ଘରର ଏହି ଦିଗରେ ଭୁଲରେ ଲଗାନ୍ତୁ ନାହିଁ ତାଲା

ଘରକୁ ସୁରକ୍ଷା ଦେବାରେ ତାଲା ଓ ଚାବିର ମହତ୍ୱ ଅଧିକ। ମୂଲ୍ୟବାନ ସମ୍ପତ୍ତିକୁ ରକ୍ଷା କରିବାର ହେଉ ଅବା ଘରକୁ ସୁରକ୍ଷା ଦେବା ପାଇଁ ତାଲା ବ୍ୟବହାର କରାଯାଏ। ବାସ୍ତୁଶାସ୍ତ୍ରରେ ତାଲାର ବ୍ୟବହାରକୁ ନେଇ କିଛି ନିୟମ ରହିଛି। ବାସ୍ତୁବିତଙ୍କ ମତରେ ଏହି ନିୟମ ପାଳନ କରିବା ଦ୍ୱାରା ଘରର ସୁରକ୍ଷା ବଢିବା ସହ କୌଣସି ପ୍ରକାର ଚୋରି ଅଥବା କ୍ଷୟକ୍ଷତି ହେବାର ସମ୍ଭାବନା କମିଯାଏ। ଆସନ୍ତୁ ଜାଣିବା ଦିଗ ଅନୁଯାୟୀ କେଉଁ ତାଲା ବ୍ୟବହାର କରିବା […]

key

Rakesh Mallick
  • Published: Tuesday, 06 February 2018
  • , Updated: 06 February 2018, 09:49 AM IST

ଘରକୁ ସୁରକ୍ଷା ଦେବାରେ ତାଲା ଓ ଚାବିର ମହତ୍ୱ ଅଧିକ। ମୂଲ୍ୟବାନ ସମ୍ପତ୍ତିକୁ ରକ୍ଷା କରିବାର ହେଉ ଅବା ଘରକୁ ସୁରକ୍ଷା ଦେବା ପାଇଁ ତାଲା ବ୍ୟବହାର କରାଯାଏ। ବାସ୍ତୁଶାସ୍ତ୍ରରେ ତାଲାର ବ୍ୟବହାରକୁ ନେଇ କିଛି ନିୟମ ରହିଛି। ବାସ୍ତୁବିତଙ୍କ ମତରେ ଏହି ନିୟମ ପାଳନ କରିବା ଦ୍ୱାରା ଘରର ସୁରକ୍ଷା ବଢିବା ସହ କୌଣସି ପ୍ରକାର ଚୋରି ଅଥବା କ୍ଷୟକ୍ଷତି ହେବାର ସମ୍ଭାବନା କମିଯାଏ। ଆସନ୍ତୁ ଜାଣିବା ଦିଗ ଅନୁଯାୟୀ କେଉଁ ତାଲା ବ୍ୟବହାର କରିବା ଦ୍ୱାରା ଘରୁ ଚୋରି ଭୟ ହଟିଯାଏ।

୧. ଘରର ଦିଗକୁ ଧ୍ୟାନରେ ରଖି ତାଲା ଲଗାଇବା ଜରୁରୀ। ବାସ୍ତୁ ଅନୁସାରେ ପୂର୍ବ ଦିଗରେ ସୂର୍ଯ୍ୟଙ୍କ ସ୍ଥାନ ବୋଲି ବିଶ୍ୱାସ ରହିଛି। ଏଦିଗରେ ସର୍ବଦା ତମ୍ୱା ତାଲାର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଘରର ସୁରକ୍ଷା ବଢିବା ସହ ଚୋରି ଭୟ କମ୍‌ ହୋଇଯାଏ।

୨. ପଶ୍ଚିମ ଦିଗକୁ ଶନିଙ୍କ ସ୍ଥାନ କୁହାଯାଏ। ଏହି ଦିଗରେ ଲୁହା ଅବା ମଜଭୁତ ତାଲାର ବ୍ୟବହାର କରିବା ଜରୁରୀ। ଏହି ଦିଗରେ କଳା ରଙ୍ଗର ତାଲା ବ୍ୟବହାର କଲେ ଚୋରି ଭୟ ଅଧିକ ମାତ୍ରାରେ କମିଯାଏ। ଏହି ଦିଗରେ ଭୁଲରେ ମଧ୍ୟ ତମ୍ୱା ତାଲାର ବ୍ୟବହାର କରନ୍ତୁ ନାହିଁ।

୩. ବାସ୍ତୁ ମୁତାବିକ ଉତ୍ତର ଦିଗରେ ପିତ୍ତଳ ତାଲା ଲଗାଇବା ଶୁଭ। ଦକ୍ଷିଣ ଦିଗରେ ପଞ୍ଚଧାତୁର ତାଲା ଲଗାଇଦିଅନ୍ତୁ। ପଞ୍ଚଧାତୁ ତାଲା ନଥିଲେ ଲାଲ ରଙ୍ଗର ତାଲାକୁ ଝୁଲାଇ ଦିଅନ୍ତୁ।

୪. ଘର ବା ଦୋକାନ ଉତ୍ତର-ପୂର୍ବ ମୁଖୀ ହୋଇଥିଲେ ହଳଦିଆ ରଙ୍ଗର ତାଲା ଝୁଲାଇ ଦିଅନ୍ତୁ। ପଶ୍ଚିମ-ପୂର୍ବ ଦିଗରେ ଲାଲ ରଙ୍ଗର ତାଲା ଝୁଲାନ୍ତୁ।

୫. ଦକ୍ଷିଣ-ପଶ୍ଚିମ ଦିଗ ରାହୁଙ୍କ ସ୍ଥାନ ହୋଇଥିବାରୁ ଏହି ଦିଗରେ ଗାଢ ରଙ୍ଗର ତାଲା ଲାଗାନ୍ତୁ।

୬. ଉତ୍ତର-ପଶ୍ଚିମ ଦିଗରେ ଚାନ୍ଦି ରଙ୍ଗର ତାଲା ଲଗାଇବା ଦ୍ୱାରା ସୁରକ୍ଷା ବଢିଯାଏ।

ତାଲା ଲଗାଇବା ସମୟରେ ଧ୍ୟାନ ଦେବେ ଯେପରି ତାଲାରୁ କୌଣସି ଶଦ୍ଧ ଆସୁ ନଥିବ। ସମୟ ଅନୁସାରେ ତାଲାରେ ତେଲ ଦିଅନ୍ତୁ। ବିନା ଚାବିର ତାଲାକୁ ଘରେ କେବେ ବି ରଖନ୍ତୁ ନାହିଁ। ଠାକୁର ଘର, ମନ୍ଦିର, ପୂଜା ସ୍ଥଳରେ ତାଲା ପକାନ୍ତୁ ନାହିଁ।

Related story