ଦାନ ମାଝୀଙ୍କୁ ସହାୟତାର ହାତ ବଢ଼ାଇଲେ ବାହାରିନ୍ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତର ମେଲଘରା ଗାଁର ଦାନ ମାଝୀ ତାଙ୍କ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ବାହାରିନ୍‌ର ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ୍ ଅଲ୍‌ ଖଲିଫା ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ‘ଗଲ୍‌ଫ ଡେଲି ନ୍ୟୁଜ୍‌’ରେ ପ୍ରକାଶିତ ଖବରରୁ ଏହା ଜଣାପଡ଼ିଛି। ବାହାରିନ୍‌ରେ ଥିବା ଭାରତୀୟ ଦୂତାବାସ ଜରିଆରେ ବାହାରିନ୍ ପ୍ରଧାନମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି। […]

bhabanipatana

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 07:46 PM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତର ମେଲଘରା ଗାଁର ଦାନ ମାଝୀ ତାଙ୍କ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ବାହାରିନ୍‌ର ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ୍ ଅଲ୍‌ ଖଲିଫା ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ‘ଗଲ୍‌ଫ ଡେଲି ନ୍ୟୁଜ୍‌’ରେ ପ୍ରକାଶିତ ଖବରରୁ ଏହା ଜଣାପଡ଼ିଛି। ବାହାରିନ୍‌ରେ ଥିବା ଭାରତୀୟ ଦୂତାବାସ ଜରିଆରେ ବାହାରିନ୍ ପ୍ରଧାନମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି।

‘ଗଲ୍‌ଫ ଡେଲି ନ୍ୟୁଜ୍‌’ରେ ପ୍ରକାଶିତ ଖବର ଅନୁଯାୟୀ ଦାନ ମାଝୀ ଖବର ପଢ଼ିବା ପରେ ବାହାରିନ୍ ପ୍ରଧାନମନ୍ତ୍ରୀ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ ଏବଂ ତାଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ମାନବିକତା ଦୃଷ୍ଟିରୁ ସେ ଦାନ ମାଝୀ ଓ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଦାନ ମାଝୀଙ୍କ ସ୍ତ୍ରୀ ଅମାଙ୍ଗ (୪୨)ଙ୍କର ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଶବବାହକ ଗାଡ଼ି ଯୋଗାଇ ଦେଇ ନ ଥିଲେ। ଅର୍ଥାଭାବରୁ ଦାନ ଗାଡ଼ି ଯୋଗାଡ଼ କରି ନ ପାରି ବାଧ୍ୟ ହୋଇ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଇଥିଲେ।

Related story