ଆପଣଙ୍କ ଆଖିରେ କମିଯାଉଛି କି ଦୃଷ୍ଟିଶକ୍ତି ? ଜାଣନ୍ତୁ କେମିତି କରିବେ ଉପଚାର

ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି। ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍‌ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍‌ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ […]

green_eye_power_1920x1200

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 04:09 PM IST

ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି।

ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍‌ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍‌ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ ଲୋକେ ଆଖି ଡାକ୍ତରଙ୍କ ପାଖକୁ ଯାଇ ଆଖି ପରୀକ୍ଷା କରି ଚଷମା ପିନ୍ଧୁଛନ୍ତି। ହେଲେ ଆୟୁର୍ବେଦରେ ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା ଆପଣେଇଲେ ଆଖିର ଦୃଷ୍ଟିଶକ୍ତି ବଢାଇପାରିବେ । ଆଉ ଚଷମାର ଆବଶ୍ୟକ ପଡିବ ନାହିଁ ।  ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ

ଗାଜର – ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ ।

ଦେଶୀ ଘିଅ – ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।
ବାଦାମ – ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।

ଜିରା – ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ

ସେଓର ମୁରବା – ସେଓର ମୁରବା ଖାଇ ,ଏହାପରେ କ୍ଷୀର ଖାଇବା ଦ୍ୱାରା ଆଖିର ରଶ୍ମି ତେଜ୍ ହୋଇଥାଏ।
ଗୋଲ ମରିଚ – ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ଗ୍ରୀନ ଟି – ପ୍ରତିଦିନ ଦିନ ଭିତରେ ୨ରୁ ୩ କପ ଗ୍ରୀନ ଟି ପିଇଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଂଟ ଆଖିକୁ ସୁସ୍ଥ ରଖେ ।
ସୋରିଷ – ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ । ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିବ।

ଆପଣ ଚାହିଁଲେ ଏସବୁ ଘରୋଇ ଉପଚାର ଦ୍ୱାରା ସୁଫଳ ପାଇପାରିବେ ଏବଂ ନିଜର ଆଖିକୁ ସୁସ୍ଥ ରଖିପାରିବେ।

Related story