ଦିବ୍ୟାଙ୍ଗ ପୁଅକୁ ନିଆଁକୁ ଫିଙ୍ଗିଦେଲା ବାପା

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନୃଶଂସ ବାପର ଅମାନବୀୟ କାଣ୍ଡ। ସ୍ତ୍ରୀ ଉପରେ ରାଗି ନିଶାସକ୍ତ ଅବସ୍ଥାରେ ୪ ବର୍ଷର ବିକଳାଙ୍ଗ ପୁଅକୁ ଜଳନ୍ତା ଚୂଲିକୁ ଫିଙ୍ଗି ଦେଲା। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଙ୍ଗିପାଲ୍ଲୀ ଗାଁରେ ଘଟିଛି। ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ପାଟିତୁଣ୍ଡ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ପାଖରେ ବସିଥିବା ୪ ବର୍ଷର ଦିବ୍ୟାଙ୍ଗ ପୁଅକୁ ବାହାରେ ଜଳୁଥିବା ଚୁଲିକୁ ଫିଙ୍ଗି ଦେଇଥିଲା। […]

murder

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 06:00 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନୃଶଂସ ବାପର ଅମାନବୀୟ କାଣ୍ଡ। ସ୍ତ୍ରୀ ଉପରେ ରାଗି ନିଶାସକ୍ତ ଅବସ୍ଥାରେ ୪ ବର୍ଷର ବିକଳାଙ୍ଗ ପୁଅକୁ ଜଳନ୍ତା ଚୂଲିକୁ ଫିଙ୍ଗି ଦେଲା। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଙ୍ଗିପାଲ୍ଲୀ ଗାଁରେ ଘଟିଛି।

ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ପାଟିତୁଣ୍ଡ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ପାଖରେ ବସିଥିବା ୪ ବର୍ଷର ଦିବ୍ୟାଙ୍ଗ ପୁଅକୁ ବାହାରେ ଜଳୁଥିବା ଚୁଲିକୁ ଫିଙ୍ଗି ଦେଇଥିଲା। ଫଳରେ ଦିବ୍ୟାଙ୍ଗ ପିଲାଟି ଗୁରୁତର ଆହତ ହୋଇଛି। ତା’ ଶରୀରର ୫୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଆଶା ଦିଦି ଅସୁସ୍ଥ ଦିବ୍ୟାଙ୍ଗକୁ କାଲିମେଳା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି। ତେବେ ନିଶାସକ୍ତ ବାପା ଘଟଣା ପରେ ଫେରାର ହୋଇଯାଇଛି। ମାତ୍ର ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Related story