, ଓଜନ ୪୬୦୦ କିଲୋଗ୍ରାମ୍‌ ଓ ମୋଟେଇ ୧୧୦ ସେଣ୍ଟିମିଟର ରହିଛି।

Related story