ସୁନୀଲକୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ୍

ଭୁବନେଶ୍ୱର: ସେକ୍ସ ରାକେଟ୍‌ର କିଙ୍ଗପିନ୍ ସୁନୀଲ୍ ମେହେରକୁ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ୍। ତେବେ ଝାରପଡ଼ା ଜେଲରୁ ଅଣାଯିବା ବେଳେ ସୁନୀଲ କହିଛି,“ ମୁଁ କୌଣସି ବିଦେଶିନୀକୁ ଜାଣି ନାହିଁ। ମୋତେ  ଫସାଇ ଦିଆଯାଇଛି। ବର୍ଷେ ତଳୁ ମୁଁ ଏ କାମ ଛାଡ଼ି ଦେଇଛି।” ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ସୁନୀଲକୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି ଦେଇଥିଲେ। ରିମାଣ୍ଡରେ କମିଶନରେଟ୍‌ ପୋଲିସ୍‌ର ଜେରା ବେଳେ ଫୋକସ୍‌ରେ ରହିବ ଦେହ ଦଲାଲ୍ […]

sunil

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 08:29 AM IST

ଭୁବନେଶ୍ୱର: ସେକ୍ସ ରାକେଟ୍‌ର କିଙ୍ଗପିନ୍ ସୁନୀଲ୍ ମେହେରକୁ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ୍। ତେବେ ଝାରପଡ଼ା ଜେଲରୁ ଅଣାଯିବା ବେଳେ ସୁନୀଲ କହିଛି,“ ମୁଁ କୌଣସି ବିଦେଶିନୀକୁ ଜାଣି ନାହିଁ। ମୋତେ  ଫସାଇ ଦିଆଯାଇଛି। ବର୍ଷେ ତଳୁ ମୁଁ ଏ କାମ ଛାଡ଼ି ଦେଇଛି।”

ଶୁକ୍ରବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ସୁନୀଲକୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଅନୁମତି ଦେଇଥିଲେ। ରିମାଣ୍ଡରେ କମିଶନରେଟ୍‌ ପୋଲିସ୍‌ର ଜେରା ବେଳେ ଫୋକସ୍‌ରେ ରହିବ ଦେହ ଦଲାଲ୍ ସୁନୀଲଙ୍କ ନେଟୱାର୍କ। ସୁନୀଲ ରାଜ୍ୟ ତଥା ରାଜ୍ୟ ବାହାରେ କେମିତି ଚଲାଇଥିଲା ନେଟ୍‌ୱାର୍କ, ଆଉ କିଏ କିଏ ଥିଲେ ତା’ ଗ୍ୟାଙ୍ଗରେ, ବିଦେଶିନୀଙ୍କୁ କେମିତି ଭୁବନେଶ୍ୱର ଆଣୁଥିଲା ସୁନୀଲକୁ ଏସବୁ ନେଇ ପଚରାଉଚରା କରିବ କମିଶନରେଟ୍‌ ପୋଲିସ୍। ସୁନୀଲକୁ ପୋଲିସ୍ କୋଲକତାରୁ ଗିରଫ କରିଥିଲା।

Related story