ନାରୀମାନଙ୍କୁ ଅସମ୍ମାନ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ

ନୂଆଦିଲ୍ଲୀ: ନାରୀଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ। ଏହା ସତ୍ତ୍ୱେ କେତେକ କ୍ଷେତ୍ରରେ ମହିଳାଙ୍କୁ ଅସମ୍ମାନ କରାଯାଏ। ପ୍ରତ୍ୟେକ ମହିଳା ହେଉଛନ୍ତି ସମ୍ମାନର ଅଧିକାରୀ। ସେ ଛୋଟ ଝିଅ ହେଉ ଅବା ଯୁବତୀ ଓ ମହିଳା- ସମସ୍ତଙ୍କୁ ସମ୍ମାନ ଦିଆଯିବା ଜରୁରୀ। ରାମଚରିଚ ମାନସରେ ମହିଳାଙ୍କ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ଚାରି ପ୍ରକାର ମହିଳାଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି ଓ ଏମାନଙ୍କୁ କେବେ ବି ଅସମ୍ମାନ ନ କରିବାକୁ କୁହାଯାଇଛି। ସେମାନଙ୍କୁ ଅସମ୍ମାନ […]

woman

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 10:28 PM IST

ନୂଆଦିଲ୍ଲୀ: ନାରୀଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ। ଏହା ସତ୍ତ୍ୱେ କେତେକ କ୍ଷେତ୍ରରେ ମହିଳାଙ୍କୁ ଅସମ୍ମାନ କରାଯାଏ। ପ୍ରତ୍ୟେକ ମହିଳା ହେଉଛନ୍ତି ସମ୍ମାନର ଅଧିକାରୀ। ସେ ଛୋଟ ଝିଅ ହେଉ ଅବା ଯୁବତୀ ଓ ମହିଳା- ସମସ୍ତଙ୍କୁ ସମ୍ମାନ ଦିଆଯିବା ଜରୁରୀ।

ରାମଚରିଚ ମାନସରେ ମହିଳାଙ୍କ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ଚାରି ପ୍ରକାର ମହିଳାଙ୍କ ସଂପର୍କରେ ଉଲ୍ଲେଖ କରାଯାଇଛି ଓ ଏମାନଙ୍କୁ କେବେ ବି ଅସମ୍ମାନ ନ କରିବାକୁ କୁହାଯାଇଛି। ସେମାନଙ୍କୁ ଅସମ୍ମାନ କଲେ ଅବା ସେମାନଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଲୋକଙ୍କ ଜୀବନ ଅଭାବ ଓ ଅନଟନରେ ଭରିଯାଏ। ସେମାନଙ୍କ ଜୀବନ ଦୁଃଖରେ କଟେ।

ବଧୂ ବେଶରେ ସ୍ତ୍ରୀ
ବିବାହ ପରେ ଘରକୁ ନବ ବଧୂ ଆସେ। ତାଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ଭାବେ ସମ୍ମାନ ଦିଆଯାଏ। ମାତ୍ର ଯେଉଁ ପୁରୁଷ ଘରକୁ ଆସିଥିବା ନବ ବଧୂକୁ ସମ୍ମାନ ଦିଏ ନାହିଁ ଓ ଘୃଣା କରେ, ସିଏ କେବେ ହେଲେ ଖୁସିରେ ରହିପାରେ ନାହିଁ। ଏପରିକି ସେମାନଙ୍କ ଜୀବନ ସବୁବେଳେ କଠିନ ସମସ୍ୟା ଦେଇ ଗତି କରିଥାଏ।

ଭାଇଙ୍କ ପତ୍ନୀ
ଶାସ୍ତ୍ର ଅନୁସାରେ ବଡ଼ ଭାଇ ପତ୍ନୀ (ଭାଉଜ)ଙ୍କୁ ମା’ ପରି ସମ୍ମାନ ଦିଆଯାଏ। ଯେଉଁ ବ୍ୟକ୍ତି ଭାଉଜଙ୍କୁ ଅପମାନିତ କରେ, ସେମାନଙ୍କୁ ଜୀବଜନ୍ତୁଙ୍କ ସହିତ ତୁଳନା କରାଯାଏ। ସେହିପରି ସାନଭାଇର ସ୍ତ୍ରୀ (ଭାଇବୋହୂ)ଙ୍କୁ ଝିଅ ପରି ସମ୍ମାନ ଦିଆଯାଏ। ଏମାନଙ୍କ ପ୍ରତି ଖରାପ ଧାରଣା ରଖିବା ବ୍ୟକ୍ତିଙ୍କୁ ମହାପାପୀଙ୍କ ସହିତ ତୁଳନା କରାଯାଏ। ତେଣୁ ଜୀବନରେ ଏପରି ଭୁଲ କେବେ କରନ୍ତୁ ନାହିଁ।

ଭଉଣୀ
ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ ହେଉଛି ନିଜ ଭଉଣୀକୁ ମା’ ପରି ବ୍ୟବହାର ପ୍ରଦର୍ଶନ କରିବା। ଜଣେ ବ୍ୟକ୍ତି ନିଜ ମା’ଙ୍କୁ ଯେମିତି ସମ୍ମାନ ଦେଉଛନ୍ତି, ଠିକ୍‌ ସେତିକି ସମ୍ମାନ ଭଉଣୀ ଦେବା ଉଚିତ। ଯଦି କୌଣସି ବ୍ୟକ୍ତି ଭଉଣୀକୁ ଦୁର୍ବ୍ୟବହାର ବା ଅପାମାନିତ କରନ୍ତି, ତାହାହେଲେ ସେମାନଙ୍କୁ ଭଗବାନ କେବେ ହେଲେ କ୍ଷମା ଦେବେ ନାହିଁ।  ସେମାନେ ଜୀବନ ଦୁଃଖରେ କଟିବ।

ଆହୁରି ମଧ୍ୟ ପଢନ୍ତୁ: ଭୁଲ୍‌ରେ ବି ସକାଳୁ ଏହି ୪ଟି ଜିନିଷ ଦେଖନ୍ତୁ ନାହିଁ: ଦିନସାରା ଭୋଗି ପାରନ୍ତି ପରିଣାମ

ଘରର ଝିଅ
ଭାଇର ଝିଅ ହେଉ ବା ଭଉଣୀଙ୍କ ଝିଅ ଅବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଝିଅ ହେଉ, ସେମାନଙ୍କୁ ସମ୍ମାନ ଦିଅନ୍ତୁ। ସେମାନଙ୍କୁ ଅସମ୍ମାନ ବା ମାଡ଼ ମାରୁଥିବା ବ୍ୟକ୍ତିଙ୍କ ଜୀବନ ଦୁଃଖମୟ ହୋଇଥାଏ। ସେମାନଙ୍କଠାରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି।

Related story