ବାଳ ସମସ୍ୟାକୁ ନେଇ ଚିନ୍ତିତ କି? କଦଳୀ କରିପାରିବ ଦୂର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଦଳୀ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବହୁ ହିତକର। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଓ ପୁଷ୍ଟି ଯୋଗାଇଥାଏ। ହେଲେ ଆପଣ ଜାଣିଛନ୍ତି କି କଦଳୀକୁ ବାଳରେ ମଧ୍ୟ ବ୍ୟବହାର କରିହେବ। ଆଜ୍ଞା ହଁ କଦଳୀ ବାଳ ପାଇଁ ବହୁତ ଉପଯୋଗୀ। ଅସନ୍ତୁ ଜାଣିବା ବାଳରେ କଦଳୀ ଲଗାଇବା ଦ୍ୱାରା କି ଲାଗ ମିଳିଥାଏ। ୧. ପ୍ରଦୂଷଣ କାରଣରୁ ବାଳ ଖରାପ […]

banana

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 11:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଦଳୀ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ବହୁ ହିତକର। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଶକ୍ତି ଓ ପୁଷ୍ଟି ଯୋଗାଇଥାଏ। ହେଲେ ଆପଣ ଜାଣିଛନ୍ତି କି କଦଳୀକୁ ବାଳରେ ମଧ୍ୟ ବ୍ୟବହାର କରିହେବ। ଆଜ୍ଞା ହଁ କଦଳୀ ବାଳ ପାଇଁ ବହୁତ ଉପଯୋଗୀ। ଅସନ୍ତୁ ଜାଣିବା ବାଳରେ କଦଳୀ ଲଗାଇବା ଦ୍ୱାରା କି ଲାଗ ମିଳିଥାଏ।

୧. ପ୍ରଦୂଷଣ କାରଣରୁ ବାଳ ଖରାପ ହୋଇଯାଇଥାଏ। ଏହା ବାଳକୁ ଦୁର୍ବଳ କରି ଦେଇଥାଏ। କଦଳୀରେ ଫୋଲିକ ଏସିଡ୍‌ ତତ୍ତ୍ୱ ରହିଛି। ଫୋଲିକ ଏସିଡ୍‌ ବାଳକୁ ଚମକ କରିଥାଏ। ଗୋଟିଏ କଦଳୀକୁ କିଛି ଅଲିଭ ଅଏଲ ଓ ଅଣ୍ଡାର ଧଳା ଅଂଶ ସହ ମିଶାଇ ବାଳରେ ଲଗାଇରେ ଏହାର ଚମକ ଫେରି ଆସିଥାଏ।

୨. କଦଳୀ ବ୍ୟବହାର ଦ୍ୱାରା ବାଳ କୋମଳ ହୋଇଥାଏ। କଳଦୀକୁ ମହୁ ସହ ମିଶାଇ ଲଗାଇଲେ ବାଳ କୋମଳ ହୋଇଥାଏ। ଏହାସହ ବାଳକୁ ପୋଷକ ତତ୍ତ୍ୱ ବି ମିଳିଥାଏ।

୩. କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ଓ ମିନେରାଲ ରହିଛି। ଏହାକୁ ବାଳର ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଯାଏ।

୪. କଦଳୀକୁ ଦହି ସହ ମିଶାଇ ବାଳରେ ଲଗାଇଲେ ଏହ ଲମ୍ବା ଓ ଦୃଢ଼ ହୋଇଥାଏ। ଏହା ଦ୍ୱାରା ବାଳ ଘନ ହେବା ସହ ଏହା ମୂଳ ମଜଭୁତ ହୋଇଥାଏ।

୫. ଯଦି ଆପଣଙ୍କ ବାଳ ସବୁ ବେଳେ ଅସନା ରହୁଛି ତେବେ ନିଶ୍ଚିତ କଦଳୀ ବ୍ୟବହାର କରନ୍ତୁ। କିଛି ମୁଲତାନି ମାଟି ଓ ଲେମ୍ବୁ ସହ ଦୁଇଟି କଦଳୀ ମିଶାଇ ବାଳରେ ଲଗାଇଲେ ଏହା  ସିଲ୍କି ହୋଇଯିବ।

Related story