ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ: ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର/ପୁରୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ସେ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଗତକାଲି ମୁଖ୍ୟମନ୍ତ୍ରୀ ଅଖିଳେଶ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଅଖିଳେଶ ଗୁରୁବାର ସନ୍ଧ୍ୟାରେ କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ। ସେଠାରେ ତାଙ୍କ କୌଳିକ ପଣ୍ଡା ଭୀମସେନ ହଜୁରୀ ତାଙ୍କୁ ମନ୍ଦିର ଭିତରକୁ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରାଇଥିଲେ। ଅଖିଳେଶ ମା’ ବିମଳା, ମା’ ଲକ୍ଷ୍ମୀ ଓ […]

jaganatha

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 10:30 AM IST

ଭୁବନେଶ୍ୱର/ପୁରୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ସେ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଗତକାଲି ମୁଖ୍ୟମନ୍ତ୍ରୀ ଅଖିଳେଶ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଅଖିଳେଶ ଗୁରୁବାର ସନ୍ଧ୍ୟାରେ କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ଥିଲେ। ସେଠାରେ ତାଙ୍କ କୌଳିକ ପଣ୍ଡା ଭୀମସେନ ହଜୁରୀ ତାଙ୍କୁ ମନ୍ଦିର ଭିତରକୁ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରାଇଥିଲେ। ଅଖିଳେଶ ମା’ ବିମଳା, ମା’ ଲକ୍ଷ୍ମୀ ଓ ଅନ୍ୟ ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର, ଛତିଶା ନିଯୋଗ ନାୟକ ଜନର୍ଦ୍ଦାନ ପାଟ୍ଟଯୋଶୀ ମହାପାତ୍ର ଅଖିଳେଶଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ଓ ସୋଲ ପଟ୍ଟଚିତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ। ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ସଚିବାଳୟ ଯାଇ ଅଖିଳେଶ, ନବୀନଙ୍କୁ ଭେଟିଥିଲେ। ଓଡ଼ିଶା ଓ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ମତ ବିନିମୟ ହୋଇଥିବା ଉଭୟ ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ଏହା ପଛରେ କୌଣସି ନୂଆ ରାଜନୈତିକ ସମୀକରଣ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Related story