ଅଶୋକ ଗଛକୁ ଘରେ ଲଗାନ୍ତୁ, ଦୂର ହୋଇଯିବ ସମସ୍ୟା

ଅଶୋକ ଗଛ। ନାଁ ଯେମିତି, ଗୁଣ ବି ସେମିତି। ଅ-ଶୋକ ମାନେ ଶୋକ ଦୂରକାରୀ। ନିଜ ନାମ ଅନୁସାରେ ଶୋକ ବା ଦୁଃଖ ହରଣ କରିଥାଏ ଏହି ଗଛ। ବାସ୍ତୁ ଅନୁସାରେ ଅଶୋକ ଗଛ ଘରେ ଲଗାଇବା ଅତ୍ୟନ୍ତ ଲାଭଦାୟୀ। ଏହି ଗଛକୁ ଘରେ ଲଗାଇବା  ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ଦିଗରେ  ଏହି ଗଛକୁ ଲଗାଇଲେ ଶୁଭ ଫଳ ମିଳିଥାଏ। ବାସ୍ତୁ […]

SITA-ASHOKA-hp

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 09:46 AM IST

ଅଶୋକ ଗଛ। ନାଁ ଯେମିତି, ଗୁଣ ବି ସେମିତି। ଅ-ଶୋକ ମାନେ ଶୋକ ଦୂରକାରୀ। ନିଜ ନାମ ଅନୁସାରେ ଶୋକ ବା ଦୁଃଖ ହରଣ କରିଥାଏ ଏହି ଗଛ। ବାସ୍ତୁ ଅନୁସାରେ ଅଶୋକ ଗଛ ଘରେ ଲଗାଇବା ଅତ୍ୟନ୍ତ ଲାଭଦାୟୀ। ଏହି ଗଛକୁ ଘରେ ଲଗାଇବା  ଦ୍ୱାରା ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ତାହେଲେ ଆସନ୍ତୁ ଜାଣିବା କେଉଁ ଦିଗରେ  ଏହି ଗଛକୁ ଲଗାଇଲେ ଶୁଭ ଫଳ ମିଳିଥାଏ।

  • ବାସ୍ତୁ ଅନୁସାରେ ଅଶୋକ ଗଛକୁ ଘରର ଉତ୍ତର ଦିଗରେ ଲଗାଇଲେ ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
  • ଏହାକୁ ପୂଜା କଲେ ସବୁ ପ୍ରକାର ରୋଗ ଦୂର ହୁଏ ଏବଂ ପରିବାରରେ ସୁଖ ଓ ଶାନ୍ତି ବଜାୟ ରହେ।
  • ଶାସ୍ତ୍ର ଅନୁସାରେ ମହିଳାମାନେ ଅଶୋକ ଗଛରେ ଜଳ ଚଢାଇବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ।
  • ଅଶୋକ ଗଛର ପତ୍ରର ତୋରଣ ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ ନାହିଁ।

 

 

Related story